ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କାର୍ଯ୍ୟାଳୟରେ ଗୁଣ୍ଡୁରିଆ ସହିଦ ଦିବସ ନେଇ ପ୍ରସ୍ତୁତି ବୈଠକ

ମୟୂରଭଞ୍ଜ — (ମସିହା)ରାଇରଙ୍ଗପୁରରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟାଳୟରେ ଆଗାମୀ ଫେବୃୟାରୀ ଛଅ ତାରିଖରେ ଐତିହାସିକ ଗୁଣ୍ଡୁରିଆ ସହିଦ ଦିବସ ନେଇ ଏକ ଜରୁରୀ ବୈଠକ ହୋଇଯାଇଛି ାଏଥିରେ ରାଜ୍ୟ ସଭାପତି ଅଂଜଳି ସୋରେନ,ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ,ରାଜ୍ୟ ଉପ ସଭାପତି ଦିଲ୍ଲିପ ଦାସ,ରାଜ୍ୟ ମୁଖପାତ୍ର ସୁନିଲ ମାଝୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ହେମ୍ବ୍ରମ୍ ,ସରୋଜିନୀ ହେମ୍ବ୍ରମ୍,ଦାରାସିଂ ମୁଣ୍ଡା,ପଶ୍ଚିମ ମୟୂରଭଂଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା, ପୂର୍ବ ମୟୂରଭଂଜ ଜିଲ୍ଲା ସଭାପତି ରାମେଶ୍ବର କିସ୍କୁ, ମୟୂରଭଂଜ ଜିଲ୍ଲା ସଂଖ୍ୟାଲଘୁ ସମ୍ପ୍ରଦାୟ ସଭାପତି ଏସ୍ କେ ଅନୱର ହୁସେନ୍,ମୟୂରଭଂଜ ଜିଲ୍ଲା ମହିଳା ମୋର୍ଚା ସଭାପତି ରାଧାରାଣୀ ବେସ୍ରା,ମୟୂରଭଂଜ ଜିଲ୍ଲା ଛାତ୍ର ମୋର୍ଚା ସଭାପତି ମୁନାରାମ ନାଏକ,ପଶ୍ଚିମ ମୟୂରଭଂଜ ଜିଲ୍ଲା ସଂପାଦକ ଏସ୍ କେ ମାନାନ୍,ପୂର୍ବ ମୟୂରଭଂଜ ଜିଲ୍ଲା ସଂପାଦକ ପୁଥୂରାଜ ହାଁସଦାଃ ଓ ମୟୂରଭଂଜ ଜିଲ୍ଲା ମୁଖପାତ୍ର ସନ୍ତୋଷ କୁମାର ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ ା ଗୁଣ୍ଡୁରିଆ ସହିଦ ଦିବସ February 6 )କୁ ପାଳନ କରାଯିବ ,ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ାପୁଣି ମୟୂରଭଂଜ ଜିଲ୍ଲାରେ ଶିକ୍ଷା,ସ୍ବାସ୍ଥ୍ୟ ଓ ଗମନାଗମନ ଅନ୍ୟ ରାଜ୍ୟ ତୁଳନାରେ ପଛରେ ରହିଛି ,ଏଣୁ ଆମେ ସମସ୍ତେ ଏକଜୁଟ ହୋଇ ଏହାର କିପରି ଉପଯୁକ୍ତ ସମାଧାନ କରାଯାଇପାରିବ ସେ ବିଷୟରେ ତର୍ଜମା କରିଥିଲେ ାରାଇରଙ୍ଗପୁର ସହର ସମେତ ଉପଖଣ୍ଡର ସମସ୍ତ ବ୍ଲକ୍ ରୁ କିପରି ଗୁଣ୍ଡୁରିଆ ସହିଦ ଦିବସରେ ହଜାର ହଜାର ଆଦିବାସୀ ସାମିଲ ହୋଇପାରିବେ ରାଜ୍ୟ ସାଧାରଣ ସଂପାଦକ ଦୁବରାଜ ନାଗ ସମସ୍ତଙ୍କୁ ନିବେଦନ କରିଥିଲେ ାଶେଷରେ ପଶ୍ଚିମ ମୟୂରଭଂଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା ଧନ୍ୟବାଦ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ତରଫରୁ ବିକ୍ଷୋଭ ପ୍ରଦର୍ଶନ

masiha

କେନ୍ଦ୍ର କ୍ୟାବିନେଟର ୮୩୦୦ କୋଟି ଟଙ୍କା ବିନିମୟରେ ଉପକୁଳ ରାଜମାର୍ଗ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରସଙ୍ଗ ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବ: ମନମୋହନ ସାମଲ

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ  ବ୍ୟାପକ ଅନିୟମିତତା , ବି ଡି ଓ ଙ୍କୁ ସ୍ମାରକ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!