ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃନ୍ଦାବାହଲ ପଞ୍ଚାୟତ ସ୍ତରୀୟ ୨୫ତମ କଳାହାଣ୍ଡି ଉତ୍ସଵ,ଘୁମୁରା,୨୦୨୩,ଦୁଲକୀ ଯାଉଛେ

ଗୋଳାମୁଣ୍ଡା/୦୯/୦୧/୨୩/ମସିହା/ ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରା ଗତ ତା୦୫/୦୧/୨୩ ରୁ ଆରମ୍ଭ ହୋଇ ଆସନ୍ତା ତା୧୦/୦୧/ମଙ୍ଗଳବାର ଦିନ ବ୍ଲକରେ ଅନ୍ତିମ ୨୫ତମ କଳାହାଣ୍ଡି ଉତ୍ସବ ଘୁମୁରା,୨୦୨୩,ସମାପ୍ତ ହେଉଥିବା ବେଳେ ଆଜି ଗୋଳାମୁଣ୍ଡା ବ୍ଲକ, ବୃନ୍ଦାବାହଲ ଗ୍ରାମ ପଞ୍ଚାୟତର ହାଇସ୍କୁଲ ଖେଳ ପଡ଼ିଆରେ ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡିର ଗର୍ବ ଓ ଗୌରବ ତଥା ସାଂସ୍କୃତିକ ଚେତନାର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା,୨୦୨୩ପାଳିତ ହୋଇ ଥିଲା । ଏହି ଉତ୍ସବ ବୃନ୍ଦାବହାଳ ସରପଞ୍ଚ ଶ୍ରୀ ଯୁକ୍ତ ଇଂ ଦିନେଶ କୁମାର ରାଉତ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଡିଷ୍ଟିକ ବାଣୁଆ ଙ୍କ ଦ୍ଵାରା ଆୟୋଯୋନ ହୋଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପ୍ଟନ ଦିବ୍ୟ ଶଙ୍କର ମିଶ୍ର ଓ ସମ୍ମାନିତ  ଅତିଥି ଗିରିଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ବିଡିଓ ଗୋଳାମୁଣ୍ଡା ଶ୍ରୀ ଧର ପଣ୍ଡା, ଓ ଜିଲ୍ଲା ପରିଷଦ ସଭ୍ୟା ହେମାଗିନୀ ରାଉତ, ଚିଚିଆ ପିଇଓ ବିଶ୍ୱଜିତ ପଣ୍ଡା, ବୃନ୍ଦାବହାଳ ସମିତି ଗୋରେଖ ବିଶି, ୱାର୍ଡ ମେମ୍ବର ହିମାଦ୍ରୀ ରାଉତ,ଗଣ୍ଡା ମେର ପଞ୍ଚାୟତ ସମିତି ଦୈତାରି ରାଉତ ଓ ପ୍ରଶ୍ନ ରାଉତ ପ୍ରମୁଖଙ୍କ ଉପସ୍ଥିତ ରେ ମହାସମାରୋହରେ ପାଳିତ ହୋଇଥିଲା। ଏଥିରେ ଅଞ୍ଚଳର ଅନେକ ବିଦ୍ୟାଳୟର ଛାତ ଛାତ୍ରୀମାନଙ୍କ ଦ୍ଵାରା ଗୀତ ନାଚ ପ୍ରତିଯୋଗିତା ପରିବେଷଣ କରିଥିବା ବେଳେ କଳାହାଣ୍ଡିର ବୀର ବାଦ୍ୟ ମାଁ ସମଲେଶ୍ବରୀ ଘୁମୁରାଦଳ ରାବଣ ଗୁଡା ଟେଲର୍ସ ଉପେନ୍ଦ୍ର ବାଗ ଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା, ଆଜିକାର କାର୍ଯ୍ୟକ୍ରମରେ ଶହ ଶହ ଲୋକଙ୍କର ଭିଡ଼ ପରିଲକ୍ଷିତ ହୋଇ ଥିବା ବେଳେ ସୁନ୍ଦର ଭାବେ ଏବଂ ସୁଚାରୁ ରୁପେ ପରିଚାଳନା କରିଥିଲେ ବୃନ୍ଦାବାହଲ ନୋଡାଲ ହାଇସ୍କୁଲର ଶିକ୍ଷକ ତରଙ୍ଗ ଚଣ୍ଡୀ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ବାଲିଗୁଡା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ: ଯାତାୟାତ ଯାତ୍ରୀ ହନ୍ତସନ୍ତ 

Sunil Chandra Nayak

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷକଙ୍କ ଉଦ୍ୟମ କ୍ରମେ ଗାୟତ୍ରୀ ପିଠିରେ ନଳକୂପ ଖନନ

ପୋଡ଼ାଗଡ ଚୌରିଆ ମନ୍ଦିର ଉପରେ ବିରାଟ ବରଗଛ ଭାଙ୍ଗି ପଡିବା ଫଳରେ ମନ୍ଦିରର ଚୁଡ଼ା ଭାଙ୍ଗିଗଲା:ପ୍ରଶାସନ ର ଦୃଷ୍ଟି ପଡୁ 

masiha

Leave a Comment

error: Content is protected !!