ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷ ଜମିର ବୋରୱେଲ ବିଜୁଳି ଡିପି ନଷ୍ଟ ହେବା ପରେ, ଚାଷୀ ସରକାରୀ କର୍ମଚାରୀଙ୍କୁ ଗୁହାରି କଲେ ମଧ୍ୟ ୫ ମାସ ହେଉଛି ସରକାରୀ ବାବୁଙ୍କ ଦେଖା ନାହିଁ

ବନ୍ଧୁଗାଁ ତା ୧୮/୧/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ତୁରୁକୁପେଟା ଗ୍ରାମର ୫ ଜଣ ଚାଷୀ ରାଜ୍ଯ ସରକାରଙ୍କ ଦ୍ୱାରା ନିଜ ଜମି ଠାରେ ବୋର୍ ୱେଲ୍  ଖନନ କରି ଜମି ଗୁଡ଼ିକରେ ଅତି ସୁନ୍ଦର ଭାବରେ ଚାଷ କାର୍ଯ୍ଯ କରି ଆସୁଥିଲେ। ଆଜକୁ ୫ ମାସ ତଳେ ବୋର୍ ୱେଲ୍ କୁ ପାଣି ଉତ୍ତଳନ ପାଇଁ ଥିବା ବିଜୁଳି ଡିପି ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା। ସେହି ଦିନରୁ ନିଜ ନିଜ ଜମି ଠାରେ କରିଥିବା ଲିମନ୍ ଘାସ ଚାଷ ପାଇଁ ପାଣି ନ ପାଇ ଲକ୍ଷାଧିକ ଟଙ୍କାର ଲିମନ୍ ତେଲ କ୍ଷତି ହୋଇଛି। ନିଜ ଜମିରେ ଚାଷ ପାଇଁ ଜି,ଭେନୁଗୋପାଳ ସ୍ବାମୀ , ଏନ୍ ସୁରେନ୍ଦ୍ର ନାଥ,ଜି ଶ୍ରୀନୁ ବାସ, ଜି ଶ୍ରୀକାନ୍ତ ଓ ଜି ସିରିଶା ସ୍ଥାନୀୟ ଅଞ୍ଚଳର ଜେଇ ଉଠା ଜଳ ସେଚନ ଲକ୍ଷ୍ମୀପୁର ଙ୍କୁ ଡି ପି ନଷ୍ଟ ହୋଇଯାଇଥିବା ଜଣାଇଥିଲେ , ସେ ଜେ ଇ ଇଲେଟ୍ରିକାଲ ପାଖକୁ ଯାଇ କହିବାକୁ କହି ଥିଲେ। ଚାଷୀ ଜେ ଇ ଇଲେଟ୍ରି କାଲ ସାକ୍ଷାତ୍ କରି ଡି ପି ନଷ୍ଟ ହୋଇଥିବା ଜଣାଇ ଥିଲେ କିନ୍ତୁ ଜେ ଇ ଇଲେତ୍ରିକାଲ ଚାଷୀଙ୍କୁ କଣ୍ଟ୍ରକଟର ଙ୍କ ନିକଟକୁ ଯାଇ ଡି ପି ଟିଆରି କରିବାକୁ ଜଣାଇଥିଲେ। ପ୍ରକୃତରେ କିଏ ତିଆରି କରିବେ ବୋରୟେଳ ପାଇଁ ଥିବା ନଷ୍ଟ ହୋଇଥିବା ଡି ପି । ଆଜକୁ ୫ ମାସ ହେଉଛି ଚାଷୀ ସରକାରୀ କର୍ମଚାରୀଙ୍କୁ ଗୁହାରି କରି କିଏ ଶୁଣିବେ ।ଚାଷୀଙ୍କୁ ଏହି ପ୍ରକାର ଆଳ ଦେଖାଇ ସରକାରୀ କର୍ମଚାରୀ ମାନେ ନିରବ ରହିବା ଯୋଗୁଁ ଚାଷୀଙ୍କ ଜୀବନ ଜୀବିକା ଉପରେ ବହୁତ ବାଧା ସୃଷ୍ଟି କରିଛି। ଚାଷୀଙ୍କ ଦୁଃଖ ଆଜକୁ ୫ ମାସ ହେଉଛି ଶୁଣୁୁ ନ   ଥିବା ଯୋଗୁଁ ସମସ୍ତ ଚାଷୀ ଜିଲ୍ଲାପାଲ ଙ୍କ ନିକଟରେ ଯାଇ ଧାରଣା ଦେବା ପାଇଁ ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଜାଗୁଗୁଡା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ 

masiha

ଜୀବିକା କ୍ଷୟ ଗ୍ରାମୀଣ ସ୍ତରରେ ପରିବେଶ ପୁନରୁଦ୍ଧାର ମାଧ୍ୟମରେ ସୁରକ୍ଷା ଓ ସ୍ଥାନୀୟ ସସ୍ଥାମାନ ଉପରେ ତାଲିମ

Sunil Chandra Nayak

ମହାନ ମାର୍କ୍ସବାଦୀ ଦାର୍ଶନିକ କମ୍ରେଡ ଶିବାଦାସ ଘୋଷଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!