ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ ନାରୀ ଅଧିକାର ଅଭିଯାନ

ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ ନାରୀ ଅଧିକାର ଅଭିଯାନ

ରାଉରକେଲା ୨୯/୦୫, ରାଜ୍ୟ ବିଜେଡ଼ି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ, କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ସମୟରେ ଲୋକସଭା ଏବଂ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବାରେ ବିଫଳ ଏବଂ ନାରୀ ନିର୍ଯାତନାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ବିଜେପି ସରକାର ବିରୁଦ୍ଧରେ ଶହ ଶହ ମହିଳାମାନେ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ଉଦିତନଗର ସ୍ଥିତ ମା ସିଂହାସିନୀ ମନ୍ଦିର ଠାରୁ ବାହାରି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରଥମେ ବିଜେଡି ଦଳର ଯୁବନେତା ଶଙ୍କର ଅବୁନିଙ୍କ ନିଧନ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ଯସଭା ସାଂସଦ ସୁଲତା ଦେଓ ଯୋଗଦେଇ ନିଜ ବକ୍ତବ୍ୟରେ, ଅଧିକ ସଂଖ୍ୟାରେ ମା ଭଉଣୀମାନେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଡବଲ ଇଞ୍ଜିନ ସରକାର ମହିଳାମାନଙ୍କୁ ଅଣଦେଖା କରୁଛି, କେନ୍ଦ୍ର ସରକାର ୩୩ ପ୍ରତିଶତ ଆରକ୍ଷଣ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାବେଳେ,ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଓଡିଶାର ସାଧାରଣ ଲୋକମାନେ ଅତ୍ୟନ୍ତ ସୁଖ, ଶାନ୍ତିରେ ଜୀବନଯାପନ କରୁଥିବାବେଳେ ଏବେ ଲୋକମାନେ ସୁଖରୁ ଦୁଃଖ, ଭଲରୁ ମନ୍ଦ, ଆଲୋକରୁ ଅନ୍ଧାର, ବିଶେଷକରି ମା ଭଉଣୀମାନେ ଅନେକ ଆଶଙ୍କାରେ ଜୀବନ ଯାପନ କରୁଛନ୍ତି । ଆଜି ରାନ୍ଧିବା ଗ୍ୟାସ ସିଲିଣ୍ଡର, ପେଟ୍ରୋଲ ଦାମ ଆକାଶ ଛୁଆଁ ହୋଇ ସବୁ ଜିନିଷର ଦରଦାମ ବୃଦ୍ଧିହୋଇଛି । ଏହା କଣ ଆଚ୍ଛାଦିନ ବୋଲି ସେ ପ୍ରଶ୍ନ କରିଥିଲେ । ବିଧାୟକ ସାରଦା ପ୍ରସାଦ ନାୟକ ନିଜ କର୍ତ୍ତବ୍ୟ ରେ, ବିଜୁ ସ୍ବାସ୍ଥ୍ୟ କାର୍ଡ ଭଳି ଲୋକାଭିମୁଖୀ ଯୋଜନାଗୁଡିକ ସମୁର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଲୋକମାନେ ନହିନଥୁବା ଅସୁବିଧା ଭୋଗକରୁଛନ୍ତି ବୋଲି କହିଥିଲେ ।

    କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସନ୍ଧ୍ୟା ଲାକ୍ରା, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ,ରାଉରକେଲା ସଭାନେତ୍ରୀ ଜ୍ଯୋସ୍ନା ନାୟକ, ପୂର୍ବତନ ପୌରାଧ୍ୟକ୍ଷା ରଶ୍ମିବାଳା ମିଶ୍ର, ଛବି ମହାନ୍ତି, ଜାୟଶ୍ରୀ ପାଣିଗ୍ରାହୀ, ସୁନନ୍ଦା ସେନାପତି, ଆରତୀ ଚୌଧୁରୀ, ତାରିଣୀ ସେଠୀ, ପ୍ରତିଭା ଦାସ, ବୀଣା କୁଜୁର, ରୀତା ସାମଲ, ବରିଷ୍ଠ ନେତା ବିରେନ ସେନାପତି, ଗଗନ ପଣ୍ଡା,ସନ୍ତୋଷ ନାୟକ, ଜୟନ୍ତ କୁମାର ମିଶ୍ର, ପ୍ରଶାନ୍ତ ସେଠୀ, ବ୍ରିଜେଶ ମାହାତୋ ପ୍ରମୁଖ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ଆରକ୍ଷଣ ଏବଂ ରାଜ୍ୟରେ ମହିଳା ସୁରକ୍ଷା ଉପରେ ନିଜନିଜ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ଗାନ୍ଧୀ ପଣ୍ଡା, ଯୁବନେତା ବୁବୁଲି ରାଉତ, ବାବୁ ଖାନ୍, ସୁବାଷ ସ୍ବାଇଁ, ସଞ୍ଜିବ ଛୋଟରାୟ, ପିଙ୍କୁ ଜୟସ୍ବାଲ, କାବୁଲି ପ୍ରତିହାରୀ, ସୁଧାଂଶୁ ସାମଲ, କୃଷ୍ଣ ଚନ୍ଦ୍ର ଭଞ୍ଜ, ମାନସ ମହାନ୍ତି, ଶିତୁ ସାମଲ, ପିତବାସ କାଣ୍ଡି, ପ୍ରଶାନ୍ତ ନାୟକ, ରାହୁଲ ମହାନ୍ତି, ପ୍ରକାଶ ଧଳ, ସତ୍ୟବତୀ ବିଭାର, ସ୍ବପ୍ନା ରାଉତରାୟ, ପଦ୍ମା ରାଓ, ଚନ୍ଦନ ତରାଇ, ସୀତା ପ୍ରଧାନ, କଲ୍ୟାଣୀ ଲେଙ୍କା, ସୋନି କୌର, ରତ୍ନମଞ୍ଜରି ରାଉତ, ରୀତା ସାମଲ, କବିତା ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ୪୭ତମ ସ୍ଥାପନା ଦିବସ ପାଳିତ_ ବିଚାରଧାରା, ସଙ୍ଗଠନର ଶକ୍ତି ଓ ସମର୍ପଣ ଭାବକୁ ସ୍ମରଣ କରି ଦଳକୁ ଅଧିକ ସୃଦୁଢ଼ କରିବା: ଡ.ଯତୀନ ମହାନ୍ତି

Sunil Chandra Nayak

ଅଂଶୁମାନଙ୍କ ପରେ ରାଜନଗର ବ୍ଲକର ୨୯ଟି ପଞ୍ଚାୟତର କଂଗ୍ରେସ ସଭାପତି, ସମ୍ପାଦକ ,ସଭ୍ୟ ,ବ୍ଲକ କଙ୍ଗ୍ରେସ କମିଟି ଆଜି ଇସ୍ତଫା ଦେଲେ

masiha

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ  ବ୍ୟାପକ ଅନିୟମିତତା , ବି ଡି ଓ ଙ୍କୁ ସ୍ମାରକ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!