ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଗାଁ ପୋଲିସ ଦ୍ୱାରା ୩୪ତମ ସଡକ ସୁରକ୍ଷା ସପ୍ତାହ ୨୦୨୩ ପାଳିତ

ଗୋଳାମୁଣ୍ଡା ତା ତା ୧୬/୧ / କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ କେଗାଁ ପୋଲିସ ଦ୍ୱାରା ୩୪ ତମ ସଡକ ସୁରକ୍ଷା ସପ୍ତାହ ୨୦୨୩ର ଆଜି ସୋମବାର ଦିନ ସଚେତନତା     କାର୍ଯ୍ୟକ୍ରମ  ପାଳିତ ହୋଇଯାଇଛି । କେଗାଁ ପୋଲିସ ଆଇ ଆଇ ସି ପ୍ରଶାନ୍ତ କୁମାର କଲୋହରସଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏସ ଆଇ ରାମ କର ବାଗ ,ସମସ୍ତ ଥାନା କର୍ମଚାରୀ ଏବଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ସାହୁ ଓ ଅନ୍ୟାନ୍ୟ ସହଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବହୁ ସଂଖ୍ୟକ  ଯୋଗ ଦେଇଥିଲେ । ନିଶାଶକ୍ତ ଅବସ୍ଥାରେ ଗାଡି ନ ଚଳାଇବା ସହ ହେଲମେଣ୍ଟ ପିନ୍ଧି ଗାଡି ଚଳାଇବାକୁ ସଚେତନ କରାଯାଇଥିଲା ।ଏହି ସଚେତନତା ବାର୍ତ୍ତା ଫଳରେ ଅନେକ ଦୁର୍ଘଟଣା ରୋକାଯାଇପାରିବ ବୋଲି ଆଇ ଆଇ ସି ପ୍ରଶାନ୍ତ କୁମାର କଲୋହରସ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ପ୍ଲାଇ କାର୍ଡ ଧରି ନାରାବାଜି ଦେଇ ଜନସାଧାରଣଙ୍କୁ ସଚେତନ କରିବାକୁ ନଗର ପରିକ୍ରମା କରି କାର୍ଯ୍ୟକ୍ରମ କୁ  ସାଫଲ୍ୟ ମଣ୍ଡିତ କରିଥିଲେ ।ଏହି କାର୍ଯ୍ୟକ୍ରମ ପ୍ରତି ସ୍ଥାନୀୟ ଜନସାଧାରଣ ଆଇ ଆଇ ସି ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି, ପ୍ରଗତିଶୀଳ ମସିହା

Related posts

ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସିଆରପି ମାନଙ୍କୁ ତାଲିମ

Sunil Chandra Nayak

ଆଜି ତା ୧୩-୦୫-୨୦୨୫ ରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବାକୁଥିବା ଯୁଗ୍ମ ଜନ ଶୁଣାଣି ଶିବିର ଆସନ୍ତା କାଲି ତା ୧୪-୦୫-୨୦୨୫ ରିଖ ଅନୁଷ୍ଠିତ ହେବ

masiha

ରାଉରକେଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

masiha

Leave a Comment

error: Content is protected !!