ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଙ୍ଗାଳପାଲି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସଵ ଅନୁଷ୍ଠିତ

କୋକସରା,୦୮/୦୧- କଳାହାଣ୍ଡି ଜିଲ୍ଲାର ଲୋକ ମହୋତ୍ସବକୁ ନେଇ ଶନିବାର କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଡଙ୍ଗରିଗୁଡା ଖେଳ ପଡ଼ିଆ ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସଵ ଆୟୋଜିତ ହୋଇଯାଇଛି। ଡଙ୍ଗରିଗୁଡା ଜଗନ୍ନାଥ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ପରେ ଉତ୍ସଵ ପଡ଼ିଆରେ ଅତିଥିମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ପଞ୍ଚାୟତ ଉତ୍ସଵ କାର୍ଯ୍ୟକ୍ରମରେ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଜନାର୍ଦ୍ଦନ ପଣ୍ଡା ଯୋଗଦେଇ ମଶାଲ ଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମୁଖ୍ୟବକ୍ତା ଭାବେ ଯୁବ ଉଦ୍ୟୋଗି ବିକ୍ରମ ଗୁପ୍ତା, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, କେତନ ପାତ୍ର, ନାରାୟଣ ପଟ୍ଟନାୟକ, ଅନିରୁଦ୍ଧ ପାତ୍ର, ଯଶୋବନ୍ତ ନାଏକ, ଡଙ୍ଗରିଗୁଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା, ଅତୁଲ୍ୟ ଭୂଷଣ ପଟ୍ଟନାୟକ, ଟିକେଶ୍ୱର ପୁଞ୍ଜି, ଶ୍ରୀମନ୍ତ ଧରୁଆ, କୈଳାଶ ଚନ୍ଦ୍ର ସାହୁ, ସରିତା ପଟ୍ଟନାୟକ, କୃପାସିନ୍ଧୁ ପାତ୍ର, ନାଏବ ସରପଞ୍ଚ ଅଶୋକ ଭୋଇ, ଶିକ୍ଷକ ଧୀରେନ୍ଦ୍ର ପଣ୍ଡା, କୁରୁକ୍ଷେତ୍ର ପାଣିଗ୍ରାହୀ, ବାହାଦୁର ମାଝୀ, ହିରାଲାଲ ସରାଫ ଉପସ୍ଥିତ ରହି କଳାକାରଙ୍କୁ ଉତ୍ସାହିତ କରିଥିଲେ। ପରେ ପଞ୍ଚାୟତର ଲୋକ କଳାକାର ଓ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାରଙ୍କୁ ଅତିଥିମାନେ ଟ୍ରଫି ଓ ମାନପତ୍ର ସହ ସମ୍ମାନିତ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲ ପରିଚାଳନା କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ

ନିର୍ବାଚନ ପ୍ରତିଶ୍ରୁତି ରଖିଲେ ସରପଞ୍ଚ, ପିଡ଼ିଏସ ଗୋଦାମ ଗୃହ ଉଦଘାଟନ କଲେ ଉପ ଜିଲ୍ଲାପାଳ ଓ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ଜିଲ୍ଲା ଆଦିମ ଜନଜାତି ଯୁଆଙ୍ଗ ମହାସଂଘ ର ପରିବାର ତଥ୍ୟ ସାରଣୀ ସଂଗ୍ରହ 

Sunil Chandra Nayak

Leave a Comment

error: Content is protected !!