ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳା, ସଂସ୍କୃତି ଓ ନିଆରା ପରମ୍ପରାର ମହାସଙ୍ଗମ କଳାହାଣ୍ଡି ଉତ୍ସବ ଘୁମୁରା

୪ ଦିନରେ ସାମିଲ ହେଲେ ହଜାର ହଜାର ଦର୍ଶକ : ନାଚିଲେ, ଝୁମିଲେ, ସାଇତା ରହିଲା ଅଲିଭା ସ୍ମ୍ରତି 

ଉଦଯାପନୀ ଉତ୍ସବ ସହିତ ଶେଷ ହେଲା କଳା, ସଂସ୍କ୍ରୁତିର ମହାକୁମ୍ଭ

ଭବାନୀପାଟଣା,୧୭/୦୧(ମ ନି ସ)-କଳାହାଣ୍ଡି ଉତ୍ସବ ଘୁମୁରା ଯୋଗୁଁ ଭଳିକି ଭଳି କଳା ଓ ସଂସ୍କୃତିର ମହାମିଳନ ହେଉଛି । ଚାରିଦିନର ଏହି ମହୋତ୍ସବ ସମସ୍ତଙ୍କ ହୃଦୟତନ୍ତ୍ରୀଙ୍କୁ ଶେଷ ଯାଏଁ ଆପ୍ଲୁତ କରି ରଖିଛି । ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଦର୍ଶକଙ୍କ ସମାଗମ ଓ ରାଜ୍ୟ ତଥା ରାଜ୍ୟ ବାହାରର କଳା, ସଂସ୍କୃତି ଓ ନିଆରା ପରମ୍ପରାର ଏହି ମହାସଂଗମ ଚିରଦିନ ପାଇଁ ଅଭୁଲା ସ୍ମ୍ରତି ହୋଇ ରହିଯିବ ବୋଲି ଆଜି କଳାହାଣ୍ଡି ଉତ୍ସବ ଘୁମୁରାର ରୌପ୍ୟ ଜୟନ୍ତୀ ପାଳନର ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗଦେଇ ଜିଲ୍ଲା ପ୍ରତି ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ମୁଁ ବେଶ୍ ସଚେତନ ଜିଲ୍ଲା ବିକାଶ ପାଇଁ ଦିଲ୍ଲୀ ଦରବାରରେ ମୋର ଲଢ଼େଇ ଜାରି ରହିବ ବୋଲି କହିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଓ ନିଷ୍ଠା ଯୋଗୁ କଳାହାଣ୍ଡି ଜିଲ୍ଲା ଆଜି ଏକ ଉନ୍ନତ,ବିକଶିତ ଓ ସ୍ବାବଲମ୍ବୀ ଜିଲ୍ଲା ଭାବେ ନାମ କରିଛି ବୋଲି କହିଥିଲେ । ମଞ୍ଚ ରେ ଓଡ଼ିଶାରେବେଦାନ୍ତ ଲିମିଟେଡ୍ ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ, ସିଏସ୍ଆର୍ ଏବଂ ଜନ ସଂପର୍କ ବିଭାଗ ମୁଖ୍ୟ ବିଭୁଦେନ୍ଦ୍ର ପଣ୍ଡା,ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ,ସି ଡ଼ି ଓ ଜିଲ୍ଲା ପରିଷଦ ଶ୍ରୀ ସଚିନ ପାୱାର ପ୍ରମୁଖ ଯୋଗ ଦେଇଥିଲେ । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ,ଉତ୍ସବ କମିଟି ର ଅଧ୍ୟକ୍ଷ,ଉପାଧ୍ୟକ୍ଷ,ନୋଡାଲ ଅଧିକାରୀ,ସହରର ବିଶିଷ୍ଟ ବ୍ୟକ୍ତି, ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। । ଶ୍ରୀ ସତ୍ୟ ନାରାୟଣ ମହାପାତ୍ର ସଭା ପରିଚାଳନା କରିଥିଲେ। ଏହାପରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଗୀତ, ଭବାନୀପାଟଣାର ଜେକେ ୱାର୍ଲ୍ଡ, ବିକାଶ, ମୟୁରୀ ଲୋକନୃତ୍ୟ, କାରୁଣ୍ଡ କଳା ମଞ୍ଚର ବଜାଶାଲ୍‌, ସଂଗମ, ସଂସ୍କୃତି, ନଟରାଜ କଳା ପରିଷଦ, ଜୁନାଗଡ଼ର ମାଁ ଲଙ୍କେଶ୍ୱରୀ ଅନୁଷ୍ଠାନ, ସହିତ ସମ୍ବଲପୁର ଜିଲ୍ଲା ସଂସ୍କୃତି ପରିଷଦ, ମାଲକାନଗିରି ଜିଲ୍ଲା ସଂସ୍କୃତି ପରିଷଦ, ବରଗଡ଼ ଜିଲ୍ଲା ସଂସ୍କୃତି ପରିଷଦ, ବରଗଡ଼ର କଳାଜୀବୀ, ଲଗନ ସାଂସ୍କୃତିକ ଅନୁଷ୍ଠାନ, ସମ୍ବଲପୁରର ଫୋକ୍ ଟ୍ରାଡିସନ୍‌, ଖୋର୍ଦ୍ଧାର ଆରାଧନା ଡ୍ୟାନ୍ସ ଏକାଡେମୀ ଏବଂ ଝାଡଖଣ୍ଡର ପାଇକିଆ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ପାରବା ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଅନୁଷ୍ଠିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ମାନସରଞ୍ଜନ ପଣ୍ଡା, ଲୋଚନୀ ବାଗ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସସ୍ମିତା ସିଂହ, ସୁଶୀଲ ଗହୀର, ଲିପ୍ସା ମହାରଣା ଏବଂ ପାରବା ମଞ୍ଚରେ ହେମନ୍ତ ସାହୁ, ଆଶୁତୋଷ ପୁରୋହିତ, ବିକାଶରଞ୍ଜନ ମୁଣ୍ଡ, ଦିପ୍ତୀମୟୀ ସିଂହ, ଡିଲେଶ୍ୱର ରଣା, ସାବିତ୍ରୀ ମହାରଣା, ରାମେଶ୍ୱର ତ୍ରିପାଠୀ, ସସ୍ମିତା ରାଉତ ପରିଚାଳନା କରିଥିଲେ । ଶେଷରେ ହ୍ୟୁମାନ ସାଗରଙ୍କ ଟିମ୍ ଦ୍ୱାରା ପ୍ରଦର୍ଶିତ ମେଲୋଡି କାର୍ଯ୍ୟକ୍ରମକୁ ଲକ୍ଷାଧିକ ଦର୍ଶକ ଉପଭୋଗ କରିଥିଲେ । ଗତକାଲିର ସମସ୍ୟାକୁ ଦ୍ରୁଷ୍ଟିରେ ରଖି ଆଜି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ! ଏପରିକି ୪ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୫୦ଏସ୍ଆଇ ଏବଂ ଏଏସ୍ଆଇଙ୍କ ନେତ୍ରୁତ୍ବରେ ୯ପ୍ଲାଟୁନ୍ ଜିଲ୍ଲା ପୁଲିସ, ଡିଭିଏଫ୍, ହୋମଗାର୍ଡଙ୍କ ସମେତ ରାୟଗଡା,ନବରଙ୍ଗପୁର,କୋରାପୁଟ ଜିଲ୍ଲାରୁ ମଧ୍ୟ ଆରକ୍ଷୀ ବାହିନୀ, ଏନସିସି କ୍ୟାଡେଟ୍ ଶାନ୍ତି ଶ୍ରୁଙ୍ଖଳା ରକ୍ଷା ପାଇଁ ନିୟୋଜିତ ଥିଲେ ! ଏପରିକି ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ 3 ଜଣ ସହକାରୀ ଜିଲ୍ଲାପାଳଙ୍କୁ ମାଜିଷ୍ଟ୍ରେଟ୍ ଦାୟିତ୍ବ ସହିତ ନିୟୋଜିତ କରାଯାଇଥିଲା !

ମସିହା ନିଉଜ ସର୍ଭିସ୍ 

Related posts

ରାସ୍ତା ଉପରେ ଓହଳି ରହିଛି ବିଦ୍ୟୁତ ତାର 

masiha

ଜିଲ୍ଲା କ୍ରୀଡା ବିଭାଗ ତରଫରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ 

Sunil Chandra Nayak

ବିଦ୍ୟୁତ୍ ଆଘାତରେ ଜଣକର ମୃତ୍ୟୁ ଶ୍ମଶାନରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲେ ପୁଲିସ

masiha

Leave a Comment

error: Content is protected !!