ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରଶାନ୍ତ କୁମାର ନାଥ ଙ୍କ କବିତା // ମାଘ ମାସ ଜାଡ ଵାଘ ପରିକା

ମାଘ ମାସ ଜାଡ ଵାଘ ପରିକା

      ପ୍ରଶାନ୍ତ କୁମାର ନାଥ

ମାଘ ମାସ ଜାଡ ଵାଘ ପରିକା
ସଭିଙ୍କୁ ଡରାଏ ଋତୁ ସେ ଏକା।
ହେମାଳ ଵାଆକୁ କୁହୁଡ଼ି ବର୍ଷା
ସକାଳ ସଂନ୍ଧ୍ୟାରେ ନଦିଶେ ଦିଶା। 
ଆଈଙ୍କୁ ଆଦର ଚାଦର ମୋଜା
ସଂନ୍ଧ୍ୟା ହୋଇଗଲେ କମଳ ସଜା। 
ଅଜା ପାଇଁ ନାଲି ଚାହା ତ ଲୋଡା
ଆଈ ଅଦା ଦେଇ କରନ୍ତି କଡା। 
କାମ ଧନ୍ଦାରେ ତ ନଥାଏ ମନ
ସଭିଙ୍କ ଦେହରେ ଶୀତ ଵସନ। 
ପାଦ ହାତ ସଵୁ ଲାଗେ ହେମାଳ
କାମ ନକରିଲେ ଥଣ୍ଡା ପ୍ରବଳ। 
ପିଲା ଛୁଆ କେହି ଗାଧାନ୍ତି ନାହିଁ
ପାଣିକୁ ଦେଖି ସେ ରୁହନ୍ତି ଚାହିଁ। 
ସଭିଙ୍କ ଆଦର ଗରମ ମୁଢି
ବାଡି ବଗିଚାରେ ଫୁଲର କଢି। 
ସଂଞ୍ଜ ନଇଁ ଗଲେ ଦାଣ୍ଡ ଫୁଙ୍ଗୁଳା
ପ୍ରତି ଘରେ ହୁଏ ନିଆଁ ତ ଜଳା। 
ମାଘ ମାସ ଶୀତ ହଲାଏ ନିଶ
ବେଳ ଥାଉଁ ଥାଉଁ କଣରେ ଵସ। 
ନାହିଁ ହାତ ଗୋଡ଼ ମାଘ ଶୀତରେ
ତଥାପି ଡରାଏ ବାଘ ରୂପରେ। 
ସଂଞ୍ଜ ନଇଁ ଗଲେ ପଡଇ ତାଟି
ଶୀତରେ ଥରାଏ ଆକାଶ ମାଟି।।

ପ୍ରଶାନ୍ତ କୁମାର ନାଥ

(ଜୁଣଗଡି) ରାଜନଗର କେନ୍ଦ୍ରାପଡ଼ା

Related posts

ଜଗମୋହନ ପଟ୍ଟନାୟକ ଙ୍କ କବିତା = ପୁରୁଣା ସ୍ମୃତି,ମୋ ଅନୁଭୂତି

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା // ମହାବାହୁ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି  ଙ୍କ କବିତା l l l କ୍ୟାଲେଣ୍ଡର l l l

Sunil Chandra Nayak

Leave a Comment

error: Content is protected !!