ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଥମ ଗ୍ଲୋବାଲ୍ ଆଲୁମନି ମିଟ୍ ଆସନ୍ତା ୨୯ରେ

ରାଉରକେଲା/ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ପ୍ରଥମ ଗ୍ଲୋବାଲ୍ ଆଲୁମନି ମିଟ୍ ଆସନ୍ତା ୨୯ ତାରିଖରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ପ୍ରାକ୍ତନ ଛାତ୍ର ସଂସଦର ଅଧ୍ୟକ୍ଷ ପ୍ରଫେସର ଡଃ ସମର ମୁଦାଲି ଙ୍କ ଅଧ୍ୟକ୍ଷତାରେ ଓ ଆବାହକ ଆଇନଜୀବୀ ଗିରିଶ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରାକ୍ତନ ଛାତ୍ର ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କୁହାଯାଇଥିଲା ଯେ ୧୯୬୧ ମସିହାରେ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟ ସଂପ୍ରତି ୬୧ ବର୍ଷ ମଧ୍ୟରେ ରାଜ୍ୟ ତଥା ଦେଶକୁ ବହୁ ବୁଦ୍ଧିଜୀବୀ, ବୈଜ୍ଞାନିକ, ବିଚାରପତି, ସାମ୍ବାଦିକ, ସାହିତ୍ୟିକ, ସଂସ୍କୃତିପ୍ରେମୀ, ରାଜନେତା, ସଂଗଠକ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଉପହାର ଦେଇଛି । ଏଣୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଅବସ୍ଥାପିତ ଆଲୁମନି ମାନଙ୍କ ମଧ୍ୟରେ ଭାବ ବିନିମୟ, ପୁରୁଣା ସ୍ମୃତି କୁ ମନେପକାଇବା ସହ ସଂସଦକୁ ଅଧିକ କ୍ରିୟାଶୀଳ କରିବାପାଇଁ ଆସନ୍ତା ୨୯ତାରିଖ ଦିନ ଏକ ଗ୍ଲୋବାଲ୍ ମିଟ୍ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏଥିପାଇଁ ଏକ ସ୍ମରଣିକା ପ୍ରକାଶ ପାଇବାକୁ ଥିବାରୁ ପ୍ରାକ୍ତନ ଛାତ୍ର ମାନେ ଆସନ୍ତା ୨୪ତାରିଖ ଭିତରେ ଲେଖା ମାନ ପଠାଇ ପାରିବେ ବୋଲି କୁହାଯାଇଛି । ତେବେ ଆସନ୍ତା ୨୯ ତାରିଖ ରବିବାର ପୂର୍ବାହ୍ନ ୯ଟା ସମୟରେ, ପାନପୋଷରେ ଅବସ୍ଥାପିତ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ହେବାକୁଥିବା ପୁରାତନ ଛାତ୍ର ପରିଷଦର ମହାସମ୍ମିଳନୀ ବା “ଫାଷ୍ଟ ଗ୍ଲୋବାଲ ଆଲୁମିନି ମିଟ୍”ରେ ଯୋଗଦେବା ପାଇଁ ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ଯାଳୟରୁ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଏଥିପାଇଁ ଇଚ୍ଛୁକ ପୁରାତନ ଛାତ୍ରଛାତ୍ରୀମାନେ ୮୪୫୭୯୪୯୩୭୬ ମୋବାଇଲ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଏହ ସାମ୍ବାଦିକ ସମ୍ମିଳନୀରେ ଆଲୁମିନି ଆବାହକ ଶ୍ରୀ ମହାପାତ୍ର, ଅଧ୍ୟକ୍ଷ ଡଃ ମୁଦାଲି, ବିଧାୟକ ଶ୍ରୀ ନାୟକ, ଆଲୁମିନି ଆସୋସିଏସନ ସମ୍ପାଦକ ରୋଶନ ସାହୁ, ସହ-ଆବାହକ ରାଜ୍ ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବେହେରା, ଅଧ୍ଯାପକ ପ୍ରଦୀପ କୁମାର ଖେସ୍, ପ୍ରଫେସର ଡଃ ପ୍ରେମଲତା ଖଣ୍ଡୁଆଳ ଏବଂ ଅଧ୍ୟାପକ ସମୀର ପୃଷ୍ଟି , ଅଧ୍ୟାପକ ଅଭିଜିତ ଜେନା, ଡି ଅଭିକ କୁମାର ଙ୍କ ସମେତ ବହୁ ଆଲୁମନି ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀ ଶେଷରେ ସହ -ଆବାହକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜହ୍ନ ରାଇଜରେ ପହଁଚିଲା ଭାରତ  ଏବେ ବି ମୟୁରଭଞ୍ଜ ର ଦୁର୍ଗମ ଅଂଚଳରେ ମୋବାଇଲ ନେଟୱର୍କ ଅପହଞ୍ଚ ନେଇ ଅଂଚଳ ବାସୀଙ୍କ ଅସନ୍ତୋଷ ;ଜନପ୍ରତିନିଧି କୁନି ସର୍ଦାର ଙ୍କ ଷଷ୍ଠ ଥର ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୭୮ତିରୋଧାନ ଦିବସ ପାଳିତ

Sunil Chandra Nayak

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଥମ ବାର୍ଷିକ ମହୋତ୍ସବ 

masiha

Leave a Comment

error: Content is protected !!