ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମ.ରାମପୁର ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ // ମହିଳା ବିଭାଗରେ ମ.ରାମପୁର ଓ ପୁରୁଷ ବିଭାଗରେ ମୁଡ଼ିଂ ଚମ୍ପିଅନ୍‌

ମ.ରାମପୁର,୨୭/୧୨(ମସୀହା): କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ବିଭିନ୍ନ ବିଭାଗରେ ବ୍ଲକସ୍ତରୀୟ ପ୍ରତିଯୋଗୀତା ସବୁ ଆୟୋଜନ ହେଉଥିବାବେଳେ ମ.ରାମପୁର ପଂଚାୟତ ସମିତି ତରଫରୁ ପୁରୁଷ ଓ ମହିଳା ବିଭାଗର ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେଇଯାଇଛି ।ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆଠାରେ ଆୟୋଜିତ ଏହି ପ୍ରତିଯୋଗୀତାରେ ପୁରୁଷ ବିଭାଗରେ ମୁଡ଼ିଂ ଦଳ ଓ ମହିଳା ବିଭାଗରେ ମ.ରାମପୁର ଦଳ ଚମ୍ପିଅନ ହେଇ ଜିଲ୍ଳାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଖେଳିବାକୁ ଯୋଗ୍ୟ ବିବେଚିତ ହେଇଛନ୍ତି । ଉଭୟ ପୁରୁଷ ଓ ମହିଳା ବିଭାଗର ଚୁଡ଼ାନ୍ତ ପର୍ଯ୍ୟାୟ ମ୍ୟାଚ୍ ମ.ରାମପୁର ଓ ମୁଡ଼ିଂ ମଧ୍ୟରେ ଖେଳ ହେଇଥିଲା । ପୁରୁଷ ବିଭାଗରେ ମ.ରାମପୁର ଦଳ ରର୍ନ୍ସ ଅପ୍ ହେଇଥିବା ବେଳେ ମହିଳା ବିଭାଗରେ ମୁଡ଼ିଂ ଫୁଟବଲ ଦଳ ରର୍ନ୍ସ ଅପ୍ ହେଇଥିଲେ । ବ୍ଲକ ଏଇଇ ବଲବିନ୍ଦର ସିଂ ଯାଦବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ସିଡ଼ିପିଓ କୁସୁମ ମଂଜରୀ ପ୍ରହରାଜ ,ସମ୍ମାନୀତ ଅତିଥି ସରପଂଚ ବୀଣାପାଣି ସାହୁ, ,ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା ପ୍ରମୁଖ ମଂଚାସୀନ ରହିଥିଲେ । ହେମନ୍ତ ସାହୁ ମଂଚ ପରିଚାଳନା କରିଥିଲେ । ମହିଳା ବିଭାଗର ଶ୍ରେଷ୍ଠ ସ୍କୋରର ଅଂଜନା ମହାଖୁଡ଼ (ମ.ରାମପୁର ଦଳ),ପୁରୁଷ ବିଭାଗର ବେଷ୍ଟ ସ୍କୋରର ଲବିସ ସେନାପତି(ମୁଡ଼ିଂ ଦଳ), ବେଷ୍ଟ ଡ଼ିଫେଣ୍ଡର ଲିଖିତ ମାଝୀ(ମୁଡ଼ିଂ ଦଳ) ଓ ଇର୍ମଜିଂ ପ୍ଲେୟାର ଭାବରେ ମ.ରାମପୁର ଦଳର ଶମ୍ଭୁ ଭୂଷଣ ସାହୁଙ୍କ ସମେତ ଚମ୍ପିଅନ ଓ ରର୍ନ୍ସଅପ୍ ଦଳଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରବୀଣ ଭୋଇ,କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଦାସ, ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ସାମନ୍ତରାପୁର ସରକାରୀ ବିଦ୍ୟାଳୟରେ କ୍ରୀଡା ଉତ୍ସବ, ଛାତ୍ରଛାତ୍ରୀଙ୍କ ପସନ୍ଦ ନୃତ୍ୟଗୀତ

Sunil Chandra Nayak

ରାୟଗଡାରେ ଅଶୋକ କୁମାର ସାହୁ ଦ୍ୱିତୀୟ ସ୍ମୃତି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ , ମୁନିଗୁଡ଼ାକୁ ହରାଇ ଜୟପାଟଣା ବିଜୟୀ

Sunil Chandra Nayak

Leave a Comment

error: Content is protected !!