ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ଓଡିଆ ସ୍ବାଭିମାନ ପ୍ରତିଷ୍ଠାନ ସୁନ୍ଦରଗଡ ଶାଖାର ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ

ରାଉରକେଲା/ ଅନ୍ତର୍ଜାତୀୟ ଓଡିଆ ସ୍ବାଭିମାନ ପ୍ରତିଷ୍ଠାନ,ସୁନ୍ଦରଗଡ ଶାଖା ତରଫରୁ ଏକ ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ସଭା କୋଏଲ ନଗର ଏ ବ୍ଲକ ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସୁନ୍ଦରଗଡ ଶାଖା ସଭାପତି କନକଲତା ମିଶ୍ରଙ୍କ ସଭାପତିତ୍ବ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମୁଖ୍ୟ ସଂଯୋଜକ ସୁଶାନ୍ତ କୁମାର ସାବତ ଉଦଘାଟକ, ମୁଖ୍ୟଅତିଥି ଭାବେ ସ୍ବସ୍ତିକ ଇଂଞ୍ଜିନିୟରିଂ ର ମୁଖ୍ୟ ଗୋପୀନାଥ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ନମିତା ରାଉତ, ଡଃ ପ୍ରଭାତ କୁମାର ମଲ୍ଲିକ, ବ୍ରଜେନ୍ଦ୍ର ଦାଶ, ମୀନତି ଦେବତା,ରାଧାକୃଷ୍ଣ ମହାପାତ୍ର, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଆର୍ତ୍ତତ୍ରାଣ ମହାପାତ୍ର ଓ ସମ୍ମାନିତ ବକ୍ତା ଭାବେ ଗୋପାଳ ଲେଙ୍କା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଲୋଚନାଚକ୍ରରେ ଓଡିଶା ତଥା ସୁନ୍ଦରଗଡ ଜିଲ୍ଲାର ସାମୁହିକ ବିକାଶ,ଓଡିଶା ଗଠନରେ ନାରୀ ଜାତିର ଭୂମିକା ଓ ଓଡିଆ ଭାଷା ଓ ଜାତିର ବିକାଶ ସଂପର୍କରେ ଆଲୋଚନାକରି ଅତିଥିମାନେ କହିଲେ ଯେ ସ୍ବାଭିମାନ ରହୁ, ଅସ୍ମିତା ନଷ୍ଟ ନହେଉ। ଭାଷା, ଭୂଖଣ୍ଡ, ଐତିହ୍ୟ ଓ ସଂସ୍କୃତି କୁ ନେଇ ଗଢିଉଠେ ସ୍ବାଭିମାନ । ଏହା ସହ ଭାଷା ବ୍ୟବହାର ଓ ଭାଷା ରୋଜଗାରକ୍ଷମ କରାଇପାରିଲେ ତାହା ଗ୍ରହଣୀୟ ହୋଇପାରନ୍ତା ବୋଲି ଅତିଥିମାନେ ମତ ରଖିଥିଲେ । ଏହି ଅବସରରେ କବି ସସ୍ମିତା ପ୍ରଧାନ, କଲ୍ୟାଣୀ ମହାନ୍ତି, ମାନସୀ ଦେ, ଗୌତମ ଦାସ, ସୁଶାନ୍ତ ନାୟକ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଅନୁଷ୍ଠାନ ତରଫରୁ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିବାବେଳେ ଜଗନ୍ନାଥ ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ପଦ୍ମାରାଣୀ ବେହେରା, ଲିପ୍ସା ଦାସ, ସସ୍ମିତା ବେକ୍,ଗଜେନ୍ଦ୍ର ମୁର୍ମୁ, ଅଜିତ କର,ଅନୁଷ୍କା ଧର, ସ୍ମୃତିରେଖା ଜେନା, ପ୍ରିତୀ ଏକ୍କା, ହର୍ଷିତା ଡାଙ୍ଗ, ଜୟନ୍ତୀ ସାହୁ,ଅଞ୍ଜଳି ଲାକ୍ରା, ମହିମା ମିଞ୍ଜ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ସାହିତ୍ୟିକ, ସଂଗଠକ ଓ ଭାଷାପ୍ରେମୀ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ଓ ବିଶ୍ଵମୃତ୍ତିକା ଦିବସ ପାଳିତ

masiha

ରବି ଚାଷ ଜଳସେଚନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ୩ ପଞ୍ଚାୟତର ଚାଷି

masiha

ପୁଇନ୍ତଲା ବ୍ଲକ ରେ ବ୍ଲକ ସ୍ତରୀୟ ଲୋକ ଉତ୍ସବ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!