ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମ କରି ଘରକୁ ଫେରିବା ବେଳେ ନାଳରେ ପଡି ମୃତ୍ୟୁ

ତେନ୍ତୁଳିଖୁଣ୍ଟି : ୧୪/୦୧/୨୩-ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ମେଣ୍ଟ୍ରି ପଞ୍ଚାୟତ ବରାଗାଁ ବାଙ୍ଗିରି ନାଳରେ ପଡି ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବାର ଦେଖିବାକୁ ମିଳିଛି ।ସୂଚନା ଅନୁଯାଇ ବରାଗାଁ ଗ୍ରାମର ସମନାଥ ଭତରା (୪୫) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତାର ପରିବାର କହିଲେ ସ୍ତ୍ରୀ ଜୟନ୍ତୀ ଭତରା (୪୦) ପୁଅ ଗୋବିନ୍ଦ ଭତରା (୧୮) ଚିନ୍ତାମଣି ଭତରା (୨୦) କୁମର ଭତରା (୧୫) ରହିଛନ୍ତି l ଦୁଇପୁଅ ଗୋଟିଏ ଝିଅକୁ ବାହାଦେଇ ସାରିଛନ୍ତି ସେ ନିଜର ଜୀବିକା ନିର୍ବାହ କରିବା ପାଇଁ ପ୍ରତିଦିନ ମେରନାସ ଗ୍ରାମକୁ କୁଲି କାମ କରିବାକୁ ଯାଇଥାନ୍ତି ।ସକାଳୁ ଯାଇ ସନ୍ଧ୍ୟାରେ ନାଳ ଦେଇ ଫେରିଥାନ୍ତି ,କିନ୍ତୁ କାଲି ସକାଳୁ ଯାଇ ଆଉ ସନ୍ଧ୍ୟାରେ ଫେରି ନ ଥିବାରୁ ପୁଅ ମାନେ ସକାଳୁ ଖୋଜିବା ସମୟରେ ସେହି ନାଳ ଭିତରେ ପଡି ଥିବାର ଦେଖିଥିଲେ । ତାପରେ ଗ୍ରାମର ଲୋକ ଯାଇ ଦେଖିବା ବେଳକୁ ତାର ମୃତ୍ୟୁ ହୋଇ ଥିବାର ଜାଣିବାକୁ ପାଇଥିଲେ ଏହା କୁ ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କଲାପରେ ଥାନା ଅଧିକାରୀ ଟଙ୍କ ଗିରି ଭୋଇ ଙ୍କ ନେତୃତ୍ୱ ରେ ଏ ଏସ ଆଇ ଶିବ ପ୍ରସାଦ ଦଳେଇ କନେଷ୍ଟେବଲ କୃଷ୍ଣ ଚନ୍ଦ୍ର ପୂଜାରୀ,ପୁର୍ଣ୍ଣ ଚନ୍ଦ୍ର ଗଦବା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶବ ଜବତ କରି ଶବ ବ୍ୟବଛେଦ ପାଇଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲେ । ଏନେଇ ତେନ୍ତୁଳିଖୁଣ୍ଟି ପୋଲିସ କେଶ ନଂ ୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଶବ ବ୍ୟବଛେଦ ପରେ ଘଟଣା ସତ୍ୟ ଜଣା ପଡିବ ବୋଲି ଆଇ ଆ ଇ ସି ସୂଚନା ଦେଇଛନ୍ତି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଗ୍ରାମୀଣ ନାଟ୍ୟ ଦିବସ ସମାରୋହରେ ଯୋଗଦେଲେ ବାଲେଶ୍ଵର ସାମ୍ବାଦିକ

Sunil Chandra Nayak

ଗାଁ କୁ ଦାଦନ ବେଣୁଧର ସୁନାଙ୍କ ଶବ ଫେରୁଛି

Sunil Chandra Nayak

ବାହାଘର ପାଇଁ ବଇନା ଦେଇ ଫେରୁଥିବା ବେଳେ ଅଜଣାଗାଡି ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!