ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗୋପାଳପୁର କନ୍ୟା ଆଶ୍ରମର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଥୁଆମୂଳ ରାମପୁର:୧୭/୦୧ – (ମ.ନି.ସ):- ମାନବ ଜୀବନ କାଳରେ ମଣିଷର ସ୍ୱାସ୍ଥ୍ୟ ସୁସ୍ଥ ସବଳ ରଖିବାକୁ ହେଲେ ମଣିଷକୁ ଯେକୌଣସି କାର୍ଯ୍ୟ କରିବା ପାଇଁ ଆଗ୍ରହ ଲାଗୁଥାଏ l ପ୍ରତେକ ମଣିଷର ଶରୀର ସୁସ୍ଥ ରହିଲେ ସବୁ ସମୟରେ କିଛି ନା କିଛି କାମ କରିବା ପାଇଁ ଇଚ୍ଛା ପ୍ରକାଶ ପାଇଥାଏ। ଏପରି ଚିନ୍ତାଧାରା କୁ ଆଧାର କରି ଛାତ୍ରୀ ମାନଙ୍କୁ ନେଇ ଆଜି ତା ୧୭/୦୧/୨୦୨୩ ରିଖ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତର ଡାକକୋଟା ଗ୍ରାମ ସ୍ଥିତ ଭାରତ ଯାତ୍ରା ପଡିଆ ଠାରେ ଗୋପାଳପୁର କନ୍ୟା ଆଶ୍ରମର ବାର୍ଷିକ କ୍ରୀଡା ଉତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨୦୨୩ କାର୍ଯ୍ଯକ୍ରମରେ ମୁଖ୍ୟଅତିଥି ଭାବରେ ଗୋପାଳପୁର ମହା ବିଦ୍ୟାଳୟର ଅଧ୍ଯକ୍ଷ ଶ୍ରୀ ଭାରତ ନାଏକ, ସମ୍ମାନିତ ଅତିଥି ଭାବେ W.E.O ଗଙ୍ଗାଧର ବେହେରା, ଗୋପାଳପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ଶବର ଯୋଗଦାନ କରି ମଞ୍ଚ ସହ କ୍ରୀଡା ପତାକା ଉତ୍ତୋଳନ କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଅନ ମାନଙ୍କ ମଧ୍ୟରୁ ରବୀନ୍ଦ୍ରନାଥ ସେଠି, ବିରୁପକ୍ଷ ରାଉତ, ଚନ୍ଦନ କୁମାର ଆଚାର୍ଯ୍ଯ, ପୁଷ୍ପାଞ୍ଜଳୀ ସାହୁ, ପୁଷ୍ପାଞ୍ଜଳୀ ମଣ୍ଡଳ, ସ୍ଵାଗତିକା ମିଶ୍ର, ସନାଲି ପରିଡା, ରଞ୍ଜିତା ନାଗ, ସମନାଥ ନାଏକ, ଅନନ୍ତରାମ ମାଝୀ, ଗରିବ ବାଗ, ନକ୍ଷତ୍ର ମାଲ ଗୌଡ଼, ରଂଜିତା ନାୟକ, କ୍ଷୀର ମାଝୀ, ହୁନା ମାଝୀ, ମଲେଇ ମାଝୀ, କୁନ୍ତଳା ନାଏକ, ସବିତା ନାଏକ ସହଯୋଗ କରିଥିଲେ।ଏଥିରେ ୪୦୦ ଜଣ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ l କ୍ରୀଡା ପ୍ରତିଯୋଗିତାରେ ୧୦୦ ଆଉ ୨୦୦ ମିଟର ଦୌଡ଼, ସେକ ରେସ, ପୋଟଟୋ ରେସ, ଭଳି ଅନେକ ଖେଳ ପ୍ରତିଯୋଗିତା ପାଇଁ ବହୁମାତ୍ରାରେ ପ୍ରତିଯୋଗୀମାନେ ଭାଗନେଇ ଉତ୍ସାହ ସହ ଅଂଶଗ୍ରହଣ କରି ପ୍ରତିଯୋଗି ମାନେ ବିଜୟୀ ହୋଇଥିଲେ। ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ପାଇଥିବା ବିଜୟୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିବା ଜଣାପଡିଛି l ଏହି କ୍ରୀଡା ପ୍ରତି ଯୋଗିତା ଦୁଇ ଦିନ ଧରି ହେବାକୁ ଥିବାବେଳେ ଆଜି ତାର ପ୍ରଥମ ଦିନର ଖେଳ। ଏଠାରେ ସୂଚନାଯୋଗ୍ୟ ଯେ ଏହି ବିଦ୍ୟାଳୟରେ ଖେଳ ପଡିଆ ନ ଥିବାଯୋଗୁଁ ଶିକ୍ଷକ ଓ ଛାତ୍ରୀ ମାନେ ଆମେ ୧ କିଲୋମିଟର ରୁ ଉର୍ଦ୍ଧ ହେବ ଦୂରକୁ ଯାଇ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଅଛୁ ଖେଳ ପଡିଆ ସମସ୍ଯାକୁ ନେଇ କ୍ରୀଡା ଉତ୍ସବରେ ପ୍ରକାଶ କରିଥିବା ଜଣାଯାଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କିଟ୍ ପ୍ରଦାନ

Sunil Chandra Nayak

ଉଦଯାପିତ ହେଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!