ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟ ଓ ଡିଏଭି ପବ୍ଲିକ୍ ସ୍କୁଲ୍ ତରଫରୁ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ବାଗତ

ସରାଉରକେଲା/ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ବିଶ୍ୱକପ୍ ହକି ଟ୍ରଫିକୁ ସେକ୍ଟର -୨ ବିଜୁ ପଟ୍ଟନାୟକ ଛକରେ ଭବ୍ୟ ସ୍ବାଗତ କରାଯାଇଛି। ଅଧ୍ୟକ୍ଷ ସୁଜାତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ହକି ଖେଳାଳି, ଯୁବ ରେଡକ୍ରସ୍, ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ସମେତ ୨୦୦ରୁ ଅଧିକ ଛାତ୍ର-ଛାତ୍ରୀ ସେକ୍ଟର- ୨ ସ୍ଥିତ ବିଜୁପଟ୍ଟନାୟକ ଛକରୁ ମଧୁବନ ଛକ ପର୍ଯ୍ୟନ୍ତ ଆଦିବାସୀ ନୃତ୍ୟ-ଗୀତର ତାଳେ ତାଳେ ତଥା ଅମିତ ରୋହିଦାସ: “ଅମରଗର୍ବ”, ହକିର ମେଳା: “ରାଉରକେଲା” ପ୍ରଭୃତି ସ୍ଳୋଗାନରେ ଗଗନ-ପବନ ପ୍ରକମ୍ପିତ କରି ବିଶ୍ୱକପ୍ ହକି ଟ୍ରଫିକୁ ଶୋଭାଯାତ୍ରାରେ ନେଇଥିଲେ । ଏହି ରାଲିରେ +୨ର ଯୁବ ରେଡକ୍ରସର ଅଧିକାରୀ ଅଧ୍ୟାପକ ରଶ୍ମି ରଂଜନ ରାଉତ, +୩ ଯୁବ ରେଡକ୍ରସର ଅଧିକାରୀ ମନୋଜ କୁମାର ଦଳେଇ, +୩ ଜାତୀୟ ସେବା ଯୋଜନାର ବାଳିକା ବିଭାଗର ଅଧିକାରୀ ଅଧ୍ୟାପିକା ଶ୍ରୀମତୀ ରଶ୍ମି ପ୍ରଭା ମଥାନ, +୨ ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ ବନବିହାରୀ କିଷାନ, ପ୍ରାଧ୍ୟାପିକା ଶ୍ରୀମତୀ ତପସ୍ୱିନୀ ମିଶ୍ର, ଡକ୍ଟର ରବୀନ୍ଦ୍ର କୁମାର ଜେନା, ଅଧ୍ୟାପିକା ଶ୍ରୀମତୀ ବନ୍ଦନା ସୋରେଙ୍ଗ, ଅଧ୍ୟାପିକା ଶ୍ରୀମତୀ ଭାରତୀ ବରୱଆ, ଅଧ୍ୟାପିକା ଶ୍ରୀମତୀ ବୈଜୟନ୍ତି ବାରିକ, ଅଧ୍ୟାପକ ଅଜିତ କୁମାର ବେକ, ଅନୁପ ଏକ୍କା, ତରଣୀ ନାୟକ, ବିକ୍ରମ ସାହୁ, ଅନିଲ କୁମାର ରାମ, ରାଜଦୀପ ସୋରେନ, ଅଧ୍ୟାପିକା ସ୍ବାମୀ ସ୍ମିତା ସାହୁ, ସୀମା ମିଶ୍ର, ଭାନୁମତୀ ସାହୁ, ମୌସୁମୀ ଦାସ, ଅନାମିକା କୁଲ୍ଲୁ, ମମତା ନାୟକ, ଶର୍ମିଷ୍ଠା ସିଂ, ବୀରବର ସୁବୁଦ୍ଧି ତଥା ସ୍ବେଚ୍ଛାସେବୀ ସାହିଲ ଶେଖର ପ୍ରଧାନ, ସୌମ୍ୟରଞ୍ଜନ ମହାନ୍ତି, ସ୍ବିଟି ପଟ୍ଟନାୟକ, ଗୋପାଳକୃଷ୍ଣ ଦାଶ, ହିମାଂଶୁ ନାୟକ, ଅନିରୁଦ୍ଧ ସିଂହ, ଅନିତା ଜଗଦ୍ଦେବ, ଛବିଳ ସେଠୀ, ଅଭିଷେକ ପରିଡ଼ା, ଲିପ୍ସା ବଳିଆରସିଂହ ପ୍ରମୁଖ ଛାତ୍ର-ଛାତ୍ରୀ ସ୍ବାଗତ ସମାରୋହରେ ସାହାଯ୍ୟ ସହଯୋଗ କରିଥିଲେ । ଏତଦ୍ ବ୍ୟତୀତ ଝୋଟି, ରଙ୍ଗୋଲି, ମେହେନ୍ଦି, ସାଲାଡ଼ ସଜ୍ଜା, ଫୁଲତୋଡା ସଜ୍ଜା ଏବଂ ବକ୍ତୃତା ପ୍ରତିଯୋଗିତାରେ ବହୁ ଛାତ୍ର-ଛାତ୍ରୀ ଭାଗନେଇ ମହାବିଦ୍ୟାଳୟ ପରିସରକୁ ଉତ୍ସବରେ ମୁଖରିତ କରିଥିଲେ।

      ସେହିପରି ସେକ୍ଟର ୧୬ ଡିଏଭି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ଯଶବିନ୍ଦର କୌରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛାତ୍ରୀ ଭୂମିକା ନାୟକ, ସ୍ମରଣିକା ଜେନା, ଭାବନା, ନନ୍ଦିନୀ, ଦେବସ୍ମିତା,ଅନୁଶ୍ରିତୀ, ଇସ୍ମିତା, ଆଲିଭା ପ୍ରମୁଖ ଓଡିଶୀ ନୃତ୍ୟ ମାଧ୍ୟମରେ ଟ୍ରଫି କୁ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷୟିତ୍ରୀ ସସ୍ମିତା ଦାସ,ସବାନା ହୁସେନ, ଅନିତା ଦାସ, ସୁନିତା ଗିରି, ସସ୍ମିତା ଜେନା,ପ୍ରତିମା ଦାସ, ପ୍ରିୟମ୍ବଦା ରଣା, ମଣ୍ଟୁ ମିଶ୍ର ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଵିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା 

masiha

ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ 

masiha

ସରକାରଙ୍କ ନିର୍ଦ୍ଦେଶକୁ ଖାତିର ନାହିଁ , ଖଣି ଲୋକଙ୍କୁ ଧରି କାହିଁକି କାର୍ଯ୍ୟ କରନ୍ତି ଦାସମାତ ସୋରେନ(ଡି.ଡି.ସି.ଏ )

masiha

Leave a Comment

error: Content is protected !!