ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡା ବାପୁଜୀ ହାଇସ୍କୁଲ ୧୯୮୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ହାଇସ୍କୁଲ୍ ୧୯୮୮ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ରବିବାର ଐତିହାସିକ ଧବଳେଶ୍ଵର ପୀଠରେ ଆୟୋଜିତ ହୋଇଥିଲା l ଦୀର୍ଘ ୩୫ ଵର୍ଷ ପରେ ବନ୍ଧୁମାନେ ପ୍ରଥମ ଥର ଏକତ୍ରିତ ହୋଇ ଥିବା ଯୋଗୁ ନାହିଁ ନ ଥିବା ଖୁସି ଅନୁଭବ କରି ଥିଲେ । ଅତୀତ ର ସ୍ମୃତି କୁ ମନେପକାଇ ନିଜ ନିଜ ର ସ୍ମୃତି କୁ ବଖାଣି ଥିଲେ । ଦୀର୍ଘ ଦିନ ପରେ ଏକତ୍ରିତ ହୋଇ ଥିବା ଯୋଗୁ ଖୁସିରେ ମସଗୁଲ ହୋଇ ଯାଇଥିଲେ । ଏଥିରେ ଇଣ୍ଟରନେସନାଲ ଡେଭଲପମେଣ୍ଟ ଅରଗାନାଇଜେସନ ର ପ୍ରୋଗ୍ରାମ ମେନେଜର ସରୋଜ କୁମାର ବାରିକ, ପ୍ରଥମ ଓଡ଼ିଶାର ସ୍ଵେଚ୍ଛାସେବୀ ପ୍ରହଲ୍ଲାଦ ପ୍ରଧାନ, ଆଡଭୋକେଟ ତଥା ସମାଜସେବୀ ଝସକେତନ ରଣା, ଶିକ୍ଷକ ସହଦେବ ସାହୁ, ମୀନକେତନ ସୁନା, ଗୋକୁଳ ଚନ୍ଦ୍ର ପ୍ରଧାନ, ହେମନ୍ତ କୁମାର ବେହେରା, ଅନ୍ତର୍ଯ୍ୟାମୀ ମଲ୍ଲିକ, ନରେନ୍ଦ୍ର ନାଗ, ଫକୀର ଭୋଗ, ଅଶୋକ କୁମାର ରଣା, ଅନୀଲ ଗହୀର, ପ୍ରଦୀପ କୁମାର ସାହୁ, ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ ଭାଗିରଥୀ ଷଡ଼ଙ୍ଗୀ, ବ୍ୟବସାୟୀ ପ୍ରଶାନ୍ତ ଜୈନ, ଅନୀଲ କୁମାର କେଡିଆ, ମନୋଜ କୁମାର ମେହେର, ଯୁଗାନ୍ତ ସାଗର, ହୋଟେଲ ବ୍ୟବସାୟୀ ସତ୍ୟନାରାୟଣ ପୁଟେଲ, ପୋଲିସ କନେଷ୍ଟବଳ ରାମଲାଲ ମଲ୍ଲିକ, କିରାଣୀ କ୍ଷୀରୋଦ୍ର ସାହୁ, ପୂର୍ବତନ ସମିତି ସଭ୍ୟ ସଞ୍ଜିବ କୁମାର ରଣା, ବିଶିଷ୍ଟ ଚାଷୀ ଧବଳେଶ୍ଵର ସାହୁ, ରେଳ କର୍ମଚାରୀ ଗୋପାଳ ଛତ୍ରିଆ, ଟଙ୍କଧର ରଣା, ପୀତବାସ ରଣା, ହଂସରାଜ ପ୍ରଧାନୀ, ରାମଚନ୍ଦ୍ର ଦାଶ, ଡୋଳାମଣି ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା

masiha

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତ୍ରିଦୀଵସୀୟ ଅଣଆଵାସିକ ଶିକ୍ଷକ ପ୍ରଶିକ୍ଷଣ ‘ ସାମର୍ଥ୍ୟ ‘ ଶିବିର ଅନୁଷ୍ଠିତ

masiha

ସମସ୍ୟା ଘେରରେ ବୁଢ଼ୀଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

masiha

Leave a Comment

error: Content is protected !!