ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା ୧ ମୃତ

ଡାବୁଗାଁ, ୧୪/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ନନ୍ଦପୁରା ପଞ୍ଚାୟତ ଅଧୀନ ହୁଣ୍ଡାରଗୁଡା ଗ୍ରାମ ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ମୋଟର ସାଇକେଲ ଦୁର୍ଘଟଣା ଘଟି ୧ ମୃତ | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ମେଦନା ପଞ୍ଚାୟତ ଅଧୀନ ଚାଟିଗୁଡା ଗ୍ରାମର ପରମାନନ୍ଦ ଭତ୍ରା (୩୮) ନନ୍ଦପୁରା ପଞ୍ଚାୟତ ଅଧୀନ ମେଞ୍ଜର ଗ୍ରାମରେ ଥିବା ନିଜ ସମ୍ପର୍କୀୟ ଘରକୁ କୌଣସି କାର୍ଯ୍ୟରେ ଯାଇଥିଲା | ସେଠାରୁ ବିଳମ୍ବିତ ରାତ୍ରିରେ ସେହି କାର୍ଯ୍ୟକ୍ରମ ରେ ଥିବା ଏକ ବ୍ୟକ୍ତି ଙ୍କୁ ପରମାନନ୍ଦ ଭତ୍ରା ଓ ତାଙ୍କ ସାଥି ମନୋରଞ୍ଜନ ଭତ୍ରା ଏକ ମୋଟର ସାଇକଲ ନଂ ସିଜି ୨୩ଏଚ ୯୦୬୮ ଯୋଗେ ଘୋଡାଖୁଣ୍ଟା ଛାଡିବାପାଇଁ ଯାଇଥିଲେ | ବ୍ୟକ୍ତି ଙ୍କୁ ଛାଡି ଫେରିବା ସମୟରେ ହୁଣ୍ଡାରଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଛିଟିକି ପଡିଥିଲେ | ଫଳରେ ଘଟଣାସ୍ଥଳରେ ପରମାନନ୍ଦ ଭତ୍ରାଙ୍କ ମୃତ୍ୟୁ ଘଟିଥିଲା | ସାଥିରେ ଥିବା ମନୋରଞ୍ଜନ ଭତ୍ରା ଘଟଣା ସ୍ଥଳରୁ କେଉଁ ଆଡେ ଚାଲିଯାଇଥିଲେ | ଶନିବାର ସକାଳୁ ଗ୍ରାମର ଲୋକେ ରାସ୍ତା କଡରେ ମୋଟରସାଇକେଲ ସହ ଜଣେ ଲୋକ ପଡିଥିବା ଦେଖି ଥାନାକୁ ଖବର ଦେଇଥିଲେ | ଖବରପାଇ ସିଂସାରି ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ | ପରେ ପରିବାର ବର୍ଗଙ୍କୁ ଖବର ଦେଇଥିଲେ | ପରେ ଶବ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଏନେଇ ମୃତକର ପିତା ପଦଲାମ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୬/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୋଟିଆ ସୀମାନ୍ତ ଗ୍ରାମଗୁଡ଼ିକରେ ପ୍ରଶାସନିକ ଅଧିକାରୀଙ୍କ ସାମୁହିକ ଗସ୍ତ

Sunil Chandra Nayak

କଳାହାଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ

Sunil Chandra Nayak

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲା

masiha

Leave a Comment

error: Content is protected !!