ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳପୁର, ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ ପନି ପରିବା ଫସଲ ନଷ୍ଟ

ଢେଙ୍କାନାଳ : ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ଗୋପାଳପୁର,ମହୁଲଖୋଳି ଗାଁରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରଛି । ସନ୍ଧ୍ୟା 6 ଟା ସମୟରେ ଗୋପାଳପୁର ଗ୍ରାମ ଭିତରେ ପଶି ସୁରେନ୍ଦ୍ର ନାୟକ, ରବି ନାୟକଙ୍କ ଖଳାରୁ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି l ପ୍ରାୟ ଦୁଇ ଏକର ଜମିରେ ଚାଷୀ ସୁକାନ୍ତି ଭୂୟାଁ ,ମୁରଲୀଧର ଭୂୟାଁ, ରବି ନାୟକ ପରିବା କ୍ଷେତରେ ଦନ୍ତା ହାତୀ ପଶି ଦଳିଚକଟି କାକୁଡି, କୋବି ବିନ୍ସ, କଖାରୁ ଫସଲ ନଷ୍ଟ କରିଛନ୍ତି । ବିଳମ୍ବିତ ରାତିରେ ମହୁଲଖୋଳି ଗ୍ରାମରେ ଚାଷୀ ଶ୍ରୀକାନ୍ତ ଗୋଛାୟତଙ୍କ ଘରୁ ଅଖା ବସ୍ତା ରେ ରଖୀଥିବା ଧାନ ଖାଇଥିବାର ଜଣା ପଡିଛି l ଚାଷୀ ଗୋଲଖ ବିହାରୀ ବେହେରାଙ୍କ ଲଗାଇ ଥିବା ଏକ ଏକର ଆଳୁ ପଶି ଖୁଦି ନଷ୍ଟ କରିଛନ୍ତି l ଆଜି ସକାଳେ ଏ ସମ୍ପର୍କରେ ଜାଣିବାପରେ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି l ଧାରକରଜ କରି ଚାଷ କରିଥିବା ବେଳେ ଅମଳ ପୃବରୁ ହାତୀ ଉଜାଡି ଦେଇଥିବାରୁ ଋଣ କିପରି ପରିଶୋଧ କରିବେ ଚିନ୍ତାରେ ପଡ଼ିଛନ୍ତି l ତୁରନ୍ତ କ୍ଷତିଗସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବା ସହ ହାତୀକୁ ଘଉଡାଇବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ୍ 

Related posts

ମକା ଫସଲ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ 

Sunil Chandra Nayak

ନୂଆପଡାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ମାତୃ ଓ ଶିଶୁ ମୃତ୍ୟୁ ଶୂନ୍ୟ କରିବା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ଵ 

Sunil Chandra Nayak

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!