ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି ଆଇ କଲେଜ ର ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଘାଟିତ

ଜୁନାଗଡ଼,୧୬?/୧(ମ ନି ସ) ଜୁନାଗଡ଼ ପି .ଆଇ କଲେଜର ଆତ୍ମ ସୁରକ୍ଷ୍ୟା ତାଲିମ ଶିବିର ଉଦଘାଟିତ ହୋଇଯାଇଛି।ଏହି ଶିବିର ରେ ମୋଟ ୧୩୮ ବାଳିକା ତାଲିମ୍ ନେଇଛନ୍ତି ।ଏମାନଙ୍କୁ ଜଳି ପରାଭୋଇ, ଧନୀକl ନାୟକ ଓ ଶିବାନୀ ଭାଟି ୩ ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେଉଛନ୍ତି l ଉଦଘାଟନୀ ଉତ୍ସବ ରେ ଜୁନାଗଡ଼ ନଗରପାଳ ମୁକେଶ୍ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି, ଜୟନ୍ତ କୁମାର ଜେନା ଜିଲ୍ଲା ସଂଯୋଜକ ତଥା ଅଧ୍ୟକ୍ଷ ସର୍ବ ମଙ୍ଗଳା କଲେଜ ଗୋଲାମୁଣ୍ଡା, ବିଭୁତି ଭୂଷଣ ମେହେର, ଅଧ୍ୟକ୍ଷ ତଥା ସଭାର ସଭାପତି, ସମ୍ମାନିତ ଅତିଥି ହିମାଂଶୁ ଶେଖର ବରାଡ, ସଭାପତି ସାମ୍ବାଦିକ ସଂଘ, ଓ ସମ୍ପାଦକ ଓକିଲ ସଂଘ ବରିଷ୍ଠ ପ୍ରାଧ୍ୟାପକ ଦେବେନ୍ଦ୍ର ବେହେରା, ସଂଯୋଜିକା ସାଗରିକା ଦାସ ସହ ସଂଯୋଜକ ସମୀର ସାହୁ, ପ୍ରମୁଖ ଯୋଗଦେଇ ଥିଲେ।ସେହିପରି କାଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅଧ୍ୟାପକ ଶ୍ରୀ ପ୍ରିୟବ୍ରତ ବଣୁଆ । ପ୍ରଥମେ ଆମେ ପରିବାର ମଧ୍ୟରେ ସଚେତନ ସୃଷ୍ଟି ଅନ୍ୟକୁ ସତର୍କ କରିବା ଉଚିତ।ଏପରିକି କୌଣସି ଅନିୟମିତ କାର୍ଯ୍ୟକଳାପ ରେ ଲିପ୍ତ ନରହିବା ସହ ସମାଜରେ ଅସାମାଜିକ କାର୍ଯ୍ୟକୁ ରୋକିବା ଆବଶ୍ୟକ ହେଲେ ଏହି ଆତ୍ମ ସୁରକ୍ଷା ତାଲିମ୍ ଶିବିର ର ଆବଶ୍ୟକ ପଡିବ ନାହିଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାଯ୍ୟକ୍ରମ ରେ ସହଯୋଗ କରିଥିଲେ ଅଧ୍ୟାପକ ହେମନ୍ତ ରଣା, ଶ୍ରୀ ରାଜେଶ ପଟେଲ, ଶ୍ରୀ ସଦାନନ୍ଦ ମାରlଇ, ଅଧ୍ୟାପିକା ଶ୍ରୀମତୀ ପୌର୍ଣ୍ଣମାସୀ ମାଝୀ, ଶ୍ରୀମତୀ ସଶ୍ମିତା ପଣ୍ଡା, ସୁଶ୍ରୀ ଅମିତା ମେହେର, ଓ ଶ୍ରୀ ବିକାଶ ରଞ୍ଜନ ବେହେରା, କୁନି ବେମାଲ, ବିଶ୍ଵନାଥ ଗୋପାଳ, ଗୁପ୍ତେଶ୍ଵର ସ୍ଵାଇଁ ଓ ସମସ୍ତ ଶିକ୍ଷକ ଓକର୍ମଚାରୀ ସହଯୋଗ କରିଥିଲେ।ଅଧ୍ୟାପକ ଡିଙ୍ଗର ନାଏକ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଯୋଜନାରୁ ବଞ୍ଚିତ ଅଂଚଳବାସୀଙ୍କୁ ସହାୟତା କରୁ ଆର ଏମ ସି , ଅଧିକାରୀଙ୍କୁ ଭେଟି ଆଲୋଚନା କଲେ ସମାଜସେବୀ ପ୍ରଶାନ୍ତ ସେଠୀ

masiha

ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ସିବିଏସ୍ଇ ଦଶମ ବୋର୍ଡ଼ ପରୀକ୍ଷା , ଧର୍ମଗଡ଼ ର ଛାତ୍ର ସ୍ୱୟାଂଶୁ ସତ୍ୟପ୍ରଜ୍ଞ ସାହୁଙ୍କ କୃତିତ୍ୱ। ୯୯.୨% ନମ୍ବର ରଖି କୃତକାର୍ଯ୍ୟ…

Sunil Chandra Nayak

Leave a Comment

error: Content is protected !!