ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତି ସେଠୀ ଙ୍କ କବିତା // କର୍ତ୍ତବ୍ଯ

         କର୍ତ୍ତବ୍ଯ

          ଅପର୍ତ୍ତି ସେଠୀ

କର୍ତ୍ତବ୍ୟ ପାଳନେ ସତ୍ୟ ରକ୍ଷା କରି
       ପ୍ରଭୁ ରଘୁକୂଳ ସାଇଁ,
ପୁତ୍ର ଧର୍ମ ପାଳି ହେଲେ ବନବାସୀ
      ପିତାଙ୍କ ସମ୍ମାନନ ପାଇଁ।
କର୍ତ୍ତବ୍ୟ ପାଳନେ ସ୍ତ୍ରୀ ଧର୍ମ ରଖି
      ସଙ୍ଗେ ଗଲେ ବ‌ଇଦେହୀ,
ଅନୁଜ ଲକ୍ଷ୍ମଣ କର୍ତ୍ତବ୍ୟ ପାଳିଲେ
       ପ୍ରଭୁଙ୍କ ସେବକ ହୋଇ।
ପୁଅର କର୍ତ୍ତବ୍ୟ ପିତା ମାତା ସେବା
        କୂଳ ଧର୍ମ ରକ୍ଷା ଅର୍ଥେ,
ସ୍ତ୍ରୀର କର୍ତ୍ତବ୍ୟ ସ୍ଵାମୀ ମାନ ରକ୍ଷା
        ଭାଇଟିର ଭାଇ ହିତେ।
କର୍ତ୍ତବ୍ୟଟି ବଡ଼ ସଂସାର ପାଳନେ
        ଘର ମୁରବୀ ଦାୟୀତ୍ବ,
ବିନା କର୍ତ୍ତବ୍ୟରେ ଫଳଟି ନ ମିଳେ
       କାର୍ଯ୍ୟ ହୁଏ ଯେଣୁ ନଷ୍ଟ।
ବୋହୂରକର୍ତ୍ତବ୍ଯ ଶାଶୁଙ୍କୁ ନିଜର 
       ମାଆ ବୋଲି ଭାବିନେବା,
ଶାଶୁର କର୍ତ୍ତବ୍ୟ ବୋହୂକୁ ଆପଣା
       ଦୁହିତା ପଣେ ଦେଖିବା।
ଶିଷ୍ୟର କର୍ତ୍ତବ୍ୟ ଗୁରୁ ଭକ୍ତି ପୁଣି
       ଗୁରୁଙ୍କ କର୍ତ୍ତବ୍ୟ ଶିକ୍ଷା,
ଚରିତ୍ର ଗଠନ କର୍ତ୍ତବ୍ୟ ପାଳନ
       ମଣିଷର ମହାଦୀକ୍ଷା।
ନେତାର କର୍ତ୍ତବ୍ୟ ଜନତାର ହିତ
        ଦେଶର ଉନ୍ନତି ପାଇଁ,
ଜନତା କର୍ତ୍ତବ୍ୟ ନୀତି ଆଦର୍ଶଟି
       ଦୁର୍ନୀତିକୁ ଫିଙ୍ଗି ଦେଇ।
ନାରୀର କର୍ତ୍ତବ୍ୟ ମମତା ବନ୍ଧନେ
       ସଂସାର ବାନ୍ଧି ରଖିବା,
ପୁରୁଷ କର୍ତ୍ତବ୍ୟ ଦେଶ ମାନ ରକ୍ଷା
       ସୁଯୋଗ୍ୟ ସନ୍ତାନ ହେବା।
କର୍ତ୍ତବ୍ୟଟି ନୁହେଁ ପ୍ରେମୀ ଯୁଗଳଙ୍କ
       ପ୍ରେମରେ ଦିନ ସାରିବା,
କର୍ତ୍ତବ୍ୟଟି ହେଲା ଛାତ୍ର ଛାତ୍ରୀଙ୍କର
        ବିଦ୍ଯାଧ୍ୟୟନ କରିବା।
 ଆପଣା ମାଲିକ ଆଜ୍ଞାର ପାଳନ
       ଚାକରଟିର କର୍ତ୍ତବ୍ୟ,
