ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାବଧାନ! ପାରାଦ୍ୱୀପ ଅଞ୍ଚଳରେ ମାତିଛନ୍ତି ମନ୍ଦିର ଲୁଟେରା 

ମନ୍ଦିର ମାନଙ୍କରୁ ଦେବଦେବୀଙ୍କ ଆୟ ଅଳଙ୍କାର ସହିତ ତମ୍ବା ପାତ୍ର ଗୁଡିକୁ ଚୋରି କରିବାକୁ ପଛାଉ ନାହାନ୍ତି ଲୁଟେରା ଦଳ ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଅଞ୍ଚଳ ରଙ୍ଗିଆଗଡ ଗ୍ରାମର କିଛି ଲୋକ ଗୋଟିଏ ଚୋରକୁ ଧରି ଯାଞ୍ଚ କରିବାରୁ ତା ନିକଟରୁ ମନ୍ଦିରର ଅନେକ ତମ୍ବା ପାତ୍ର ସହିତ ମୂଲ୍ୟବାନ ମୁକୁଟ ଓ ସ୍ଵର୍ଣ୍ଣ ଅଳଙ୍କାର ବାହାରିଥିଲା ! ତାକୁ ପଚାରିବାରୁ ସେଇ ସବୁ ସ୍ଥାନୀୟ ମନ୍ଦିରର ବୋଲି କହିବାରୁ ଚୋରକୁ ଗ୍ରାମବାସୀମାନେ ଧରି ଅଭୟଚନ୍ଦପୁର ଥାନାରେ ଜିମା ଦେଇଛନ୍ତି ! ଚୋର ଜଣକ ଜାରକା ଅଞ୍ଚଳର ହୋଇଥିବା ବେଳେ ତାର ବାପାଙ୍କ ନାମ ଅରୁଣ ଭୋଇ ବୋଲି କହିଛି ! ତାପାଖରୁ ମନ୍ଦିର ସାମଗ୍ରୀ ସହିତ ଏଲଇଡ଼ି ଟିଭି, ମୋବାଇଲ ଆଦି ବହୁତ ଅଳଙ୍କାର ବାହାରିଥିବା ଜଣାପଡିଛି !

କୁଜଙ୍ଗ ପାରାଦ୍ୱୀପରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା

Related posts

ଭବାନୀ ପାଟଣା – ବସ ଧକ୍କା ରେ ଯୁବକ ମୃତ

Sunil Chandra Nayak

ସାବଧାନ ଲୋକାଲ ବସରେ ମାତି ଛନ୍ତି ଅଣ ଓଡ଼ିଆ ମହିଳା ଲୁଟେରା

masiha

ଭିନ୍ନକ୍ଷମ ଶିକ୍ଷକଙ୍କୁ ଆକ୍ରମଣ ମାମଲା, ଚର୍ଚ୍ଚା ରେ ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଛି କି ?

Leave a Comment

error: Content is protected !!