ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହେତୁବାଦୀ ସଂଗଠନ ପକ୍ଷରୁ ବନ୍ଧୁମିଳନ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ବୁଢୀପଦର ଠାରେ କଳାହାଣ୍ଡି ଜିଲ୍ଲା ହେତୁବାଦୀ ସଂଗଠନ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସ୍ତମ୍ଭକାର, ଅନ୍ଧବିଶ୍ୱାସ ବିରୋଧରେ ଲେଖନୀ ଚାଳନା କରୁଥିବା ଲେଖକ ବାଲ୍ମିକୀ ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ମମତା ନାୟକ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆଦିବାସୀ ଅଧିକାର ପାଇଁ କାର୍ଯ୍ୟରତ ସମାଜସେବୀ ଲିଙ୍ଗରାଜ ଆଜାଦ୍ ଓ ସଂଗଠନର ସଭାପତି ରାଜକିଶୋର ଦୁଲାରୀ ପ୍ରମୂଖ ମଞ୍ଚାସୀନ ହୋଇଥିଲେ। ଅତିଥି ମାନେ ” ମାନବିକ ଅଧିକାର ଓ ସାମ୍ବିଧାନିକ ନ୍ୟାୟ” ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି ଐତିହାସିକ ବନ୍ଧୁମିଳନ କାର୍ଯ୍ୟକ୍ରମରେ କୃଷକ ନେତା ସୁରେଶ ସଂଗ୍ରାମ, ସଂଗ୍ରାମୀ ସତ୍ୟ ମାହାର, କମ୍ୟୁନିଷ୍ଟ ନେତା ଦାମୋଦର ବେହେରା, ଭୀମ ଆର୍ମୀ ଜିଲ୍ଲାଧ୍ୟକ୍ଷ ରଜନୀକାନ୍ତ ସମର୍ଲିଆ, ଏଓଏସସିଏଫ୍ କଲମପୁର ବ୍ଲକ ସଭାପତି ମାଧବ ସୁନାନୀ ଓ ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ। 

ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ 

Related posts

ଡ୍ରାଇଭର ମହାସଂଘ କୁ ପୁର୍ଣ ସମର୍ଥନ ଜଣାଇଲା ଜିଲ୍ଲା ଯୁବ କଂଗ୍ରେସ , ଯୋଗ ଦେଲେ ଜିଲ୍ଲା ପରିଷଦ ସଭ୍ୟା ଡ. ଲିପିକା ମାଝୀ

Sunil Chandra Nayak

ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଅଭାବି ଦୁରହେବ – ଉପଜିଲ୍ଲାପାଳ, ରାୟଗଡ଼

ଶିମିଳିପାଳ କଲେଜ ଅଫ୍ ନର୍ସିଂରେ ସ୍ବାଗତ ଉତ୍ସବ

masiha

Leave a Comment

error: Content is protected !!