ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର , ସେଁପୁର ର ୧୫ ତମ ବାର୍ଷିକ ଉତ୍ସବ ପାଳିତ

ସେଁପୁର // ଗତ ତା ୧୧/୦୧/୨୦୨୩ ବୁଧବାର ଦିନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସେଁପୁର ଠାରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।ଉକ୍ତ ଉତ୍ସବରେ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା , କଳାହାଣ୍ଡି  ଲୋକସଭା ସାଂସଦ , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ଭାଇ ଓ ଭଉଣୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ , ଅଧ୍ୟକ୍ଷ ପଞ୍ଚାୟତ ସମିତି ଭବାନୀପାଟଣା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ମୋହନ ପଟେଲ , ଓଡିଆ ଅଧ୍ୟାପକ +୩ଡିଗ୍ରୀ କଲେଜ କର୍ଲପଡା , ଉକ୍ତ ଉତ୍ସବରେ ଅଭିଭାଷଣ ଦେଇ ଥିଲେ।ଉକ୍ତ ଉତ୍ସବରେ ସ୍ଥାନୀୟ ଶିଶୁ ମନ୍ଦିରର ସଭାପତି ଶ୍ରୀଯୁକ୍ତ ମକରଧ୍ବଜ ସାହୁ ସଭାପତିତ୍ବ କରିଥିଲେ ଓ ସମ୍ପାଦକ ଶ୍ରୀଯୁକ୍ତ ନରେଶ କୁମାର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଟିକଦେବ ସାହୁ ବିଦ୍ୟାଳୟ ର ବିବରଣୀ ପଠନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶିଶୁବାଟିକା ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ସମ୍ବଲପୁରୀ ପଞ୍ଚରସି ନୃତ୍ୟ , ଘୁମୁରା ଇତ୍ୟାଦି ଶିଶୁ ଭାଈ ଭଉଣୀ ମାନଙ୍କ ଦ୍ଵାରା ପରିବେଷଣ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା।ଏଥିରେ ଗୀତାଞ୍ଜଳି ବାଗ, ପ୍ରଭାତୀ ବେହେରା, ସୌଦାମିନୀ ସାହୁ, ପୂର୍ଣ୍ଣଚନ୍ଦ୍ର ନାଗ, ରଶ୍ମିତା ନାୟକ, ପ୍ରବୀଣ ତ୍ରିପାଠୀ , କୌତୁକ ଚଲାନ,ରିତା ସାହୁ , ଭୋଜରାଜ ବାଗ,ତୋଫାନ ବାଗ,ରମେଶ ସାହୁ ଇତ୍ୟାଦି ଗୁରୁଜୀ ଗୁରୁମା ଓ ପରିଚାଳନା କମିଟିର ଶଶିଭୂଷଣ ସାହୁ , ପପିତା ମାହାର, ନୁପୁର ସାହୁ , ଚୁଲମଣୀ ସାହୁ ପୂର୍ଣ୍ଣ ସହଯୋଗ କରିଥିଲେ। ଜନାର୍ଦନ ଗୁରୁଜୀ ଉକ୍ତ ଉତ୍ସବରେ ସଂଯୋଜନା କରିଥିଲେ । ବହୁ ଅଭିଭାବକ ଅଭିଭାବିକା ତଥା ଭଦ୍ର ବ୍ୟକ୍ତି ମାନେ ଏହି ଉତ୍ସବରେ ଉପସ୍ଥିତ ରହି ଉତ୍ସବକୁ ସଫଲ୍ୟ ମଣ୍ଡିତ କରିଥିଲେ।

ମସିହା ନିଉଜ ସର୍ଭିସ୍

Related posts

କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ଜାତୀୟ ପ୍ରେସ ଦିବସ ପାଳିତ।, ୫୦୦ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ପ୍ରଦାନ

Sunil Chandra Nayak

ଅଧାରୁ ପାଠ ଛାଡିଥିବା ୬୩ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା

masiha

ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ପକ୍ଷରୁ ବୃତ୍ତିଗତ ଉତ୍କର୍ଷ ସମ୍ମାନ 

Sunil Chandra Nayak

Leave a Comment

error: Content is protected !!