ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମକର ମିଳନରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ ସହ ଆଞ୍ଚଳିକ ବିକାସ କୁ ନେଇ ଆଲୋଚନା

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସାଂସଦ ତରଫରୁ ମକର ମିଳନରେ ଉନ୍ମୋଚନ ହୋଇଥିବା ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମହାମହିମ ରାଷ୍ଟ୍ରପତିଙ୍କ ପୁସ୍ତକ , ଓଡିଶା ମାଟିର ଯଶସ୍ୱିନୀ ନାରୀ ,କରୁଣା କର ମଲିକଙ୍କ ଅହ୍ୟରଣୀ ,ଅଛିଣ୍ଡା ଗଣିତ ଅବୁଝା ଋଣ, କ୍ୟାଲେଣ୍ଡର, ସ୍ଵନକ୍ଷେତ୍ର ବିଶେଷାଙ୍କ ପ୍ରଭୁତି। ଏହି ଅବସରେ  ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାଂସଦ ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ତରାଇ, ଅନୁଷ୍ଠାନର ପୁଷ୍ଠପୋଷକ ଓ ଉପଦେଷ୍ଟା ପର୍ଶୁରାମ ବେହେରା, ଇଂ ଅର୍ଚ୍ଚନା ଦାସ, ଇଂ ଶ୍ରୀନିବାସ ଦାସ, ରଶ୍ମିମୟୀ ପଟ୍ଟନାୟକ ଉପସ୍ଥିତ ରହିବା ସହିତ ବାଣପୁର ଐତିହ୍ୟ ସଂସ୍କୃତି ସୁରକ୍ଷା , ଚିଲିକା ପର୍ଯ୍ୟଟନ ର ବିକାଶ  ସମେତ  ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।ଖୁବ୍ ଶୀଘ୍ର ଏହାକୁ ନେଇ ଏକ ମହୋତ୍ସବ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା ସର୍ବ ସମ୍ମତି କ୍ରମେ । ତତ ସହିତ ପୃ୍ଥିରାଜ ହରିଚନ୍ଦନ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ଚିଲିକା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଏବଂ ତାଙ୍କ ସୁପୁତ୍ର ମଧ୍ୟ ଏହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ପ୍ରତିଷ୍ଠାତା ବଳରାମ ତରାଇ ପୁସ୍ତକ ସହିତ ଉତରୀୟ ,ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ଓଡ଼ିଆ ପକ୍ଷ ର ଚତୁର୍ଥ ଦିବସରେ ଓଡ଼ିଆ ରେ ନାମଫଳକ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

masiha

ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

Sunil Chandra Nayak

ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା , ଖାଦ୍ୟ ଓ ଭିର୍ତ୍ତି ଭୂମି ସମ୍ପର୍କିତ ସମୀକ୍ଷା ବୈଠକ

masiha

Leave a Comment

error: Content is protected !!