ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୀଟନାଶକ ବ୍ୟବହାର ନେଇ କ୍ଷେତ୍ର ପରିଦର୍ଶନ

ଡାବୁଗାଁ, ୧୭/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ଗ୍ରାମରେ ବାୟର କମ୍ପାନୀ ତରଫରୁ ଜମିରେ କୀଟନାଶକ ବ୍ୟବହାର ନେଇ ଏକ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଞ୍ଚଳା ଗ୍ରାମର ଚାଷୀ ଗୋବିନ୍ଦଙ୍କ ମକା ଫସଲରେ କିପରି କୀଟନାଶକ ବ୍ୟବହାର କରିବେ ସେନେଇ ବୁଝାଇଥିଲେ | ଉକ୍ତ କ୍ଷେତରେ ଥିବା ମକା ଫସଲରେ ବାୟର କମ୍ପାନୀର “ଭାୟଗୋ” କୀଟନାଶକ ସିଞ୍ଚନ କରି କିପରି ଫସଲକୁ ରୋଗ ମୁକ୍ତ କରିଛନ୍ତି ତାହା ଉପସ୍ଥିତ ବିକ୍ରେତା ମାନେ ବୁଲି ଦେଖିଥିଲେ | କମ୍ପାନୀ ର ବଜାର ଉନ୍ନୟନ ସଂଯୋଜକ ଡା. ରାଜେଶ ଦୁବେ ଯୋଗ ଦେଇ ଭୟଗୋ ଔଷଧର ଗୁଣ ଓ କାର୍ଯ୍ୟ ଉପରେ ବୁଝାଇଥିଲେ | ନବରଙ୍ଗପୁର ଜିଲା ଆଞ୍ଚଳିକ ପରିଚାଳକ ଅଜୟ କୁମାର ଧୀମନ, ଆଞ୍ଚଳିକ ପରିଦର୍ଶକ ପ୍ରିୟବ୍ରତ ଦାଶ, କମ୍ପାନୀ କର୍ମଚାରୀ ବ୍ରହ୍ମାନନ୍ଦ ପାତ୍ର, ଭରତ ଦାଶ, ଚୌହାନଲାଲ ସାହୁ, , ନୁସାନ ହରିଜନ, ସନ୍ଦିପ ଠାକୁର, ବିକ୍ରମ କେଶରୀ ସ୍ଵାଇଁ, ଉତ୍ତମ ହାଲଦାର ଓ ଉମରକୋଟ, ଡାବୁଗାଁ, ପାପଡାହାଣ୍ଡି, ନବରଙ୍ଗପୁର ରୁ ପ୍ରାୟ ୩୦ ରୁ ଊର୍ଦ୍ଧ୍ଵ ବିକ୍ରେତା ମାନେ ଏଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଇଣ୍ଟର ନେସନାଲ ଡାଏସପୋରା ଫାଉଣ୍ଡେସନର ଆଞ୍ଚଳିକ ନିର୍ଦ୍ଦେଶକ ହେଲେ ଡ. ଭବାନୀଶଙ୍କର ନିଆଲ 

Sunil Chandra Nayak

କାଉଡୋଳା ପଞ୍ଚାୟତରେ ବିକଶିତ ଭାରତ ରଥକୁ ସ୍ୱାଗତ କଲେ କଳାହାଣ୍ଡି ସାଂସଦ

masiha

କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ସୁରଭି ପି ଏମ ପୋଷଣ ଡ୍ରଇଂ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କଲେ ସାଇରାମ ପଣ୍ଡା

Sunil Chandra Nayak

Leave a Comment

error: Content is protected !!