ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

    ଜଣାଣ

  ମାନଗୋବିନ୍ଦ ସ୍ବାଇଁ

ଜୀବନ ରାସ୍ତା ରେ ମୁ ଜଣେ ପଥିକ
     ଯିବା ପଥ ଦେଖା ଜଣେ
ଯେଉଁ ଆଡେନେବ ସେହିଆଡେ ଯିବି
     ପଥ ହରି ମୋ ପ୍ରମାଣେ।
ଅଙ୍କାବଙ୍କା ପଥ ଲମ୍ବା ହୁଏ ରାସ୍ତା
      ଚାଲି ଚାଲି ପଡେ ଥକି
ଆଶା ମୋ ଭରସା ଦୀର୍ଘ ଦିନ ନାହିଁ 
         ସ୍ବଳ୍ପ କରି ଦିଅ ଖୁସି।
ପଥରେ ଯାଉଛି ସ୍ମରଣ କରି କି
       ଆଶା ହବ କି ପୂରଣ
ତୁମ ଇଚ୍ଛା ଯାହା ତାହା ହିଁ କରିବ
      ଗରିବ ଘେନ ପ୍ରଣାମ।
ଆଶା ମୋ ଯମୁନା ଡଙ୍ଗାର ନାବିକ
      ମଙ୍ଗୁଆଳି ପ୍ରଭୁ ଜଣେ
କୂଳରେ ଲଗାଇ ପାରି କରି ଦେବ
      ଭକ୍ତ ଭାବନା ସେ ଜାଣେ।
ସକାଳ ସଞ୍ଜରେ ବାନା ଉଠୁ ଥାଏ
    ମନର ମନ୍ଦିର ପରେ
ଭକ୍ତି ବାଢୁ ଥାଏ ଅନ୍ତର ମଧ୍ୟରେ 
    ପୂଜା କରୁ ନିରନ୍ତରେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଅପର୍ତ୍ତ ସେଠୀ ଙ୍କ କବିତା// ଡୁଆଲ ସିମ୍

Sunil Chandra Nayak

ସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା // ଗାଁ ରେ ଶୀତ ଦିନ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଜୀବନ ଯନ୍ତ୍ରଣା =

Sunil Chandra Nayak

Leave a Comment

error: Content is protected !!