ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ରାଉରକେଲା/ ସେକ୍ଟର ୬ ସ୍ଥିତ ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶ୍ବକପ ହକି କୁ ଆଖି ଆଗରେ ରଖି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିବାଳା ମହାପାତ୍ରଙ୍କ ସଭାପତିତ୍ବ ଓ ମୁଖ୍ୟବକ୍ତା ତଥା ସଂଯୋଜକ ସିଆରସିସି ଦୀପକ କୁମାର ସାମଲଙ୍କ ସଂଯୋଜନାରେ କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ଶିକ୍ଷକ ତଥା ଜାତୀୟ ଫୁଟବଲ ରେଫ୍ରି ଭାସ୍କର ନନ୍ଦ, ସେକ୍ଟର ୧୬ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ପତି, ସେକ୍ଟର ୭ ପାହାଡପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାରଥି ଜେନା ପ୍ରମୁଖ ଯୋଗଦେଇଥିଲେ।

ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ବସନ୍ତ କୁମାର ଦାସ,ଅମରନାଥ ଜେନା ଓ ହରିହର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ଆଚରଣ ଓ ଉଚ୍ଚାରଣର ସମନ୍ବୟ ସହ ଛାତ୍ରଛାତ୍ରୀ ମାନେ ଗୁରୁଜନ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନ ଦେବା ଉଚିତ । ଏହା ସହ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଂଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହା ସହ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ତରଫରୁ ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ ତଥା ପାଚିକା ଗଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋସ୍ନାମୟୀ ରାଉତ, ସଚଳା ବାରିକ, କିରଣବାଳା ସାହୁ ଓ ସମାଜସେବୀ ନୃସିଂହନାଥ ପାଣିଗ୍ରାହୀ ତଥା ପାଚିକାଗଣ କନକଲତା ସାମଲ, ମମତା ନାୟକ ଓ ଟିକିନା ବେହୁରିଆ ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମା ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ 

masiha

ବାଞ୍ଜିଝାଲ ରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

masiha

Leave a Comment

error: Content is protected !!