ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁ ଲାଗି ପାଳଗଦା ଜଳିଗଲା

ଡ଼ାବୁଗାଁ, ୯/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ଥାନା ଅଧୀନ ମହେନ୍ଦ୍ରୀ ଗ୍ରାମରେ ସୋମବାର ସକାଳ ସମୟରେ ପାଳଗଦାରେ ନିଆଁ ଲାଗି ପୋଡିଯାଇଥିଲା । ସୂଚନା ଯୋଗ୍ୟ :- ମହେନ୍ଦ୍ରୀ ଗ୍ରାମର ଉପରସାହି ର ସଦନ ଜାନୀ, ମହେଶ ଜାନି ଓ ଭୁଜ ଜାନି ନିଜ ଧାନ ଅମଳ ପରେ ୧୦ଏକର ଜମିର ପାଳ କୁ ନିଜ ଘରପାଖ ଖଳାରେ ରଖିଥିଲେ । ସୋମବାର ସକାଳ ସମୟରେ କୌଣସି କାରଣରୁ ସେହି ପାଳଗଦା ରେ ନିଆଁ ଲାଗିଯାଇଥିଲା । ଏହା ଦେଖି ଗ୍ରାମର ଲୋକେ ଡ଼ାବୁଗାଁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରି ସେଥିରେ ସଫଳ ହୋଇଥିଲେ । ଆଖପାଖରେ ଥିବା ପ୍ରାୟ ୧୦ରୁ ଊର୍ଦ୍ଧ୍ଵ ଘର ଗୁଡିକ ରକ୍ଷା ପାଇଯାଇଥିଲା ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଶ୍ୱ ବନ ଦିବସ ଓ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ 

masiha

ସଞ୍ଚୟ ପକ୍ଷ ପାଳନ:ବରିଷ୍ଠ ନାଗରିକ ଓ ପେନ୍‌ସନ୍ ଭୋଗୀଙ୍କ ନିମନ୍ତେ ସତନ୍ତ୍ର ଆର୍ଥିକ ସାକ୍ଷରତା ଶିବିର – ୨୦୨୫ ଅନୁଷ୍ଠିତ 

Sunil Chandra Nayak

ପାର୍ଥସାରଥୀଙ୍କୁ ଡିଜିପି କଲେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!