ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ       

ନବରଙ୍ଗପୁର -(ମସିହା) ଓଡିଶା ସରକାରଙ୍କ ଶିଳ୍ପୋଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ପକ୍ଷରୁ ନବରଙ୍ଗପୁର ସ୍ଥାନୀୟ କୋଣାର୍କ ଆଈ.ଟି.ଆଈ. ପରିସରରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ ଜଣ ଯୁବକଯୁବତୀ ଭାଗ ନେଇ ନିଜର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ । ଦୁଇ ସପ୍ତାହ ଧରି ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ, ସମବାୟ , କୃଷି ଓ ବୀମା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଓ ସରକାରୀ ସୁବିଧା ସୁଯୋଗ ଉପରେ ତାଲିମ ପ୍ରଦାନ ସହ ଆତ୍ମନିଭରଶୀଳ ହୋଇ ନିଜର ବ୍ୟବସାୟିକ ସଫଳତା ହାସଲ କରିବା ସହ ଅନ୍ୟ ମାନଙ୍କୁ ରୋଜଗାରକ୍ଷମ କରାଇବାରେ ସକ୍ଷମ ହୋଇ ପାରିବେ ଏଥି ନେଇ ବିସ୍ତୃତ ଆଲୋଚନା ଓ ତାଲିମ ପ୍ରଦାନ ପରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ମ୍ୟାନେଜର ସୁକୁମାର ବକ୍ସି , ରାଜ୍ୟ ଶିଳ୍ପଦ୍ୟୋଗୀ ପ୍ରତିଷ୍ଠାନର ପୋଗ୍ରାମ ମ୍ୟାନେଜର ଗୋକୁଳ ନନ୍ଦନ ଭୋଳ, ନବରଙ୍ଗପୁର ମହିଳା ମହାବିଦ୍ୟାଳୟରର ଅଧ୍ୟକ୍ଷା ମାଲେଶ୍ଵରୀ ସାହୁ, ଜିଲ୍ଲା ଶିଳ୍ପକେଦ୍ରର ଶିଳ୍ପ ବିକାଶ ଅଧିକାରୀ କେ. ବିକ୍ରମ ରାଜୁ, କୋଣାର୍କ ଆଇ.ଟି.ଆଇର ଅଧ୍ୟକ୍ଷା ମମତା କୁମାରୀ ପାଢି, ଆଧ୍ୟାପକ ପ୍ରଦୀପ କୁମାର ପଟ୍ଟନାୟକ, ଶ୍ରୀନିବାସରାଓ, ଅନୁଷ୍ଠାନର ଉପଦେଷ୍ଟା ପୂର୍ଣ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ରାୟଗଡା ଜିଲ୍ଳାରେ ଡିସେମ୍ବର ୧୭ରୁ ଆରମ୍ଭ ହେବ ଧାନ ମଣ୍ଡି

masiha

ବସ ସହ ଅଟୋ ମୁହାଁମୁହିଁ ଧକ୍କା ୬ ମୃତ, ୫ ଗୁରୁତର

ଶତାୟୁ,ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୭୫ତମ ସାଧାରଣତନ୍ତ୍ର ଦିବସ -୨୦୨୪ ଉତ୍ସବ ପାଳିତ

masiha

Leave a Comment

error: Content is protected !!