ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଷ ଶୂନ୍ୟ ଉଦୟପୁର ଗ୍ରାମ !!

ଦାଦନ ଖଟିବାକୁ ଯାଇଛନ୍ତି ଶତାଧିକ ପୁରୁଷ ଓ ମହିଳା, 

ସରକାରଙ୍କ ମାଳମାଳ ଯୋଜନା କାହାପାଇଁ ?

ତେନ୍ତୁଳିଖୁଣ୍ଟି ୧୬/୦୧/୨୩ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ଉଦୟପୁର ଗ୍ରାମରେ ଥିବା ୨ ଟି ୱାର୍ଡ଼ ରେ ପ୍ରାୟ ୧୮୨ ଟି ପରିବାର ବସବାସ କରୁଛନ୍ତି ।ସମସ୍ତ ପରିବାର କୁଲି ମଜୁରୀ କରି ନିଜ ଜୀବିକା ନିର୍ବାହ କରନ୍ତି । ହେଲେ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ କାମ ମିଳୁନଥିବା କାରଣରୁ ଅନେକ ପରିବାର ତଥା ବହୁ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା କହିଛନ୍ତି ଗ୍ରାମର ମହିଳା ମାନେ । ଗାଁରେ କିଛି ବୃଦ୍ଧ ବୃଦ୍ଧା ତଥା ଛୋଟ ପିଲାଙ୍କୁ ଛାଡିଦେଲେ ଆଉ କାହାକୁ ଦେଖିବାକୁ ମିଳୁନି । ଉଦୟପୁର ଗ୍ରାମରୁ ଶତାଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏଠାକାର ଶ୍ରମିକ ଶ୍ରେଣୀର ଲୋକେ ଆନ୍ଧ୍ରପ୍ରଦେଶ ର ହାଇଦ୍ରାବାଦ, ବୋଚଲି, କର୍ଣ୍ଣାଟକର ବେଙ୍ଗାଲୁର,ଓଡ଼ିଶାର ଦାମନଯୋଡି, ସୁନାବେଡା, ସମ୍ବଲପୁର ଛତିଶଗଡ଼ ରନଗରନାଲ, ଆଦି ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିବା କହୁଛନ୍ତି । ବାହାର ରାଜ୍ୟରେ ଦାଦନ ଖଟି ଉଦୟପୁର ଗ୍ରାମର ବହୁ ପରିବାର ଭଲ ରୋଜଗାର କରି ଅତ୍ୟନ୍ତ ଖୁସିରେ ରହୁଥିବା ଜଣାପଡିଛି । ଗ୍ରାମର ପ୍ରାୟ ୬୦ ଟି ପରିବାର ଘରେ ତାଲା ମାରି ଦାଦନ ଖଟିବାକୁ ଯାଇଥିବା ବେଳେ ୪୦ ପ୍ରତିଶତ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ଫଳରେ ଗାଁ ଟି ଏକ ପ୍ରକାର ପୁରୁଷ ଶୂନ୍ୟ ହୋଇ ଖାଁ ଖାଁ ଲାଗୁଛି । ବାହାର ରାଜ୍ୟକୁ ଯାଇ କିଛି ଶ୍ରମିକ ଇଟା ଭାଟିରେ କାମ କରୁଛନ୍ତି ତ ଆଉ କିଏ କୌଣସି ଫେକ୍ଟ୍ରେରୀ କିମ୍ବା ଲୁଗା କଳ ରେ କାମ କରି ଜୀବିକା ନିର୍ବାହ କରୁଛନ୍ତି । ଘରେ କେବଳ ପରିଣତ ବୟସରେ ଉପନୀତ କିଛି ବୃଦ୍ଧ ବୃଦ୍ଧା ଏବଂ ଛୋଟ ପିଲାଙ୍କୁ ଦେଖିବାକୁ ମିଳିଛି l ଏହି ଗ୍ରାମର ଲୋକେ ଗ୍ରାମ କିମ୍ବା ଗ୍ରାମ ନିକଟରେ ସରକାର ତରଫରୁ କୌଣସି କାମ ଯୋଗାଇ ଦେଉନଥିବାରୁ ଓ ବାହାର