ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମଣ୍ଡଳ ପ୍ରବାସ ଯୋଜନା ଅନ୍ତର୍ଗତ ହାରଭଙ୍ଗା ମଣ୍ଡଳ ସ୍ତରରେ ପ୍ରସ୍ତୁତି ବୈଠକ “

ବୌଦ୍ଧ -୧୫.୦୧- ( ହୃଦାନନ୍ଦ ମେହେର ) – ହରଭଙ୍ଗା ମଣ୍ଡଳ ର ଏକ ବିଶେଷ ପ୍ରସ୍ତୁତି ବୈଠକ ମଣ୍ଡଳ ସଭାପତି ଶ୍ରୀ ତପନ କୁମାର ଡାଙ୍ଗ ଙ୍କ ସଭାପତିତ୍ବ ରେ ମଣ୍ଡଳ ପ୍ରବାସ ଯୋଜନା ପାଇଁ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଯୋଗଦାନ କରିଥିଲେ l

ଆସନ୍ତା ୧୮.୦୧.୨୩ ଦିନ ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀ ରାମ ଚନ୍ଦ୍ର ମେହେର ଯୋଗଦାନ୍ କରିବା ପାଇଁ ରାଜ୍ୟ ବିଜେପି ସଭାପତି ଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଆଜିର ବୈଠକରେ ଅଶାନ୍ତ ନିର୍ବାଚନ କୁ ଆଖିରେ ରଖି ମଣ୍ଡଳ ସ୍ତରରେ ସମସ୍ତ କର୍ମକର୍ତ୍ତା ମାନେ , ମଣ୍ଡଳ ର ଶକ୍ତିକେନ୍ଦ୍ର ସ୍ତରରେ ତ୍ରିଦେବ , ଓ ବୁଥ କମିଟି ଗଠନ କରି ତ୍ରିଦେବ ମାନଙ୍କୁ ନିର୍ଦ୍ଧିଷ୍ଟ ଦାୟିତ୍ଵ ବଣ୍ଟନ କରିବା ସହିତ ମଣ୍ଡଳ ସ୍ତରରେ ୧୫ ଗୋଟି ବିନ୍ଦୁ ଉପରେ ଆଧାରିତ ସମସ୍ତ ପ୍ରକାର କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା ହୋଇଥିଲ।ଆଜିର ପ୍ରସ୍ତୁତି ବୈଠକ ରେ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକ ଙ୍କ ସହିତ ବିଜେପିର ବରିଷ୍ଟ ନେତା ତଥା ପୂର୍ବତନ ବିରୋଧୀଦଳ ନେତା ଶ୍ରୀ ସଚିଦା ନନ୍ଦ ଦଲାଲ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ମାଗୁଣି ଚରଣ ଗାଈ ଗୌରୀ ଆ, ଶ୍ରୀ ଅଲେଖ ଦେହୁରୀ, ଶ୍ରୀ ଅକ୍ଷୟ କୁମାର ସାହୁ , ଶ୍ରୀ କାଇଁଚ ପ୍ରଧାନ, ସଚି ମହାକୁଡ, ଶ୍ରୀ ଗଙ୍ଗା ପ୍ରଧାନଙ୍କ ସହିତ ମଣ୍ଡଳ କମିଟି ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ l

Related posts

ମୂଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ବିଜେଡ଼ି ଜିଲ୍ଲା ସଭାପତି ଙ୍କ ପ୍ରସ୍ତୁତି ବୈଠକ

Sunil Chandra Nayak

ରମେଶ ଚନ୍ଦ୍ର ମାଝୀ ହେଲେ ରାଜ୍ୟ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ 

masiha

ଶଙ୍ଖ ଧରିଲେ ବିଜେପିର ପଞ୍ଚାୟତ ସଭାପତି

masiha

Leave a Comment

error: Content is protected !!