ମାଲିକ କର୍ତ୍ତବ୍ୟ ଯେହ୍ନେ ଚାକରକୁ
       ପୁଅ ଭଳି ଦେଖୁଥିବ।
ନିର୍ଦ୍ଧାରିତ ବେଳେ ଅଫିସ୍‌କୁ ଯିବା
    ‌ କର୍ତ୍ତବ୍ୟ ପିଅନଟିର,
ସରକାରୀ କାମ ନିଜର ଭାବିବା
       କର୍ତ୍ତବ୍ୟ ଯେ ବାବୁଙ୍କର।
ଦ୍ଵାରେ ଦ୍ୱାରେ ବୁଲି ପେପର ବାଣ୍ଟିବା
       ପେପର ବାଲା କର୍ତ୍ତବ୍ୟ,
ଦୁଖୀ ରଙ୍କି ସେବା ଅତିଥି ସତ୍କାର
       ଆମର ବଡ଼ କର୍ତ୍ତବ୍ୟ।
ଡ୍ରାଇଭରଟିର କର୍ତ୍ତବ୍ୟଟି ହେଲା
       ମଦ୍ଯଠୁଁ ଦୂରେ ରହିବା,
ଯାତ୍ରୀମାନଙ୍କୁସେ ଯେଝା ଲକ୍ଷ୍ୟସ୍ଥଳେ 
       ସୁରକ୍ଷାରେ ଛାଡି ଦେବା।
ଭକ୍ତର କର୍ତ୍ତବ୍ୟ ଜଗତ କଲ୍ୟାଣ
       ପର ଉପକାର ପାଇଁ,
ରୋଗୀ ସେବାଠାରୁ ବଡ଼ କର୍ତ୍ତବ୍ୟଟି
       ଡାକ୍ତର ପାଖରେ ନାହିଁ। 
କାର୍ଯ୍ଯରେ ଠକିବା କର୍ତ୍ତବ୍ୟଟି ନୁହେଁ
        କେବେ ମଜୁରୀଆଟିର,
ମାଲିକ କର୍ତ୍ତବ୍ୟ ନୁହେଁ ତ କଦାପି
        ଅସଂଯତ ବ୍ୟବହାର।
ଅନୁଷ୍ଠାନଟିଏ ଦୀର୍ଘ ସ୍ଥାୟୀ ହୁଏ
        ସଦସ୍ୟଙ୍କ କର୍ତ୍ତବ୍ୟରେ,
କବିର କର୍ତ୍ତବ୍ୟ ସମାଜକୁ ଦେବା
        ବାର୍ତ୍ତା ନିଜ କବିତାରେ।
ଏମିତି କର୍ତ୍ତବ୍ୟ ପାଳନ ନିମନ୍ତେ
        ସଂସାରେ ଜୀବ ଜଗତ,
କର୍ତ୍ତବ୍ୟରେହେଳା ବୁଡିବ ତ ଭେଳା
        କହେ ଅପର୍ତ୍ତି ମୁରୂଖ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

Related posts

ବିଜୟ କୁମାର ଜେନା ଙ୍କ କବିତା // ସକାଳର ଜଣାଣ // ହେ ପରେମଶ୍ବର

Sunil Chandra Nayak

ନିରଞ୍ଜନ ସାହୁ ଙ୍କ କବିତା l l ଷାଠିଏ ପୁରିଲା,ଚାକିରୀ ସରିଲା l l

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା l l  ପ୍ରଭୁ ନିରପେକ୍ଷ l l

Sunil Chandra Nayak

Leave a Comment

error: Content is protected !!