ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଓଡିଶା କ୍ରିକେଟ ସଙ୍ଘ ର ଭିଜନ ୨୦୨୪ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ନବରଙ୍ଗପୁର—(ମସିହା)ସ୍ଥାନୀୟ ନବରଙ୍ଗପୁର କଲେଜ ପଡ଼ିଆରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଙ୍ଘ ଏବଂ ଓଡିଶା କ୍ରିକେଟ ସଙ୍ଘ ଆନୁକୂଲ୍ୟରେ ବରିଷ୍ଠ ବର୍ଗର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଭିଜନ ୨୦୨୪ ନିମନ୍ତେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ କୁ ଜିଲ୍ଲା କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏବଂ ସହ ସମ୍ପାଦକ ଏମ. ବାଲାକୃଷ୍ନା ରାଓ ଉଦଘାଟନ କରିଥିଲେ। ଆଗାମୀ ୨୦୨୪ ମସିହା ସୁଦ୍ଧା ବିଭିନ୍ନ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାରୁ ଦକ୍ଷ କ୍ରିକେଟ ଖେଳାଳିଙ୍କୁ ଖୋଜି ବାହାର କରିବା ଏହି ଟୁର୍ଣ୍ଣାମେଣ୍ଟର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ଏହି ଟୁର୍ଣାମେଣ୍ଟରେ ଜିଲ୍ଲାର ବଛା ବଛା ମୋଟ ପାଞ୍ଚଟି ଦଳ ଭାଗ ନେଇଛନ୍ତି।ଏମାନଙ୍କ ମଧ୍ୟରୁ ରିଲାଏନ୍ସ କ୍ଲବ, ସ୍ପୋର୍ଟସ କ୍ଲବ, ପି. ସି. ଏଫ , ଆର. ଟି ସି ଏବଂ ୟାଇ.ସି. ସି କ୍ଲବ ମଧ୍ୟରେ ଲିଗ ମ୍ୟାଚ ଅନୁଷ୍ଠିତ ହେଉଛି ।ଉକ୍ତ ଟୁର୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଆସନ୍ତା ୧୭ତାରିଖରେ ଅନୁଷ୍ଠିତ ହେବ ବୋଲି ସଙ୍ଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଉଦଘାଟନ ମ୍ୟାଚ ପରମଜିତ କ୍ରିକେଟ ଫଉଣ୍ଡସନ ଏବଂ ୟୁତ କ୍ଲବ ନବରଙ୍ଗପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପି ସି ଏଫ ଦଳ ପ୍ରଥମେ ବ୍ୟାଟିଂ କରି ପାଞ୍ଚ ବିକେଟ ବିନିମୟରେ ଦୁଷ୍ମନ୍ତ ବିଷୋୟୀ ଙ୍କ ଶତକ ବଳରେ ନିର୍ଧାରିତ ପଚାଶ ଓଭର ରେ ପାଞ୍ଚ ବିକେଟ ବିନିମୟରେ ୨୭୫ ରନ ସଂଗ୍ରହ କରିଥିବା ବେଳେ ୟୁତ କ୍ରିକେଟ କ୍ଲବ ଦଳ ନିଜର ସମସ୍ତ ବିକେଟ ହରାଇ ୨୭୨ ରନ କରି ୩ ରନ ରେ ପରାସ୍ତ ହୋଇଥିଲେ।ସୌରବ ଅଧିକାରୀ ୮୬ ରନ କରିବା ସହ ଦୁଇଟି ବିକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ। ସେହିପରି ଦୂତୀୟ ମ୍ୟାଚରେ ରାଜୀବ ସ୍ପୋର୍ଟସ ଦଳ ଏବଂ ରିଲାଇନ୍ସ ମଧ୍ୟରେ ହୋଇଥିଲା।ନିର୍ଧାରିତ ଓଭର ରେ ରିଲାଇନ୍ସ ଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ ବିକେଟ ହରାଇ ୨୭୨ ରନ ସଂଗ୍ରହ କରିଥିଲେ।ଏହାର ଜବାବରେ ରାଜୀବ ସ୍ପୋର୍ଟସ ଦଳ ୨୫୭ ରନ ରେ ନିଜର ସମସ୍ତ ବିକେଟ ହରାଇ ୧୫ ରନ ରେ ପରାସ୍ତ ହୋଇଥିଲେ।ଅଶୋକ କାଶ୍ୟପ ଙ୍କ ୮୨ ରନ ସହ ତିନୋଟି ବିକେଟ ଅକ୍ତିଆର କରି ଥିବାରୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ। ଏହି ଟୁର୍ଣାମେଣ୍ଟ ରେ ଅଭିଷେକ ଦାସ, ଲମ୍ବୋଦର ସୌରା, ବାବୁଜି ପଟ୍ଟନାୟକ, ଅହମଦ ରାଜା, ଗୋପାଳ ନାୟକ, ଜି. ଭେଙ୍କେଟେସ ମନୋଜ ନାୟକ ପ୍ରମୁଖ ଏମ୍ପାୟାର ଭାବେ ଦାଇତ୍ୱ ତୁଲାଇବେ ସେହିଭଳି ବରିଷ୍ଠ କ୍ରିକେଟ ଖେଳାଲି ଅଶୋକ ନାୟକ, ଶଶାଙ୍କ ଶେଖର ବେହେରା ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ରାଇରଙ୍ଗପୁରରେ କେଟି ଗ୍ଲୋବାଲ ସ୍କୁଲ ଆନୁକୁଲ୍ଯରେ ଅଲ୍ ଓଡିଶା ଵେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ରେ ମନିଷ ପାଲ ଏବଂ ଡବଲ୍ସରେ ରଥ ସୁନିଆ ଓ ରିତେଶ ଜୟସ୍ବାଲ ଚମ୍ପିୟାନ

Sunil Chandra Nayak

ଲିଜେଣ୍ଡ କ୍ରିକେଟ ଟୁର୍ନାମେଣ୍ଟ, ପାପଡାହାଣ୍ଡି ଲିଜେଣ୍ଡ ଦଳ ଚାମ୍ପିୟାନ

Sunil Chandra Nayak

ଗ୍ରୀଷ୍ମକାଳୀନ ଫୁଟବଲ ଓ କବାଡି ପ୍ରଶିକ୍ଷଣ ଶିବିର ଆସନ୍ତା ୨୮ ରୁ……

masiha

Leave a Comment

error: Content is protected !!