ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ତ୍ରିନାଥ ସିଂହ ପାଇଲେ ‘ମିଳନୀ କବିତା ସମ୍ମାନ-୨୦୨୨’

ରାଉରକେଲା/‌କେନ୍ଦୁଝର ସଂସ୍କୃତି ଭବନଠାରେ ଓଡ଼ିଶାର ବହୁପୁରାତନ ମିଳନୀ ସାହିତ୍ୟ ସଂସଦର ୬୨ତମ ବାର୍ଷିକୋତ୍ସବ ପାଳନ ଅବସରରେ ଏକ ଭବ୍ୟ ସମାରୋହରେ ବର୍ତ୍ତମାନ ସମୟର ସୁପରିଚିତ କବି ତ୍ରିନାଥ ସିଂହଙ୍କୁ ୨୦୨୨ ମସିହା ନିମନ୍ତେ ମର୍ଯ୍ୟାଦାଜନକ ‘ମିଳନୀ କବିତା ସମ୍ମାନ-୨୦୨୨’ ରେ ସମ୍ବର୍ଦ୍ଧିତ କରାଯାଇଛି।

‌ଏହି ଉତ୍ସବରେ ପ୍ରବୀଣବାଗ୍ମୀ ଓ ପ୍ରଜ୍ଞାପୁରୁଷ ଦାଶ ବେନହୁର ମୁଖ୍ୟଅତିଥି ଏବଂ ବରିଷ୍ଠ ପ୍ରଶାସକ ତଥା ସୁପରିଚିତ ଦ୍ଵିଭାଷୀକବି ପ୍ରଦୀପ ବିଶ୍ଵାଳ ମୁଖ୍ୟବକ୍ତା ଭାବରେ ଯୋଗଦେଇ କବି ତ୍ରିନାଥ ସିଂହଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବାବେଳେ ମଞ୍ଚରେ କବି ଦେବାଶିଷ ଚକ୍ରବର୍ତ୍ତୀ, ପିନାକୀ ମିଶ୍ର, ଚିନ୍ତାମଣି ମହାଳିକ, ପ୍ରଣତି ବେହେରା, ଡଃ ଚିତ୍ତରଞ୍ଜନ ମିଶ୍ର, ପ୍ରାବନ୍ଧିକ ଡଃ ମହେଶ୍ୱର ପାଢ଼ୀ, କଥାକାର ପବିତ୍ର ପାଣିଗ୍ରାହୀ ପ୍ରମୁଖ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକଗଣ ଉପସ୍ଥିତ ଥିଲେ। 

‌ପ୍ରକାଶ ଥାଉ କି, ରାଉରକେଲା ଭବିଷ୍ୟନିଧି କାର୍ଯ୍ୟାଳୟରେ ଅବସ୍ଥାପିତ କବି ତ୍ରିନାଥ ସିଂହ ଗତ ତିନିଦଶନ୍ଧିରୁ ଉର୍ଦ୍ଧ୍ବକାଳ ଧରି ତାଙ୍କର ସ୍ଵକୀୟ କାବ୍ୟଧାରା ପାଇଁ ଓଡ଼ିଆ କବିତାସାହିତ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ବିଭିନ୍ନ ସମୟରେ ତୀରତରଙ୍ଗ ସମ୍ମାନ, ସ୍ୱର ଓ ସ୍ୱାକ୍ଷର ସମ୍ମାନ, ଭଦ୍ରକ ପୁସ୍ତକମେଳା କବିତା ସମ୍ମାନ, ପ୍ରଭାସର୍ଜନା ସମ୍ମାନ, ଦିଗବଳୟ କବିତା ସମ୍ମାନ, ସାହିତ୍ୟଦର୍ପଣ କବିତା ସମ୍ମାନ, କାଦମ୍ବିନୀ କବି ସମ୍ବର୍ଦ୍ଧନା, ପ୍ରଭାତନଳିନୀ ସାହିତ୍ୟ ସମ୍ମାନ, ଆନନ୍ଦପୁର ନାଗରିକ ସମ୍ବର୍ଦ୍ଧନା ଆଦି ସମ୍ମାନରେ ସମ୍ବର୍ଦ୍ଧିତ ହୋଇସାରିଛନ୍ତି। ଶ୍ରୀ ସିଂହଙ୍କ ଦ୍ଵାରା ରଚିତ ଫେରନ୍ତା ପକ୍ଷୀ, କୋଳାହଳ, ସେମାନଙ୍କ ପୂର୍ବାପର, ପବନ ବହୁଛି ଯେମିତି, ଚୁପଚାପ୍ ଚତୁର୍ଥଧାଡ଼ିରେ ଇତ୍ୟାଦି କବିତା ପୁସ୍ତକ ପାଠକୀୟ ମହଲରେ ବେଶ୍ ଆଦୃତି ଲାଭ କରିଥିବା ବେଳେ ତାଙ୍କର ଅନେକ ଗୁଡ଼ିଏ କବିତା କନ୍ନଡ଼, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ସାହିତ୍ୟକୁ ଅନୁଦିତ ହୋଇ ପ୍ରଶଂସାଭାଜନ ହୋଇପାରିଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଏଲ ଏଚଭି ଙ୍କ ଅବସର ଗ୍ରହଣ 

masiha

ପାଠାଗାର ରେ ଭାଗବତ ଚର୍ଚ୍ଚା 

masiha

ଡ଼ଙ୍ଗାବାହାଲ ଓ ଫଟାମୁଣ୍ଡା ରାସ୍ତା ରେ କଣ୍ଟା ବାଡ଼ ଦେଲେ ଜମି ମାଲିକ : ହଇରାଣ ହେଉଛନ୍ତି ସାଧାରଣ ଜନତା

masiha

Leave a Comment

error: Content is protected !!