ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାସ ଗୃହ ରୁ ବଞ୍ଚିତ କ୍ଷେତ୍ରବାସୀ

କାମାକ୍ଷାନଗର (ମ ନି ସ)୦୭/୦୧//ସରକାର ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆବାସ ଗୃହ ଯୋଗାଇ ଦେଇଥିବା ବେଳେ କିଛି ପ୍ରକୃତ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ୁଛନ୍ତି। ତେବେ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ କଲୋନୀ ୨ ପଡ଼ା ରୁ ଆସିଛି ଏ ଚିତ୍ର । ଏ ହେଉଛନ୍ତି ସେହି କଲୋନୀ ର କ୍ଷେତ୍ରବାସୀ ନାଏକ, ବୟସର ଅପରାହ୍ନରେ ଅଭିଶପ୍ତ ଜୀବନ ଅତିବାହିତ କରୁଛନ୍ତି । ଦୀର୍ଘ ଦିନ ହେବ ପତ୍ନୀଙ୍କ ନିଧନ ପରେ ଗୋଟିଏ ବୋଲି ଝିଅକୁ ବିଭା ଦେଇ ମୂଲ ମଜୁରୀ କରି ଜୀବନ ବିତାଉଛନ୍ତି । ଆଶ୍ୟୟ ସ୍ଥଳ କହିଲେ ଏଇ ଜରି ପାଲ ବନ୍ଧା କୁଡିଆ ଖଣ୍ଡକ । ଘର ଛପର ପାଇଁ ଅର୍ଥ ନଥିବାରୁ ବର୍ଷରୁ ତାଳ ପତ୍ର ସାହାରା ଦେଉଛି । ସରକାର ମୋତେ ଆବାସ ଗୃହ ଖଣ୍ଡେ ଯୋଗାଇ ଦିଅନ୍ତୁ ବୋଲି କ୍ଷେତ୍ରବାସୀ ଗୁହାରି କରିବା ସହ ତାଙ୍କୁ ଖୁବ୍ ଶୀଘ୍ର ଘର ଖଣ୍ଡେ ଯୋଗାଇ ଦେବାକୁ ତାଙ୍କ ପଡୋଶୀ ମଧ୍ୟ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଦୃଷ୍ଟି ଦେଇ ଯଥା ଶୀଘ୍ର ଆବାସ ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ସରପଞ୍ଚ ମଧ୍ୟ ଦାବି କହିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନିଟ ରେ ସଫଳ ଖାତିଗୁଡା ର ବିଦ୍ୟାର୍ଥୀ ସମ୍ମାନିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ର ଚତୁର୍ଥ ସାଧାରଣ ବୈଠକ

masiha

ସଫେଇ କାର୍ଯ୍ୟ ଠିକl ଦେବା ନେଇ ଏନ୍ ଏ ସି ସଫେଇ କର୍ମଚାରିଙ୍କ ବିରୋଧ

Sunil Chandra Nayak

Leave a Comment

error: Content is protected !!