ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩ ନିମନ୍ତେ ଚୂଡାନ୍ତ ପର୍ଯ୍ୟାୟ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ, ଜିଲ୍ଲାର କଳା ସଂସ୍କୃତିକୁ ଦିଆଯିବ ଗୁରୁତ୍ବ !

ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ କଳାହାଣ୍ଡି ଜିଲ୍ଲାରେ ଆୟୋଜିତ ହେବାକୁ ଥିବା କଳା, ସଂସ୍କୃତି ଓ ଐତିହ୍ୟ ର ପର୍ବ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୩ କୁ ନେଇ ଜିଲ୍ଲାବାସୀଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ଭବାନୀପାଟଣା ସହରସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ନେଇ ଜିଲ୍ଲା ସଂସ୍କୃତି ବିଭାଗ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ୧୨ ତାରିଖ ଅପରାହ୍ନରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଏକ ଚୂଡାନ୍ତ ପର୍ଯ୍ୟାୟ ବୈଠକ ଡାକି ଏସଂକ୍ରାନ୍ତରେ ସାମ୍ବାଦିକ ମାନଙ୍କୁ ଅବଗତ କରିଥିଲେ। ବୈଠକରେ ଜିଲ୍ଲାପାଳ ପି . ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିଲାଶ ଜୀ , ଡିଆରଡିଏ ପ୍ରମୁଖ, ଧର୍ମଗଡ଼ ଉପଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ସମେତ ଜିଲ୍ଲା ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସେହିପରି ଉତ୍ସବ ପରିଚାଳନା ପାଇଁ ଗଠିତ ସବ୍- କମିଟିର ମୂଖ୍ୟ ତଥା ସଦସ୍ୟ ମାନେ ନିଜ ନିଜ ବିଭାଗ କିପରି ଏଥିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ଉତ୍ସବଟିକୁ ସୂଚାରୁରୂପେ ସଫଳ କରିବେ ସେ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଥିବା କଳାକାର ମାନେ ନିଜର କଳା ପ୍ରଦର୍ଶନ କରିବେ ବୋଲି ସାମ୍ବାଦିକଙ୍କୁ ସୂଚନା ଦିଆଯାଇଥିଲା। ଏହା ବ୍ୟତୀତ କଳା, ସାହିତ୍ୟ, ସଂସ୍କୃତି, କ୍ରୀଡା, ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡିଛି। ଏହି ଉତ୍ସବ ୧୪ ତାରିଖ ଦିନ ଉଦଘାଟନ ହୋଇ ଆସନ୍ତା ୧୭ ତାରିଖ ଦିନ ଉଦଯାପିତ ହେବ। ଧର୍ମଗଡ଼ ସବ୍ ଡିଭିଜନ ଠାରେ ମଧ୍ୟ ଏହି ଉତ୍ସବ ଆସନ୍ତା ୧୫ ତାରିଖ ଦିନ ଶୁଭାରମ୍ଭ ହୋଇ ତିନି ଦିନ ଧରି ଉତ୍ସବ ଚାଲିବ ବୋଲି ଧର୍ମଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଥିଲେ। ଜିଲ୍ଲାବାସୀଙ୍କ ମନରେ ଏ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ଓ ଏଥିପାଇଁ ମଶାଲ ଯାତ୍ରା ଜିଲ୍ଲାର ଚାରିଟି ସ୍ଥାନରୁ ବାହାରି ଆସନ୍ତା ୧୪ ତାରିଖ ଦିନ ପହଞ୍ଚିବ ବୋଲି ଜଣାପଡିଛି। ଏଥିପାଇଁ ସମସ୍ତ ଜନସାଧାରଣ, ଗଣମାଧ୍ୟମ ଓ ବିଭିନ୍ନ ବିଭାଗର ସକ୍ରିୟ ସହଯୋଗ ପାଇଁ ଜିଲ୍ଲାପାଳ ଆଶା ପୋଷଣ କରିଥିଲେ।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ 

Related posts

କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ନିର୍ବାଚନ ଶେଷ , ସଭାପତି ହେଲେ ହିମାଂଶୁ

Sunil Chandra Nayak

ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସଭା ଓ ଶୋଭାଯାତ୍ରା

masiha

ଶିମିଳିପାଳର ସୁରକ୍ଷା ପାଇଁ ମୟୂରଭଞ୍ଜ ପୋଲିସ ଓ ବନ ବିଭାଗର ବନ୍ଧୁକ ସଂଗ୍ରହ ଅଭିଯାନ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!