ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଯାସକବି ଫକୀରମୋହନଙ୍କ ଜୟନ୍ତୀ ପାଳନ କଲା ପୁରାତନ ଛାତ୍ର ପରିଷଦ

ବାଲେଶ୍ଵର,୧୪/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡୁଙ୍ଗୁରା ଦର୍ଶନ ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ର ପରିଷଦ ତରଫରୁ ବ୍ଯାସକବି ଫକୀରମୋହନଙ୍କ ୧୮୧ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପୁରାତନ ଛାତ୍ର ମାୟାଧର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ମୁଖ୍ୟବକ୍ତା ପ୍ରାକ୍ତନ ଅଧ୍ଯକ୍ଷ ଗୋଲୋକ ପ୍ରସାଦ ମିଶ୍ର, ସମ୍ମାନିତ ବକ୍ତା ଖଇରା କଲେଜର ପ୍ରାକ୍ତନ ଅଧ୍ଯକ୍ଷ ଉମେଶ ଚନ୍ଦ୍ର ନାୟକ ଏବଂ ବିଶିଷ୍ଟ ଅତିଥି ଭାବେ ହରିହର ପାଣିଗ୍ରାହୀ ଯୋଗ ଦେଇଥିଲେ । ଆଜି ଭଳି ପବିତ୍ର ମକର ସଂକ୍ରାନ୍ତିରେ ଉତ୍ତର ଓଡିଶାର ବାଲେଶ୍ଵରରେ ଜନ୍ମ ନେଇଥିଲେ ପ୍ରଖ୍ୟାତ କଥା ସମ୍ରାଟ, ସଂକ୍ରାନ୍ତି ପୁରୁଷ, ବ୍ଯାସକବି ଫକୀରମୋହନ ସେନାପତି, ଫକିରମୋହନ ଓଡିଆ ଭାଷା ଓ ସାହିତ୍ୟର ତ୍ରାଣକର୍ତ୍ତା ଥିଲେ । ସଂକଟ ସମୟରେ ସେ ତାଙ୍କ ବଳିଷ୍ଠ ଲେଖନୀ ମାଧ୍ୟମରେ ଓଡିଆ ଭାଷା ଓ ସାହିତ୍ୟର ଗୌରବକୁ ପୁନରୁଦ୍ଧାର କରିଥିଲେ । ଯଥାର୍ଥରେ ସେ ଥିଲେ ଶିକ୍ଷା ଓ ବ୍ଯକ୍ତି ସ୍ବତନ୍ତ୍ରତାର ବାର୍ତ୍ତାବହ । ଫକିରମୋହନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରି ପାରିଲେ ତାଙ୍କ ଭଳି ଜଣେ ଯୁଗଜନ୍ମା ପୁରଷ ହୋଇ ପାରିବା, ଯାହା ବକ୍ତାଙ୍କ ବକ୍ତବ୍ୟର ଉଦ୍ଦେଶ୍ୟ ଥିଲା । ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିର୍ମଳ କୁମାର ପଣ୍ଡା । ପ୍ରଫେସର ବ୍ରଜମୋହନ ମିଶ୍ରଙ୍କ ପୁସ୍ତକ ଉନ୍ମୋଚନ ପରେ ଯୁବ ନାଟ୍ୟକାର ନିରଞ୍ଜନ ମହାରଣାଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ପ୍ରଧାନ ଶିକ୍ଷକ ମାୟାଧର ସାହୁଙ୍କ ସମେତ ସମସ୍ତ ମଞ୍ଚାସୀନ ଅତିଥି । ମାନପତ୍ର ପାଠ କରିଥିଲେ ପୁରାତନ ଛାତ୍ର ତଥା ଆଡଭୋକେଟ ମାୟାଧର ମହାପାତ୍ର । ଶେଷରେ ପ୍ରଫେସର ଶ୍ରୀ ମିଶ୍ରଙ୍କ ଧନ୍ୟବାଦ ପରେ ସଭା ସାଙ୍ଗ ହୋଇଥିଲା । ଏଥିରେ ୫୦ ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଙ୍କ ସମାଗମ ହୋଇଥିଲା । ବ୍ଯଙ୍ଗକବି ବିଜୟ ଗୋକୁଳାନନ୍ଦ ରାଉତ ବ୍ଯଙ୍ଗ କବିତା ଆବୃତ୍ତି କରି କିଛି ସମୟ ପାଇଁ ସଭାକ୍ଷକୁ ସରଗରମ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅତିରିକ୍ତ ଉପ ଜିଲ୍ଲାପାଳ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବି, ବାଲି ପଥର ଚାଲାଣ ମାଫିଆ ଙ୍କୁ ଲାଗୁନି ରୋକ୍

masiha

ଆମ ଭାଷା ସାହିତ୍ଯ ଆମ ପିଲାଙ୍କ ରକ୍ଷା କବଚ

masiha

ଏକସନ ମୋଡରେ ଗୋଷ୍ଠୀ ଶିକ୍ଷାଧିକାରୀ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ, ୫ ଶିକ୍ଷକଙ୍କ ଦରମା ବନ୍ଦ

masiha

Leave a Comment

error: Content is protected !!