ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଲୁମନି ମିଟ୍ ର ସାଧାରଣ ସଭା

ରାଉରକେଲା/ ରାଉରକେଲା ସ୍ବୟଂଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ତରଫରୁ ମହାବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦର ସଭାପତି ଡଃ ସମର ମୁଦାଲିଙ୍କ ସଭାପତିତ୍ବ ଓ ଆବାହକ ତଥା ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ରଙ୍କ ଆବାହକତ୍ବରେ ଆହୁତ ଏହି ସଭାରେ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଗୌରବମୟ ଇତିହାସ ଉପରେ ଆଲୋଚନା କରାଯାଇଥିଲା । ୧୯୬୧ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ଶିକ୍ଷାନୁଷ୍ଠାନରୁ ପ୍ରଶାସକ, ରାଜନେତା, ଶିକ୍ଷାବିତ, ସାମ୍ବାଦିକଙ୍କ ଭଳି ବହୁ ପ୍ରମୁଖ ବ୍ୟକ୍ତିତ୍ବ ସୃଷ୍ଟି ହୋଇଛନ୍ତି । ମହାବିଦ୍ୟାଳୟର ପୁରାତନ ଶିକ୍ଷାର୍ଥୀମାନେ ରାଜନୀତିରୁ ଆରମ୍ଭ କରି ପ୍ରଶାସନିକ ସେବା ସହ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ଥିବାରୁ ଏହି ସମାବେଶ କଲେଜର ବିକାଶ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ମତପ୍ରକାଶ ପାଇଥିଲା । ଆସନ୍ତା ଜାନୁୟାରୀ ୨୯ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ଆଲୁମନି ମିଟ୍ ପାଇଁ ରାଉରକେଲା ରୁ ଭୁବନେଶ୍ଵର ଓ ଜାତୀୟ ସ୍ତରରେ ପ୍ରଚାର ପ୍ରସାର ପାଇଁ ଗୁରୁତ୍ବାରୋପ କରାଯାଇଥିଲା । ଏହା ସହ ମହାବିଦ୍ୟାଳୟର ଇତିହାସ ଓ ମହାବିଦ୍ୟାଳୟର ସମାଜ କୁ ଅବଦାନ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଆଲୁମନି ଯୋଗଦେବା ପାଇଁ ସ୍ବୀକୃତି ପ୍ରଦାନ କରିଥିବାରୁ ଆସନ୍ତା ୧୭ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ କରାଯିବାକୁ ପ୍ରସ୍ତାବ ପାରିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଡଃ ମୁଦାଲି ଓ ଶ୍ରୀ ମହାପାତ୍ରଙ୍କ ବ୍ୟତୀତ ବିଧାୟକ ସାରଦା ପ୍ରସାଦ ନାୟକ,ସହ ଆବାହକ ରାଜୁ ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଜୟ କୁମାର ବେହେରା,ଅଧ୍ୟାପକ ପ୍ରଦୀପ ଖେସ, ଅଧ୍ୟାପକ ସମୀର ପୃଷ୍ଟି,ସଭାପତି ବିଭୁତି ପୁହାଣ, ସଂପାଦକ ରୋଷନ ସାହୁ,ପ୍ରଦୀପ ଟପ୍ପୋ, ସନରାମ କେର୍କେଟା,କୁଞ୍ଜବିହାରୀ ରାଉତ ଓ ସତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆବାହକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ ବସନ୍ତ ଉତ୍ସବ କାର୍ଯ୍ୟକ୍ରମ ଉଦ୍‌ଘାଟିତ

masiha

ପାଣିପମ୍ପ କେବୁଲ ଚୋରି, ଜଳ ଯୋଗାଣ ଠପ୍

masiha

ଏଡିଜେ କୋର୍ଟ ସ୍ଥାପନ ଦାବିରେ ବୁଧୁବାର ଖଡ଼ିଆଳ ବନ୍ଦ

masiha

Leave a Comment

error: Content is protected !!