ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକ୍ ନିଯୁକ୍ତି ପରାମର୍ଶ କର୍ମଶାଳା ଅନୁଷ୍ଠିତ

 ଭବାନୀ ପାଟଣା //   ଜିଲ୍ଳା ନିୟୋଜନ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଠାରେ HCL technology ରେ ନିଯୁକ୍ତି ପାଇଁ ଏକ ପ୍ରାକ୍ ନିଯୁକ୍ତି ପରାମର୍ଶ କର୍ମଶାଳା  ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରାମର୍ଶ କର୍ମଶାଳାରେ ୨୫୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ HCL Technology ର ରାଜ୍ୟ ମୁଖ୍ୟ ରିତମ୍ ବେହେରା ଓ ତାଙ୍କର ସହକର୍ମୀମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜନା ପ୍ରଫେସର୍ ଜୟଦେବ ସାହୁ ଓ ଡ଼ଃ . ମଧୁଲିକା ସାହୁ କରିଥିବା ବେଳେ ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ୍ କୁମାର ଉତ୍ତରାୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର କର୍ମକର୍ତ୍ତାମାନେ ସହାୟତା କରିଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ସିନାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ପ୍ରସ୍ତୁତି କର୍ମଶାଳା ଉଦଯାପିତ 

Sunil Chandra Nayak

ଭାଷା ଆଇନ ଉଲ୍ଲଂଘନ ରେ ଓଡ଼ିଆ ଭାଷା ବିକାଶ ମଞ୍ଚ ର ପ୍ରତିବାଦ 

Sunil Chandra Nayak

ଜୟଦ୍ରଥ ସୁନାଙ୍କ ତୃତୀୟ କବିତା ସଂକଳନ ‘ଲିଭି ଆସୁଥିବା ଚୁଲି’ ଉନ୍ମୋଚିତ 

masiha

Leave a Comment

error: Content is protected !!