ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଲ ମହୋତ୍ସବ ପ୍ରସ୍ତୁତି ଶେଷ ନେଇ ସାମ୍ବାଦିକ ସମ୍ମିଳନୀ

ନୂଆପଡା // , ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ ଠାରେ ଆସନ୍ତା ଜାନୁଆରୀ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଖଡ଼ିଆଳ ମହୋତ୍ସଵ-୨୦୨୩ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଶନିବାର ମହୋତ୍ସଵ ପାଳନ କମିଟି ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପ୍ରସ୍ତୁତି ନେଇ ମହୋତ୍ସବ କମିଟି ସଭପତି ଜିତେନ୍ଦ୍ରନାଥ ପଟ୍ଟନାୟକ ସଭାପତିତ୍ବରେ ସାମ୍ବାଦିକ ସଂମ୍ମିଳନୀ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଖଡ଼ିଆଳ ଏନ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ସମ୍ପାଦକ ସୁନୀଲ କୁମାର ସାହୁ, ଉପସଭାପତି ଶୁଶାନ୍ତ ତାଣ୍ଡି, ଗିରିଧାରୀ ବିଭାର ପ୍ରଚାର ପ୍ରସାର ଆବାହକ ବିମଲ ସିଂ ଦଳପତି, ରୁଦ୍ର ରାଜ ବାଗ, ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ବର୍ଷ ମହୋତ୍ସବ ମଣ୍ଡପକୁ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ ଭାବରେ ନିର୍ମାଣ କରାଯାଇଛି ଯାହାକି ରାଣୀପୁର ଝରିଏଲର ଇନ୍ଦ୍ର ଲାଠ ମନ୍ଦିର, ବୁଦ୍ଧି କୋମନାର ପାତଳେଶ୍ୱର ଶିବ ମନ୍ଦିର, ଖଡ଼ିଆଳ ସମଲେଶ୍ବରୀ ମନ୍ଦିର, ଯୋଗୀମାଠ, ପତୋରାର ଶିବ ମନ୍ଦିର ଆକରେ ନିର୍ମାଣ ହୋଇଛି । ୧୫ ରୁ ୧୯ ତାରିଖ ମଧ୍ୟରେ ପୋଲିସ ବାହିନୀ କଡା ସୁରକ୍ଷା ପ୍ରଦାନ କରିବେ ଓ ରାତ୍ର ଛଅ ଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଉପରେ ଗାଡି ଚଳାଚଳ ବନ୍ଦ ରହିବ । ସହର ବିଭିନ୍ନ ରାସ୍ତାରେ ବାଇକ ଷ୍ଟାଣ୍ଡ ବ୍ୟବସ୍ଥା କରାଯାଇଛି । ସମସ୍ତ ଅତିଥି ଯୋଗଦାନ ଠିକ ହୋଇ ସାରିଛି । ସାସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କଳାକାର ମାନଙ୍କୁ ସୁଯୋଗ ଦିଆଯାଇ ଥିବା ବେଳେ ରାଜ୍ୟ ତଥା ବିଭିନ୍ନ ରାଜ୍ୟରୁ ସାସ୍କୃତିକ ଦଳ ଯୋଗଦାନ କରିବେ । ଝୋଟି ପ୍ରତିଯୋଗିତା, ଦେଶୀ ଫେସନ ଶୋ, କବିତା ପାଠ, ଆଲୋଚନା ଚକ୍ର ଥିବା ବେଳେ ଉଦ୍ଯାପନୀ ସଂନ୍ଧ୍ୟା ଷ୍ଟାର ନାଇଟରେ ବଲିଉଡ ଗାୟକ ଉଦିତ ନାରାୟଣ ଯୋଗଦାନ କରିବେ । ଷ୍ଟାର ନାଇଟ ପାଇଁ ରଙ୍ଗମଞ୍ଚକୁ ପୋଲିସ ଛାଉଣୀରେ ସାତ ଜଣ ଅଧିକାରୀଙ୍କ ଦ୍ଵାରା ପରିଚାଳିତ ହେବ । ମହୋତ୍ସଵ ପଡ଼ିଆର ୧୦୦ ମିଟର ମଧ୍ୟରେ ଯାନବାହନ ନିଷେଧ ରହିବ। ପଡ଼ିଆ ମଧ୍ୟରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟଏଲେଟ ବ୍ୟବସ୍ଥା, ପୋଲିସ ମଦ୍ୟପାନ ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ପରୀକ୍ଷା । ମହୋତ୍ସବ ସମୟରେ କୌଣସି ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥି ପ୍ରତି ଗୁରୁତ୍ୱ ଦିଆଯାଇଛି ବୋଲି ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶେଷରେ ମହୋତ୍ସବ କମିଟିର ସମ୍ପାଦକ ସୁନୀଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର 

masiha

ନୂଆପଡା ଜିଲ୍ଲାରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସମାରୋହ ପାଳିତ l ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ , ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରି ଦୁଇ ମହାମାନବଙ୍କୁ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାସୁମନ ଅର୍ପଣ କଲେ 

Sunil Chandra Nayak

ଯାମଦା ଥାନା !ତେନ୍ତୁଳି ଗଛରେ ଜଗିଥିଲା ଯମ । ଗଛରୁ ପଡି ଯୁବକ ମୃତ !

Sunil Chandra Nayak

Leave a Comment

error: Content is protected !!