ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଷଷ୍ଟ ଦିନରେ ସଡକ ସୁରକ୍ଷା ସଚେତନତା

ଡାବୁଗାଁ, ୧୬/୧(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁରେ ବ୍ଲକ ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ଚଳିତ ମାସ ଜାନୁଆରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ଆଜି ଷଷ୍ଠ ଦିନ ରେ ଡାବୁଗାଁ ବଜାର ମୁଖ୍ୟ ରାସ୍ତା ରାଜ୍ୟ ରାଜପଥ-୩୯ ଉପରେ ଡାବୁଗାଁ ଥାନା ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣା ରେ ରାସ୍ତାରେ ଆଘାତ ଲାଗି ପଡି ରହିଥିବା ଲୋକଙ୍କୁ ହେଳା ନ କରି ମାନବିକତା ଦେଖାଇ ତାଙ୍କର ଜୀବନ ରକ୍ଷା ପାଇଁ ତୁରନ୍ତ ନିକଟସ୍ଥ ଡାକ୍ତର ଖାନା କୁ ନେଇ ଚିକିତ୍ସା କରି ଜୀବନ ବଞ୍ଚାଇ ପ୍ରଶଂସାର ପାତ୍ର ହେବା, ପ୍ରଶାସନ ତରଫରୁ ପ୍ରୋଛାହନ ରାଶି ପାଇବା, ହେଲମେଣ୍ଟ ପିନ୍ଧି ଗାଡି ଚଳାଇବା, ଚାରିଚକିଆ ଯାନ ଚଲାଇବାବେଳେ ସିଟ୍ ବେଲ୍ଟ ବାନ୍ଧିବା, ସରକାରଙ୍କ ଟ୍ରାଫିକ ନିୟମକୁ ମାନି ଚଳାଇବା ଉପରେ ସଚେତନ କରାଇଥିବାବେଳେ ଜନ ସଧାରଣଙ୍କୁ ଟ୍ରାଫିକ ନିୟମ ଉପରେ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ରାସ୍ତାରେ ଯମରାଜା ଓ ଚିତ୍ରଗୁପ୍ତ ଦୁଇଜଣଙ୍କ ଅଭିନୟ ବେଶ ମନୋମୁଗ୍ଧକର ହୋଇଥିଲା । ଏତଦ୍ ବ୍ୟତୀତ ଡାବୁଗାଁ ସରକାରୀ ବିଦ୍ୟାଳୟର ସ୍କାଉଟ୍ ଛାତ୍ରୀମାନେ ସଡକ ସୁରକ୍ଷାର ପ୍ଲା କାର୍ଡ ଧରି ସଡକ ସୁରକ୍ଷାର ବାର୍ତ୍ତା ଜନ ସାଧାରଣଙ୍କୁ ବାଣ୍ଟିଥିଲେ । କାର୍ଯ୍ୟ କ୍ରମ ଶେଷରେ ସମସ୍ତ ଛାତ୍ରୀ ଥାନା ଅଧିକାରୀ,ଏସ୍ ଆଇ ଓ ଏ ଏସ୍ ଆଇ ମାନଙ୍କୁ ସ୍ୟାଲୁଟ୍ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଏଏସଆଇ ଶିଶିର କାନ୍ତ ଘୋଷ, ବିଜୟ କୁମାର ସାହୁ, ପୁଷ୍ପାଞ୍ଜଳି ସୁନାନୀ ପ୍ରମୁଖ ଅନ୍ୟ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୬ ଆହତ, ୧ ଗୁରୁତର

Sunil Chandra Nayak

ବିଦ୍ୟୁତ ଆଘାତରେ ଏକ ମାଈ ହାତୀ ମୃତ 

masiha

ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!