ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଙ୍କିଳି ଗ୍ରାମପଞ୍ଚାୟତରେ ପ୍ରଥମ ଥର ଧାନ ମଣ୍ଡି ଖୋଳିଲା

ସାନ୍ଦା ସେବା ସମବାୟ ସମିତି ଅଧୀନରେ ଥିବା କଙ୍କିଳି ଗ୍ରାମ ପଂଚାୟତ ଠାରେ ନୂତନ ଧାନ ମଣ୍ଡି ପ୍ରଥମ ଥର ଲାଗି ଗ୍ରାମ ପଞ୍ଚାୟତ ସରପଞ୍ଚ ମକର ଚାନ୍ଦ ସାହୁ ଓ ସମିତି ସଭ୍ୟା ଶ୍ରୀମତୀ ମମତା ପାଣୀଙ୍କ ଦ୍ୱାରା ଉଦଘାଟିତ ହୋଇଛି. ଉକ୍ତ କାର୍ଯ୍ୟକ୍ରମରେ ସେବା ସମବାୟ ସମିତି ସମ୍ପାଦକ ପ୍ରିଦୀପ କୁମାର ପାଣୀ, । ସଭାପତି ରମେଶ ଚନ୍ଦ୍ର ସାମଲ, ଚାନ୍ଦପୁର ଗ୍ରାମ ପଞ୍ଚାୟତର ସଭାପତି ଅରୁଣଦୟ ନାୟକ।, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ସାହୁ ଓ କଙ୍କିଳି ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ.ସର୍ବମୋଟ ଏକୋଇଶି ଜଣ ଚାଷୀଙ୍କ ଠାରୁ 448 କୁଇଣ୍ଟାଲ ଧାନ ପଞ୍ଚସଖା ରାଇସ ମିଲ ମାଧ୍ୟମରେ ସଂଗ୍ରହ କରା ଯାଇ ଥିଲା.। ପୂର୍ବରୁ କଙ୍କିଳି ଗ୍ରାମ ପଞ୍ଚାୟତର ଚାଷୀ ମାନେ ସାତ କିଲୋମିଟର ଦୂର ସାନ୍ଦା ସେବା ସମବାୟ ଠାରେ ଧାନ ବିକ୍ରୟ କରୁଥିଲେ.।ଏହା ଦ୍ୱାରା କୃଷକ ଭାଇ ମାନେ ଗମନା ଗମନ ଅସୁବିଧା ଠୁ ନେଇ ହାତୀ ଉପଦ୍ରଵର ଶିକାର ହେଉ ଥିଲେ।.ପ୍ରଥମ ଥର ଲାଗି ଗ୍ରାମ ପଞ୍ଚାୟତରେ ଧାନ ସଂଗ୍ରହ ହୋଇ ଥିବାରୁ ଚାଷୀ ମାନେ ଖୁସି ବ୍ୟକ୍ତ କରିବା ସହିତ ସରପଞ୍ଚ ମକର ଚାନ୍ଦ ସାହୁଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି.।

ଢେଙ୍କାନାଳ ଗନ୍ଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ

Related posts

ପଥର କୁଆରୀ ଲିଜ ନଦେବା ପାଇଁ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ନିର୍ଝରିଣୀ ତରଫରୁ ନିଆରା କାର୍ଯ୍ୟକ୍ରମ

masiha

ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦାୟୀ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା 

Leave a Comment

error: Content is protected !!