ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତି ନେଇ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମତି ର ଚୂଡାନ୍ତ ବୈଠକ

ତେନ୍ତୁଳିଖୁଣ୍ଟି – -୧୬/୦୧/୨୩ ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ସଭା ଗୃହ ରେ ଆଜି ବ୍ଲକ ପଂଚାୟତ ଉନ୍ନୟନ ଯୋଜନା ନେଇ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଗତ ମାସ ଡିସେମ୍ବର 17 ରେ ପ୍ରାରମ୍ଭିକ ବୈଠକ ଅଧିକାରୀ ମାନଙ୍କ ଅନୁପସ୍ଥିତି ପାଇଁ ବର୍ଜନ କରିଥିଲେ ସଭ୍ୟ ସଭ୍ୟା ଓ ସରପଞ୍ଚ ଯେଉଁ ବୈଠକ ରେ ଦାରିଦ୍ର୍ୟମୁକ୍ତ,ଉନ୍ନତ ଜୀବିକା ଗ୍ରାମ ସୃଷ୍ଟି କରିବା ,ସୁସ୍ଥ ପଂଚାୟତ, ସୁସ୍ବ୍ଲ ନିରାମୟ ଗ୍ରାମ କରିବା, ଶିଶୁ ପ୍ରିୟ ଗ୍ରାମପଞ୍ଚାୟତ ,ପ୍ରଯ୍ୟାପ୍ତ ଜଳ ଥିବା ଗ୍ରାମ ସ୍ବଛ ସବୁଜ ଗ୍ରାମ ,ଆତ୍ମ ନିର୍ଭରଶୀଳ ଭିତ୍ତି ଭୂମି ଥିବା ଗ୍ରାମ,ସାମାଜିକ ସ୍ତରରେ ସୁରକ୍ଷିତ ଗାଁ ,ସୁଶାସନ ଯୁକ୍ତ ଗ୍ରାମ ,ମହିଳା ଅନୁକୂଳ ଗ୍ରାମପଂଚାୟତ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରା ଯାଇଥାନ୍ତା। କିନ୍ତୁ ଆଜିର ବୈଠକରେ ବ୍ଲକ ଓ ପନ୍ଦର ଟି ଯାକ ପଞ୍ଚାୟତ କୁ 2023 -24 ରକାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଥିଲା। ପଞ୍ଚଦଶ ଅର୍ଥ କମିଶନ ଅର୍ଥ ଓ ପଞ୍ଚମ ଅର୍ଥ କମିଶନ ପାଣ୍ଠି ପାଇଁ ପଞ୍ଚାୟତ ୱାରି ପ୍ରକଳ୍ପ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ , ପାଇଖାନା ନିର୍ମାଣ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସମିତି ସଭ୍ୟ ଦିଲିପ ପ୍ରଧାନୀ ,ପ୍ରଭାତୀ କନ୍ଧ ,ଡମ୍ବରୁ ଭତ୍ରା ,ସୁଧୀର ଖୁରା ସୁକାନ୍ତି ମହାନ୍ତି , ମଧୁସ୍ମିତା ପାଣିଗ୍ରାହୀ ,ବିନୋଦିନି ସିଂ ପ୍ରମୂଖ ନିଜ ନିଜ ମତ ରଖିଥିଲେ। ବୈଠକରେ ଉପସ୍ଥିତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ପଂଚାୟତ ପ୍ରତିନିଧି ଙ୍କୁ ଗୁରୁତ୍ୱ ଦେଇ କାର୍ଯ୍ୟ।ନ୍ଵୟନ କରିବାକୁ ସରପଞ୍ଚ ଅନାଦି ମାଝୀ, ପ୍ରମିଳା ମୁଦୁଲି, କିଶୋର ନାୟକ ପ୍ରମୁଖ ଦାବୀ ରଖିଥିଲେ। ବୈଠକ ର ଅଧ୍ୟକ୍ଷତା ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକ କରିଥିବା ବେଳେ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ,ଏ ବିଡ଼ିଓ କୃପାନିଧି ନାୟକ ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ,ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା ମଞ୍ଚ।ସୀନ ଥିଲେ। ଏଭଳି ବୈଠକ କୁ ମଧ୍ୟ ଲାଇନ ବିଭାଗ ଗୁଡିକର କୌଣସି ଅଧିକାରୀ ଯୋଗ ନ ଦେବା କୁ ରତିକାନ୍ତ ପଣ୍ଡା ଓ ଦିଲୀପ ପ୍ରଧାନୀ ନିନ୍ଦା କରିଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଇସ୍ପାତ ନଗରୀ ରାଉରକେଲାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ……

masiha

ବଜ୍ରପାତ ଘଟି ୩ ମହିଳା ଆହତ

Sunil Chandra Nayak

କୋଟପାଡ଼ ରେ ପୁସପୁନି ପାଇଁ ସହର କମ୍ପିଲା.

masiha

Leave a Comment

error: Content is protected !!