ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  _ _   ଆସିଛୁ _ _

 _ _   ଆସିଛୁ _ _

କି ନେଇ ଆସିଛୁ କି ନେଇ ତୁ ଯିବୁ
ଆସିଛୁ ଲଙ୍ଗଳା ହୋଇ
ଖାଲି ହାତେ ଆସି ଖାଲି ହାତେ ଯିବୁ 
ମୋର ମୋର ବୋଲି କହି
କିଏ ଏଠି ମୋର କିଏ ଏଠି ପର
କାହାକୁ କହିବୁ ତୁହି 
କି ନେଇ ଆସିଛୁ …………….୧ 
କାହା ଲୁହ ଝରେ ଦିନେ ଦୁଇ ଦିନ
କାହା ଲୁହ ମାସ ବର୍ଷ
ସମୟ ସାଥିରେ ଭୁଲିସେ ଯାଆନ୍ତି
ମନେପଡ଼େ ପିଣ୍ଡ ମାସ 
ମାୟା ର ସଂସାର କେହି ନୁହେଁ ମୋର 
ସାହା କାଳିଆ ଗୋସାଇଁ
କି ନେଇ ଆସିଛୁ …………….୨ 
ଦୋଷ ଧରନାହିଁ ଆହେ ଚକାଡୋଳା
କ୍ଷମା ଦିଅ ଏହି ଥର 
ଯେତେ ଇଛା ଦଣ୍ଡ ଦେଇଦିଅ ମୋତେ
ନକର ପାଖରୁ ଦୂର
ମୋର ବୋଲି ଏଠି କିଛି ଏଠି ନାହିଁ 
ସୃଷ୍ଟି ଚାଲେ ତୁମ ପାଇଁ
କି ନେଇ ଆସିଛୁ କି ନେଇ ତୁ ଯିବୁ
ଆସିଛୁ ଲଙ୍ଗଳା ହୋଇ………….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ସିତାଂଶୁ ଜେନା ଙ୍କ କବିତା // ହେ ଶଶୀଖଣ୍ଡ ମୌଳି

Sunil Chandra Nayak

ମଧୁ ମିତା ମିଶ୍ର ଙ୍କ କବିତା = ଆଶା ଆଶଙ୍କା

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା//ପୁଷୁପୂନେଇ

Sunil Chandra Nayak

Leave a Comment

error: Content is protected !!