ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

    ଜଣାଣ

 ମାନଗୋବିନ୍ଦ ସ୍ବାଇଁ

ମୋ ମାଟି ମମତା ହାତ ଠାରି ଡାକେ
     ଆସ ମୋ ବକ୍ଷ ଏ ତଳ
ହାରି ଯିବୁ ନାହିଁ ମା ଡାକ ମଧୁର
     ମା ଦେବ ମୋ ଦୃଢ଼ ବଳ।
ମମତା ଯେଉଁଠି ସର୍ଗଠୁ ମାତାଳ
     ସେନେହ ମୋ ଲାଗି ଥାଇ
ଭକ୍ତ ଭଗବାନ ଭକ୍ତିରେ ମିଳଇ
      ମାଟି ମୋର ଜନ୍ମଭୂଇଁ।
ସକାଳ ସଞ୍ଜରେ ମାଟି ମାଆ କୋଳ
     ମାଟି ଗଢ଼ା ମୋର ପ୍ରଭୁ
ପ୍ରାର୍ଥନା କରୁଛି ଭକ୍ତି ବି ବାଢୁଛି
    ମାଆ ମାଟି ମୋର ସବୁ।
  ଦିନେ ନଦେଖିଲେ ନିଦଆସେ ନାହିଁ
       ଜନ୍ମ ମାଟି ମୋ ଠାକୁର
ତା କଥା ବାଜିଲେ କାନରେ ପବିତ୍ର
      ସ୍ମୃତି ଛବି ଜୀବନର।
ମାଟି ମାଆ କୋଳ ଦୁଃଖସୁଖ ସହି
        ମାଟି ମାଆ ମୋ ଦେବତା
ମାଟି ପିତାମାତା ମାଟି ମୋ ଚନ୍ଦନ
      ମୋ ମାଟି ଭାଗ୍ୟ ବିଧାତା।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା// ହେ ! ନୂଆଁ ବରଷ

Sunil Chandra Nayak

ସହଦେବ ପରିଡ଼ା ଙ୍କ କବିତା // ହେ ବିଶ୍ଵନାଥ ବିଶ୍ଵର ମଙ୍ଗଳ କର

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା = ପଖାଳ ମାହାତ୍ମ

Sunil Chandra Nayak

Leave a Comment

error: Content is protected !!