ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି ଆଇ କଲେଜ ର ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଘାଟିତ

ଜୁନାଗଡ଼,୧୬?/୧(ମ ନି ସ) ଜୁନାଗଡ଼ ପି .ଆଇ କଲେଜର ଆତ୍ମ ସୁରକ୍ଷ୍ୟା ତାଲିମ ଶିବିର ଉଦଘାଟିତ ହୋଇଯାଇଛି।ଏହି ଶିବିର ରେ ମୋଟ ୧୩୮ ବାଳିକା ତାଲିମ୍ ନେଇଛନ୍ତି ।ଏମାନଙ୍କୁ ଜଳି ପରାଭୋଇ, ଧନୀକl ନାୟକ ଓ ଶିବାନୀ ଭାଟି ୩ ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେଉଛନ୍ତି l ଉଦଘାଟନୀ ଉତ୍ସବ ରେ ଜୁନାଗଡ଼ ନଗରପାଳ ମୁକେଶ୍ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି, ଜୟନ୍ତ କୁମାର ଜେନା ଜିଲ୍ଲା ସଂଯୋଜକ ତଥା ଅଧ୍ୟକ୍ଷ ସର୍ବ ମଙ୍ଗଳା କଲେଜ ଗୋଲାମୁଣ୍ଡା, ବିଭୁତି ଭୂଷଣ ମେହେର, ଅଧ୍ୟକ୍ଷ ତଥା ସଭାର ସଭାପତି, ସମ୍ମାନିତ ଅତିଥି ହିମାଂଶୁ ଶେଖର ବରାଡ, ସଭାପତି ସାମ୍ବାଦିକ ସଂଘ, ଓ ସମ୍ପାଦକ ଓକିଲ ସଂଘ ବରିଷ୍ଠ ପ୍ରାଧ୍ୟାପକ ଦେବେନ୍ଦ୍ର ବେହେରା, ସଂଯୋଜିକା ସାଗରିକା ଦାସ ସହ ସଂଯୋଜକ ସମୀର ସାହୁ, ପ୍ରମୁଖ ଯୋଗଦେଇ ଥିଲେ।ସେହିପରି କାଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅଧ୍ୟାପକ ଶ୍ରୀ ପ୍ରିୟବ୍ରତ ବଣୁଆ । ପ୍ରଥମେ ଆମେ ପରିବାର ମଧ୍ୟରେ ସଚେତନ ସୃଷ୍ଟି ଅନ୍ୟକୁ ସତର୍କ କରିବା ଉଚିତ।ଏପରିକି କୌଣସି ଅନିୟମିତ କାର୍ଯ୍ୟକଳାପ ରେ ଲିପ୍ତ ନରହିବା ସହ ସମାଜରେ ଅସାମାଜିକ କାର୍ଯ୍ୟକୁ ରୋକିବା ଆବଶ୍ୟକ ହେଲେ ଏହି ଆତ୍ମ ସୁରକ୍ଷା ତାଲିମ୍ ଶିବିର ର ଆବଶ୍ୟକ ପଡିବ ନାହିଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାଯ୍ୟକ୍ରମ ରେ ସହଯୋଗ କରିଥିଲେ ଅଧ୍ୟାପକ ହେମନ୍ତ ରଣା, ଶ୍ରୀ ରାଜେଶ ପଟେଲ, ଶ୍ରୀ ସଦାନନ୍ଦ ମାରlଇ, ଅଧ୍ୟାପିକା ଶ୍ରୀମତୀ ପୌର୍ଣ୍ଣମାସୀ ମାଝୀ, ଶ୍ରୀମତୀ ସଶ୍ମିତା ପଣ୍ଡା, ସୁଶ୍ରୀ ଅମିତା ମେହେର, ଓ ଶ୍ରୀ ବିକାଶ ରଞ୍ଜନ ବେହେରା, କୁନି ବେମାଲ, ବିଶ୍ଵନାଥ ଗୋପାଳ, ଗୁପ୍ତେଶ୍ଵର ସ୍ଵାଇଁ ଓ ସମସ୍ତ ଶିକ୍ଷକ ଓକର୍ମଚାରୀ ସହଯୋଗ କରିଥିଲେ।ଅଧ୍ୟାପକ ଡିଙ୍ଗର ନାଏକ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…

କଳାହାଣ୍ଡି ଉତ୍ସବ ଘୁମୁରା, ପ୍ରସାର ପ୍ରଚାର କମିଟି ବୈଠକ

masiha

ହାଇଦ୍ରାବାଦ ର ରାଜ୍ୟ ଚିତ୍ରକଳା ଗ୍ୟାଲେରୀରେ ନିପୁଣ ସୁନ୍ଦର କଳା କୃତି ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!