ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟୁନା ପଣ୍ଡାଙ୍କ ନିମନ୍ତେ ଖେଳାଳିଙ୍କ ଶ୍ରଦ୍ଧାଞ୍ଜଳି

ନବରଙ୍ଗପୁର—(ମସିହା) ଜଣେ ସୁପରିଚିତ କ୍ରୀଡ଼ାବିତ, ଜଣେ କ୍ରୀଡ଼ା ପ୍ରଶିକ୍ଷକ ହରେକୃଷ୍ଣ ପଣ୍ଡାଙ୍କ ମୃତ୍ୟୁ ଖବର ଶୁଣି ନବରଙ୍ଗପୁର ଜିଲ୍ଲାର ଖେଳାଲିଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଯକୃତ ଜନିତ ସମସ୍ୟା ଯୋଗୁଁ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ଏବଂ ଗତ କାଲି ନିଜ ବାସ ଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ତାଙ୍କର ସ୍ମୃତିରେ ଜିଲ୍ଲା କ୍ରୀଡ଼ା ସଙ୍ଘ ଏବଂ ଜିଲ୍ଲା କ୍ରିକେଟ ସଙ୍ଘ ଆନୁକୂଲ୍ୟରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା। ସ୍ବର୍ଗତ ପଣ୍ଡା ଜଣେ ସରଳ ମେଲାପି ଓ ପରୋପକାରୀ ଥିଲେ ବୋଲି ଉପସ୍ଥିତ ସବ୍ୟ ମତବ୍ୟକ୍ତ କରିଥିଲେ। ଉକ୍ତ ସଭାରେ କ୍ରୀଡ଼ା ସଙ୍ଘର ଉପସଭାପତି ଏମ. ଵାଲା କୃଷ୍ନା ରାଓ, ତାରିକ ହାସନ ଖାନ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସଙ୍ଘର ସଭାପତି ଦେବାଶିଷ ପଟ୍ଟନାୟକ, ଉପ ସଭାପତି ସୁବେନ୍ଦୁ ବେହେରା,କୋଷାଧ୍ୟକ୍ଷ ଏମ. ଡି ଜାଫର, କାର୍ଯ୍ୟ ନିର୍ବାହି ସଭ୍ୟ ଅଶୋକ ନାୟକ,ବରିଷ୍ଠ ପ୍ରାକ୍ତନ ଖେଳାଲି ରାମ ମୁର୍ତ୍ତି ପଟନାୟକ, ପ୍ରଶାନ୍ତ ବେହେରା, ସୁଧାଂଶୁ ପାତ୍ର,ସନ୍ତୋଷ ପାତ୍ର, ଲାଲୁ ମିଶ୍ର, କାଳି କୀଙ୍କର ପଟ୍ଟନାୟକ,ସାଜାଦ ଖାନ, ସୁଜିତ ରଥ, ସଞ୍ଜିତ ଷଡଙ୍ଗୀ , ରମାକାନ୍ତ ମହାନ୍ତି, ଇରଫାନ ଖାନ ଏବଂ ଅନନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ସରକାରଙ୍କ ବିକାଶର ଫୋକସରେ ରାଷ୍ଟ୍ରପତିଙ୍କ ଵାଇଦାପୋଷୀ ଗ୍ରାମ ! ବାଇଦାପୋଷୀ ଗ୍ରାମରେ ପ୍ରସ୍ତାବିତ ପ୍ରକଳ୍ପ ନାମରେ ସରକାରୀ ଜମି ଉଚ୍ଛେଦ ନେଇ ଗୃହ ଭଙ୍ଗା ବନ୍ଦ କରିବା ଦାବିରେ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ 

masiha

ବୁଢାଡଙ୍ଗର ଲୋକ ମହୋତ୍ସବ ବଜାସାଲ ନାଚରେ ଦୁଲୁକିଲା ମଞ୍ଚ

masiha

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଦିବସ ପାଳନ 

masiha

Leave a Comment

error: Content is protected !!