ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

କାମାକ୍ଷାନଗର(ମ ନି ସ)୧୩/୦୧_ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କରଗୋଳା ପଞ୍ଚାୟତର ଦଣ୍ଡାଧାର ସାପ୍ତାହିକ ହାଟ ନିକଟରେ ଗୁରୁବାର ଏକ ବାଇକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାର ଜଣାଯାଇଛି l ମୃତକ ଜଣକ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଶେଷଦେବ ନାୟକ (35) l ଶେଷଦେବ ନାୟକ କୌଣସି କାର୍ଯ୍ୟରେ କାନ୍ତୋଲ ଯାଇ ଘରକୁଏକ ବାଇକ ରେ ଫେରୁଥିଲେ l ଫେରିବା ସମୟରେ ଦଣ୍ଡାଧାର ହାଟ ନିକଟରେ ଥିବା ଏକ କଲଭଟ ରେ ବାଇକ ଟି ଭାରସାମ୍ୟ ହରାଇ ଧକ୍କା ହୋଇଥିଲା l ଫଳରେ ଶେଷଦେବ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ଖବର ପାଇ ୧0୮ ଆମ୍ବୁଲାନ୍ସ ସେବା ଗୁରୁତର ଶେଷଦେବଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ ପରେ ବ୍ୟବଛେଦ ର ବ୍ୟବସ୍ଥା କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବାର ଜଣାଯାଇଛି l ଶେଷଦେବଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ପୂରଣ ପାଇଁ ବିଭାଗୀୟ ମନ୍ତୀଙ୍କୁ ଦାବି ପତ୍ର

Sunil Chandra Nayak

ବିଜୁ ସେତୁ ଉପଦେଷ୍ଟାଙ୍କ ବିଭିନ୍ନ ବ୍ରିଜ କାର୍ଯ୍ୟ ପରିଦର୍ଶନ

Sunil Chandra Nayak

ଧୋଡ୍ରା ମଣ୍ଡଳସ୍ତରୀୟ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!