ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୌଚ ମୁକ୍ତ ପାଇଁ ତିଆରି ହୋଇଥିବା ଶୌଚାଳୟ କେବେ ଜନ ସାଧାରଣ ଙ୍କ ପାଇଁ ବ୍ୟବହାର ହେବ

ନୂଆପଡା, // ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଖଡ଼ିଆଳ ସହରକୁ ଶୌଚ ମୁକ୍ତ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଜରିଆରରେ ୨୦୧୭-୧୮ ମସିହାରେ ଖଡ଼ିଆଳ ସହରର ୧୩ ଟି ୱାର୍ଡ ମଧ୍ୟରେ ଗୋଟିଏ ଶୌଚାଲୟ ପ୍ରତି ୪ ଲକ୍ଷ ୫୦ ହଜାର ଟଙ୍କାରେ ୧୬ ଗୋଟି ଶୌଚାଳୟ ନିର୍ମାଣ କରାଯାଇଛି । ୧୬ ଗୋଟି ଶୌଚାଳୟ ମଧ୍ୟରୁ ଦଶଟି କମ୍ୟୁନିଟି ଟଇଲେଟ ଓ ଛଅ ଗୋଟି ଜନ ସାଧାରଣ ଙ୍କ ଟଇଲେଟ ମୋଟ ଅଟକଲ ୭୨ (ଲକ୍ଷ) ଟଙ୍କାର ବୋଲି ବିଭାଗ  ସୂତ୍ରରୁ ପ୍ରକାଶ । ଏହାର ଉଦ୍ଦେଶ୍ୟ ଯେଉଁ ଲୋକ ମାନଙ୍କ ଘରେ ଶୌଚାଳୟର ସୁବିଧା ନାହିଁ ସେମାନେ ସେହି ଶୌଚାଳୟ ବ୍ୟବହାର କରି ସୁବିଧା ପାଇବା ସହିତ ସହର ସ୍ଵଛ ଓ ସୁନ୍ଦର ରହିବ । ସରକାରଙ୍କ ଉଦ୍ଦେଶ୍ୟ ଠିକ ହେଲେ ଦାଇତ୍ୱରେ ଥିବା ଅଧିକାରୀ ଓ ଯନ୍ତ୍ରୀଙ୍କ ଲାଭଖୋର ମନୋବୃତି ଯୋଗୁ ସେ ଗୁଡିକ କାର୍ଯ୍ୟକ୍ଷମ ହୋଇନ ପାରି ପାଞ୍ଚ ବର୍ଷ ହେଲା ଅକାମି ହୋଇ  ଖତ ଖାଉଛି । ଶୌଚାଳୟ ପାଖରେ ଥିବା ଜନସଧାରଣଙ୍କ ଅଭିଯୋଗ ଅନୁଯାୟୀ ଶୌଚାଲୟ ଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଥିଲେ ମଧ୍ୟ ଏହା ପଡି ରହିଛି ।  ଶୌଚାଳୟ ଗୁଡିକରେ ମୋଟର , ପାଣି ଟାଙ୍କି ଲାଗି ଥିବା ବେଳେ ବିଭାଗୀୟ ଅତି ଶୀଘ୍ର ଏହା କୁ ଉପଯୋଗ ପାଇଁ ଦେବା କୁ ସାଧାରଣ ଦାବି ହୋଇଛି   । ନିର୍ମିତ ଶୌଚାଳୟ ଗୁଡିକୁ ବ୍ୟବହାର କରିବା ପାଇଁ ଅନେକ ଥର ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇବା ସତ୍ତ୍ୱେ ସେମାନେ ହସ୍ତାନ୍ତର କରୁନଥିବାରୁ ଶୌଚାଳୟ ଗୁଡିକ ଅକାମି ହୋଇ ପଡି ରହିଛି ଓ ଯେଉଁ ସ୍ଥାନ ଗୁଡିକରେ ଶୌଚାଳୟ ତିଆରି କରାଯାଇଛି ସେହି ସ୍ଥାନ ଗୁଡ଼ିକ ଜନବସତି ଠାରୁ ବହୁତ ଦୂରରେ ଫଳରେ ସେହି ଶୌଚାଳୟ ଗୁଡିକ କାର୍ଯ୍ୟକ୍ଷମ ହେବା ସମ୍ଭବ ହେଉନାହିଁ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଶୌଚାଳୟ ଗୁଡିକ ବ୍ୟବହାର ନହୋଇ ନିମ୍ନ ମାନର କାର୍ଯ୍ୟ ଯୋଗୁ ଶୌଚାଳୟର ଟ୍ୟାଙ୍କ ଗୁଡିକ ଭାଙ୍ଗି ଯାଉଥିବା ବେଳେ ଲାଗିଥିବା ପ୍ଲାଷ୍ଟିକ ସାମଗ୍ରୀ ଗୁଡିକ ଭାଙ୍ଗି ଯାଇଛି । ଏନେଇ ଖଡ଼ିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ୟଙ୍କୁ ପଚାରିବାରୁ କୋଭିଡ ପାଇଁ କାର୍ଯ୍ୟକ୍ଷମ ହୋଇ ପାରିଲାନ ଥିଲା ବର୍ତ୍ତମାନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଦେଇ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ନିମ୍ନ ମାନର ଶୌଚାଳୟ କାର୍ଯ୍ୟର ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପାଞ୍ଚ ବର୍ଷ ହେଲା ଅକାମି ହୋଇ ପଡି ରହିଥିବା ଶୌଚାଳୟ ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଠ ଫୁଟ ତଳକୁ ଖସିଲା ମାରୁତି କାର, ଅଳ୍ପକେ ବର୍ତିଲେ ଚାରିଜଣ

masiha

ବାଦାମପାହାଡରେ ଆମ ପୁଲିସ ସମିତି ବୈଠକ

Sunil Chandra Nayak

ଲାଲବାହାଦୁର ଶାସ୍ତ୍ରୀ ଙ୍କ 57 ତମ ଶ୍ରାଦ୍ଧ ବାର୍ଷିକ ପାଳନ

Sunil Chandra Nayak

Leave a Comment

error: Content is protected !!