ରାଜ୍ୟରେ ଶ୍ରମିକ ମାନଙ୍କୁ ଖାଇବା ରହିବା ସହ ଦୈନିକ ଭଲ ମଜୁରୀ ମିଳୁଥୁବା ଯୋଗୁଁ ବହୁ ଯୁବକ ଯୁବତୀ ଦାଦନ ମୁହାଁ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଯେବେ ଠାରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତିଯୋଜନା ରେ ପଂଚାୟତ ୱାରୀ ବ୍ୟକ୍ତିଗତ ହେଉ ସାମୁହିକ ପ୍ରକଳ୍ପ ସୀମିତ କରିଦିଅଗଲା ସେବେଠାରୁ ଏହି ଯୋଜନା ଆଉ ରୋଜଗାର ଦେଇ ପାରୁନି। କୋଭିଡ ପରଠୁ ଦର ଦାମ ର ଅହେତୁକ ବୃଦ୍ଧି ଯୋଗୁଁ ସୀମିତ ସ୍ଥାନୀୟ ରୋଜଗାର ରେ ପରିବାର ଚଳାଇବା କଷ୍ଟକର ହେଉଥିବା ରୁ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ବୋଲି ସମାଜସେବୀ ମାନେ ମତ ରଖନ୍ତି। ବର୍ତ୍ତମାନ ଅଧିକାଂଶ ଯୁବକ ଓ ଯୁବତୀ ଗାଁ ବାହାରକୁ ଯାଇଥିବା ବେଳେ ପ୍ରାୟ ୩୦ ପ୍ରତିଶତ ପ୍ରାପ୍ତ ବୟସ୍କ ପୁରୁଷ ଓ ମହିଳା ହିଁ ଗାଁ ରେ ଅଛନ୍ତି । ଯଦି ଗାଁ ରେ ଏଭଳି କାମ ସମସ୍ୟା ଲାଗି ରହେ ତେବେ ଗାଁ ର ବାକି ମଧ୍ୟ ଗାଁ ଛାଡି ଚାଲିଯିବେ ବୋଲି ଗ୍ରାମବାସୀ ଆଶଙ୍କା କରିଛନ୍ତି l ତେଣୁ, ତୁରନ୍ତ ବ୍ଲକ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଗ୍ରାମବାସୀ ଙ୍କୁ କାମ ଯୋଗାଇ ଦେଇ ଘର ପାଖରେ ରୋଜଗାର କ୍ଷମ କରାଇବାକୁ ଦାବି କରିଛନ୍ତି l ଅନ୍ୟପଟେ ଏହି ଘଟଣାକୁ ତେନ୍ତୁଳୀଖୁଣ୍ଟି ବ୍ଲକ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ ଜାଣିଥିବା କହିବା ସହ ଏହାର ଏକ ତଦନ୍ତ କରାଯାଇ ଦାଦନ ଯାଇଥିବା ଯୁବକ ଯୁବତୀ ଙ୍କୁ ଗ୍ରାମକୁ ଫେରାଇ ଆଣି ଏନ ଆର ଜି ଏସ ଓ ଅନ୍ୟାନ୍ୟ କାମ ଯୋଗାଇ ଦେବାକୁ ଚେଷ୍ଟା କରାଯିବ ବୋଲି କହିଥିଲେ l

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସାହିତ୍ୟ ପତ୍ରିକା ନବକାକଳି ର ବିଷୁବ ପୁରସ୍କାର ..

Sunil Chandra Nayak

ଛାତ୍ରଛାତ୍ରୀଙ୍କୁ ପୋଷକ ବିତରଣ

Sunil Chandra Nayak

ସୁନାମଧନ୍ୟ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ସ୍ବରୂପ ଚନ୍ଦ୍ର ନନ୍ଦ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ

Sunil Chandra Nayak

Leave a Comment

error: Content is protected !!