ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବୀରରୋଡ଼ ଫାଣ୍ଡି କୁ ନୂତନ ଥାନା ଭାବେ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କାମାକ୍ଷାନଗର (ମ ନି ସ)୦୯/୦୧/୨୩// ଆଜି ରାଜ୍ୟ ର ବିଭିନ ଜିଲ୍ଲା ରେ ମୋଟ ୩୦ ଟି ନୂତନ ଥାନା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଢେଙ୍କାନଳ ଜିଲ୍ଲା ରେ ପରଜଙ୍ଗ ଥାନା ଅଧିନରେ ଥିବା ମହାବୀରୋଡ ଫାଣ୍ଡି କୁ ମଧ୍ୟ ନୂତନ ଥାନା ଭାବେ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ |ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ଉପସ୍ଥିତ ଥିବା ବେଳେ ସଂମ୍ମାନିତ ଅତିଥି ଭାବେ ପରଜଙ୍ଗ ବିଧାୟକ ନୃସିଂହ ଚରଣସାହୁ,କଙ୍କଡାହାଡ଼ ବ୍ଲକ ଅଧକ୍ଷା, ଉପାଧକ୍ଷା ଜିଲ୍ଲାପରିଷଦ ସଭ୍ୟ ଓ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |ତେବେ ମହାବିରୋଡ ବାସୀଙ୍କ ଦୀର୍ଘ ଦିନର ଦାବି ଆଜି ପୂରଣ ହୋଇଥିବା ବେଳେ,ଅଂଚଳର ୯ ଟି ପଂଚାୟତ ର ଲୋକ ଙ୍କ ବିଭିନ୍ନ ସମସ୍ୟା ନେଇ ପରଜଙ୍ଗ ଥାନା କୁ ଅସୁବିଧାର ସମ୍ମୁଖିନ ହୋଇ ଯିବାକୁ ଫଡୁଥିଲା। ଆଜି ଠାରୁ ଏହା ହାତ ପାହାନ୍ତା ରେ ଲୋକମାନେ ଉତ୍ତମ ପୋଲିସ ସେବା ପାଇପାରିବେ ବୋଲି ଅଭିଭାଷଣ ରେ ଉପସ୍ଥିତ ଅତିଥି ମାନେ ଜନ ସାଧାରଣ ଙ୍କୁ ଉଦଭୋଦନ ଦେଇଥିଲେ |

କାମାକ୍ଷାନଗର ରୁପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସିଜିମାଳୀ ଖଣି ଖାଦାନ ତୁରନ୍ତ ଖୋଳିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

masiha

ଅକ୍ଷୟ ତୃତୀୟା ରେ କୃଷକ ଦିବସ ପାଳିତ

Sunil Chandra Nayak

ଗ୍ରାମ୍ୟ ରାସ୍ତାରେ ଶହ ଶହ ମାଲବାହୀ ଟ୍ରକ, ବେହାଲ ରାସ୍ତା ଯୋଗୁଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

masiha

Leave a Comment

error: Content is protected !!