ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଲୁମନି ମିଟ୍ ର ସାଧାରଣ ସଭା

ରାଉରକେଲା/ ରାଉରକେଲା ସ୍ବୟଂଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍ ତରଫରୁ ମହାବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦର ସଭାପତି ଡଃ ସମର ମୁଦାଲିଙ୍କ ସଭାପତିତ୍ବ ଓ ଆବାହକ ତଥା ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ରଙ୍କ ଆବାହକତ୍ବରେ ଆହୁତ ଏହି ସଭାରେ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଗୌରବମୟ ଇତିହାସ ଉପରେ ଆଲୋଚନା କରାଯାଇଥିଲା । ୧୯୬୧ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ଶିକ୍ଷାନୁଷ୍ଠାନରୁ ପ୍ରଶାସକ, ରାଜନେତା, ଶିକ୍ଷାବିତ, ସାମ୍ବାଦିକଙ୍କ ଭଳି ବହୁ ପ୍ରମୁଖ ବ୍ୟକ୍ତିତ୍ବ ସୃଷ୍ଟି ହୋଇଛନ୍ତି । ମହାବିଦ୍ୟାଳୟର ପୁରାତନ ଶିକ୍ଷାର୍ଥୀମାନେ ରାଜନୀତିରୁ ଆରମ୍ଭ କରି ପ୍ରଶାସନିକ ସେବା ସହ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ଥିବାରୁ ଏହି ସମାବେଶ କଲେଜର ବିକାଶ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି ମତପ୍ରକାଶ ପାଇଥିଲା । ଆସନ୍ତା ଜାନୁୟାରୀ ୨୯ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ଆଲୁମନି ମିଟ୍ ପାଇଁ ରାଉରକେଲା ରୁ ଭୁବନେଶ୍ଵର ଓ ଜାତୀୟ ସ୍ତରରେ ପ୍ରଚାର ପ୍ରସାର ପାଇଁ ଗୁରୁତ୍ବାରୋପ କରାଯାଇଥିଲା । ଏହା ସହ ମହାବିଦ୍ୟାଳୟର ଇତିହାସ ଓ ମହାବିଦ୍ୟାଳୟର ସମାଜ କୁ ଅବଦାନ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଆଲୁମନି ଯୋଗଦେବା ପାଇଁ ସ୍ବୀକୃତି ପ୍ରଦାନ କରିଥିବାରୁ ଆସନ୍ତା ୧୭ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ କରାଯିବାକୁ ପ୍ରସ୍ତାବ ପାରିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଡଃ ମୁଦାଲି ଓ ଶ୍ରୀ ମହାପାତ୍ରଙ୍କ ବ୍ୟତୀତ ବିଧାୟକ ସାରଦା ପ୍ରସାଦ ନାୟକ,ସହ ଆବାହକ ରାଜୁ ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଜୟ କୁମାର ବେହେରା,ଅଧ୍ୟାପକ ପ୍ରଦୀପ ଖେସ, ଅଧ୍ୟାପକ ସମୀର ପୃଷ୍ଟି,ସଭାପତି ବିଭୁତି ପୁହାଣ, ସଂପାଦକ ରୋଷନ ସାହୁ,ପ୍ରଦୀପ ଟପ୍ପୋ, ସନରାମ କେର୍କେଟା,କୁଞ୍ଜବିହାରୀ ରାଉତ ଓ ସତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆବାହକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁରେ ଗଡ଼ିଲା ‘ସୁଭଦ୍ରା’ ରଥ ପତାକା ଦେଖାଇ ଶୁଭାରମ୍ଭ କଲେ ବିଡ଼ିଓ 

masiha

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାରିଡି ପଞ୍ଚାୟତ ଗସ୍ତ, ଅବ୍ୟବସ୍ଥା ମଧ୍ୟରେ କଷ୍ଟରେ ରହୁଛନ୍ତି ଗତିପୁଟ ଗ୍ରାମରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସର ଛାତ୍ରି

masiha

ଡ୍ରାଇଭର ମୋହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!