ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ ରୋକୁଛି ପ୍ରଶାସନ ,କିନ୍ତୁ ବାଲ୍ୟ ବିବାହର କାରଣ ଖୋଜିବା ଓ ସଚେତନତା ବେଳେ ସେହିଦିଗ ପ୍ରତି ଧ୍ୟାନ ଦେଉ 

ତେନ୍ତୁଳିଖୁଣ୍ଟି/-୧୯//୦୧/୨୩ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତା ଗୁଡା ଗ୍ରାମ ପଞ୍ଚାୟତ ର ବେଜୁ ଗୁଡା ଗ୍ରାମରେ ଆଜି ଏକ ବାଲ୍ୟବିବାହ ଚାଲିଥିବା ନେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁରମା ମହାପାତ୍ର ବିଶେଷ ସୂତ୍ରରୁ ଖବର ପାଇ ପହଞ୍ଚି ବିବାହ ବନ୍ଦ କରାଇ ଥିଲେ।ବିବାହ କରୁଥିବା ପୁଅକୁ ୨୩ ବର୍ଷ ହୋଇଥିବା ବେଳେ ଝିଅକୁ ୧୭ ବର୍ଷ ୯ ମାସ ହୋଇଥିବା ଜଣାପଡିଥିଲା ।ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା ଝିଅ ଉଦୁଳିଆ ବେଜୁଗୁଡା ଆସିଥିଲା ।ତେବେ ଉଭୟଙ୍କ ପକ୍ଷଙ୍କ ସମ୍ମତିକ୍ରମେ ପ୍ରେମୀଯୁଗଳଙ୍କୁ ଆଜି ବିବାାହ କରାଯାଉଥିଲା ।ବୋଲି ସେମାନେ କହିଥିଲେ। ସି ଡି ପି ଓ ସୁରମା ମହାପାତ୍ର ,ଲମତା ଗୁଡା ସୁପରଭାଇଜର ସବିତା ଉପାସି ଓ କଂଗ୍ରା ସୁପର ଭାଇଜର ସବିତା ମଲ୍ଲିକ ତେନ୍ତୁଳିଖୁଣ୍ଟି ପୋଲିସ ସସ୍ମିତା ପୂଜାରୀ ,ତୁଳା ରାମ କର୍କରା ପୂର୍ଣ୍ଣ ଚନ୍ଦ୍ର କର୍କରା ପୂଜାରୀ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଉଭୟ ପରିବାର ଙ୍କ ମଧ୍ୟରେ ବୈଠକ କରି ସହମତି କରାଯାଇଥିଲା ଝିଅ କୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ତା ମା ଘରେ ରହିବ ଏବଂ ଅଠର ବର୍ଷ ହେଲେ ବିବାହ କରାଇବେ। ବାଲ୍ୟ ବିବାହ ବନ୍ଦ କରିବାରେ ସକ୍ଷମ ହେଉଛି ପ୍ରଶାସନ କିନ୍ତୁ କାହିଁକି ବାଲ୍ୟ ବିବାହ ରେ ରୋକ ଲାଗୁନି ? ଆଇନ ର ଭୟ ନାହିଁ ନା କାରଣ ଅନ୍ୟ କିଛି ଅନୁସନ୍ଧାନ ସାପେକ୍ଷ । ପ୍ରେମ ସମ୍ପର୍କ ନା ନୈତିକ ଶିକ୍ଷା ର ଅଭାବ ନା ପରମ୍ପରା ? କାରଣ ବାହାର କରି ସଚେତନତା ବେଳେ ସେହି ଦିଗ କୁ ଧ୍ୟାନ ଦେବାକୁ ସାମାଜିକ କର୍ମୀ ମତ ଦେଉଛନ୍ତି।ଆଜି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କର୍ମକର୍ତ୍ତା ଓ ପୋଲିସ ଉଭୟ ପରିବାର କୁ ବସାଇ ବାଲ୍ୟ ବିବାହର କୁପରିଣତି ବୁଝାଇଥିଲେ ,ଆଇନ ବାଲ୍ୟ ବିବାହକୁ ଅପରାଧ ଶ୍ରେଣୀଭୁକ୍ତ କରିଛି ବୋଲି କହିଥିଲେ।ଝିଅର ବିବାହ ବୟସ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ ।ଏଥିରେ ଉଭୟ ପରିବାର ରାଜି ହେବା ପରେ ପ୍ରସାସନ ପକ୍ଷରୁ ବାଲ୍ୟବିବାହ କୁ ବନ୍ଦ କରାଯାଇଥିଲା ।ବର୍ତ୍ତମାନ ନାବାଳିକା ଜଣକ ନିଜ ପିତା ମାତାଙ୍କ ପାଖକୁ ପଠାଇ ଦିଆଯାଇଛି। ଏତେ ସବୁ ସଚେତନତା ସତ୍ତ୍ୱେ ବାଲ୍ୟ ବିବାହ ଜାରି ରହୁଥିବା ଉଦବେଗ ର ବିଷୟ। ତେନ୍ତୁଳିଖୁଣ୍ଟି ବ୍ଲକ ରେ ତିନି ମାସରେ ଏଭଳି ଚତୁର୍ଥ ଘଟଣା ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଗଦ୍ୟ ସାହିତ୍ୟର ବିକାଶ ନିମନ୍ତେ ସଂଗ୍ରାମ ଜାରି ରଖିଛି ମୋ ଅନୁଷ୍ଠାନ

Sunil Chandra Nayak

ବୋରିପଦର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

ପୌରପାଳିକା ପକ୍ଷରୁ ଧୂସର ଜଳ ପରିଚାଳନା ପ୍ରଶିକ୍ଷଣ ଶିବିର 

masiha

Leave a Comment

error: Content is protected !!