ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି ଆକ୍ରମଣ ରେ ପକ୍ଷାଘାତ ରୋଗୀ ଗୁରୁତର

ପାପଡାହାଣ୍ଡି,11/01, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବଲ୍ଲା ପଞ୍ଚାୟତ ହିର୍ଲି ଗ୍ରାମରେ ମହୁମାଛି ଆକ୍ରମଣରେ ବୁଧବାର ଜଣେ ପକ୍ଷାଘାତ ରୋଗୀ ଗୁରୁତର ହୋଇଛନ୍ତି | ତାଙ୍କ ନାମ କେଶବ ମାଝୀ | ସୂଚନା ଅନୁଯାୟୀ ଶୌଚ ପାଇଁ ଘର ପଛକାନି ଖୋଳା ଜାଗା କୁ ଯାଇ ଥିଲେ | ଏହି ସମୟରେ ଅତର୍କିତ ଭାବେ ମହୁମାଛି ଆକ୍ରମଣ କରିଥିଲେ | କେଶବ ଙ୍କ ଏକ ଗୋଡ଼ ଓ ହାତ ପକ୍ଷାଘାତ ରୋଗ ଯୋଗୁଁ କାମ ଦେଉନାହିଁ | ଯାହାଫଳରେ ସେ ଠିକରେ ଚାଲି ମଧ୍ୟ ପାରୁନାହାନ୍ତି | କେଶବ ଙ୍କୁ ମହୁମାଛି ଆକ୍ରମଣ ହେବା ଦେଖି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ | ଏହାପରେ ଘର ଲୋକଙ୍କୁ ଖବର ଦେବା ପରେ ଏକ ଅଟୋ ସାହାଯ୍ୟରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ କେଶବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

Majhigouri Carpenter Workers Union Organizes Plantation and Helmet Awareness Drive in Rayagada

Sunil Chandra Nayak

ରାୟଗଡ଼ା ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ୍ ଟପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଅନ୍ତର୍ଜାତୀୟ ଦିବ୍ୟଙ୍ଗ ଦିବସ ପାଳତ 

masiha

Leave a Comment

error: Content is protected !!