ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅଂଚଳଗୁମା ମଣ୍ଡଳ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି ୧୩/୦୧/୨୩ ତେନ୍ତୁଳିଖୁଣ୍ଟି ବ୍ଳକର ଅଂଚଳଗୁମା ମଣ୍ଡଳ ବିଜେପି ରକାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।ଆଜିର ଏହି ବ୍ବୈଠକ ରେ ରାଜ୍ୟ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ର ରାଜ୍ୟ ସଭାପତି ଉମରକୋଟ ବିଧାୟକ ନିତ୍ୟା ନନ୍ଦ ଗଣ୍ଡ, ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ବିଷୋୟୀ, ମଣ୍ଡଳ ସଭାପତି ନନ୍ଦନଂଦନ ବିଷୋୟୀ, ନବରଙ୍ଗପୁର ଲୋକସଭା ବିସ୍ତାରକ ଶିଵ ଶଙ୍କର ଶତପଥୀ,ନବରଙ୍ଗପୁର ଜିଲ୍ଲା କୃଷକ ମୋର୍ଚ୍ଚା ର ସାଧାରଣ ସମ୍ପାଦକ ରମାପତି ବିଷୋୟୀ, ତେନ୍ତୁଳିଖୁଣ୍ଟି ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି, ଜିଲ୍ଲା କାର୍ଯକାରିଣୀ ସଦସ୍ୟ ସନ୍ତୋଷ ପାତ୍ର ,ଧରଣୀ ସିଂହ ଯୋଗଦାନ କରିଥିଲେ।ଆଜିର ଏହି ବୈଠକ ରେ ବିଜେପି ଦଳ ର ସାଂଗଠନିକ  ବିସ୍ତାର ବିଷୟ ରେ ଆଲୋଚନା ହୋଇଥିଲା। ଆଜିର ଏହି ବୈଠକ ରେ ଆଠ ଟି ପଂଚାୟତ ର ମୁଖ୍ୟ କାର୍ଯକର୍ତା ଯୋଗଦେଇ ଥିଲେ।କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ପ୍ରତ୍ୟେକ ପରିବାର କୁ ଯାଇ ବୁଝାଇ ବାକୁ ବିଧାୟକନିତ୍ୟା ନନ୍ଦ ଗଣ୍ଡ ନିର୍ଦ୍ଦେଶ ଦେଇଥିଲେ।କେନ୍ଦ୍ର ସରକାର ତରଫରୁ ଏକ ବର୍ଷ ପାଇଁ ପ୍ରତ୍ୟେକ ପରିବାର ମାଗଣାରେ ଚାଉଳ ଦେଉଛି ମାତ୍ର ବିଜେଡ଼ି ର ଦଳ ଆମେ ଦେଉଛି ବୋଲି କହି ବୁଲୁଛି।ସେଗୁଡିକ କୁ ପ୍ରତ୍ୟେକ ହିତାଧିକାରୀଙ୍କ ମୋଦି ସରକାର ଦେଉଛି ବୋଲି  ବୁଝେଇବା କୁ କହିଥିଲେ। ଆଜି ଓଡ଼ିଶାର ରେ ନଅ ଲକ୍ଷ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଘର କେନ୍ଦ୍ର ଓଡିଶା କୁ ଦେଲାଣି  ଓଡ଼ିଶାସରକାର ଦେବାରେ ବିଳମ୍ବ କାହିଁକି କରୁଥିବା ଅଭିଯୋଗ କରିଛନ୍ତି।ତେନ୍ତୁଳିଖୁଣ୍ଟି ବ୍ଳକର ଅମଲାଭଟା ପଂଚାୟତ ର  ଚାଉଳ ହଡ଼ପ ହେଲା ନବରଙ୍ଗପୁର ସାଂସଦ ବିଧାୟକ କାହିଁକି ଚୁପ ରହିଲେ ବୋଲି ପ୍ରଶ୍ନ କରିଥିଲେ ଗୋୖରୀ ଶଙ୍କର ମାଝୀ ଜାଣି ସୁଣି ପ୍ରଶାସନ ପ୍ରତିନିଧିମାନେ ହଡ଼ପ କରିଛନ୍ତି ବୋଲି କହିଛନ୍ତି।।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

କୋକସରା ଠାରେ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ସ୍ମୃତି ଚାରଣ କଲେ ଭାଜପା କର୍ମି 

masiha

କଣ୍ଟାବାଞ୍ଜିରେ ଓଡ଼ିଶା ଜନତା କଂଗ୍ରେସର ମହା ଗଣସମାବେଶ । “ଓଡ଼ିଆଙ୍କ ପାଇଁ ଓଡ଼ିଶା” ନାରା ଦେଲେ ସଭାପତି ମହମ୍ମଦ ମୁକିମ 

ବୌଦ୍ଧ ଜିଲ୍ଲା ନଗର ମଣ୍ଡଳ ତରଫରୁ ବିଜେଡି ଶାସନରେ ରାଜନେତାଙ୍କ ଅପରାଧର ଚରା ଭୁଇଁ ପାଲଟିଛି ଓଡିଶା ବିରୋଧର ସତ୍ୟାଗ୍ରହ

Sunil Chandra Nayak

Leave a Comment

error: Content is protected !!